ବିଲ୍ ପାସ ପାଇଁ ନେଉଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

The Sakala Picture
Published On

ଦେବଗଡ଼: ଭିଜିଲାନ୍ସ ପଞ୍ଝାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆକାଉଣ୍ଟସ ଅଫିସର। ଅଙ୍ଗନବାଡି କୋଠା ନିର୍ମାଣ ପରେ ବିଲ୍ ପାସ ପାଇଁ ଠିକାଦାରଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଜେନ୍ଦ୍ର। ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ ମାଡି ବସିଥିଲା ଭିଜିଲାନ୍ସ। ରିଆମାଳ ବ୍ଲକ ଅଧୀନ ଟିଙ୍କବୀର ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିଲା। ଏହି କୋଠାର ବିଲ ପାସ ପାଇଁ ଠିକାଦାର ବିଜୟ ନାୟକଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ […]

ଦେବଗଡ଼: ଭିଜିଲାନ୍ସ ପଞ୍ଝାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆକାଉଣ୍ଟସ ଅଫିସର। ଅଙ୍ଗନବାଡି କୋଠା ନିର୍ମାଣ ପରେ ବିଲ୍ ପାସ ପାଇଁ ଠିକାଦାରଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଜେନ୍ଦ୍ର। ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ ମାଡି ବସିଥିଲା ଭିଜିଲାନ୍ସ।

ରିଆମାଳ ବ୍ଲକ ଅଧୀନ ଟିଙ୍କବୀର ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିଲା। ଏହି କୋଠାର ବିଲ ପାସ ପାଇଁ ଠିକାଦାର ବିଜୟ ନାୟକଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ରାଜେନ୍ଦ୍ର। ଏନେଇ ବିଜୟଙ୍କ ଅଭିଯୋଗ ପରେ ଦେବଗଡ଼ ଦୁର୍ନୀତି ନିବାରଣ ବିଭାଗ ଡିଏସପି ଯୋଗେଶ ପ୍ରସାଦ ପଟେଲଙ୍କ ନେତୃତ୍ବରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ଆଜି ଠିକାଦାର ବିଜୟଙ୍କ ଠାରୁ ଆକାଉଣ୍ଟ ଅଫିସର ରାଜେନ୍ଦ୍ର ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ରାଜେନ୍ଦ୍ରଙ୍କ ବେଆଇନ ସମ୍ପତି ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର