ଦେବଗଡ଼ରୁ ଅପହୃତ ୬ ବର୍ଷୀୟା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର, ଅପହରଣର କାରଣ ଅସ୍ପଷ୍ଟ

The Sakala Picture
Published On

ଦେବଗଡ଼: ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି।  ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଗାଁ ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଆଜି ସକାଳେ ଉଦ୍ଧାର କରିଛନ୍ତି। ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି। ଝିଅକୁ ଆଣିବା ପାଇଁ ସୁନ୍ଦରଗଡ଼ ବାହାରିଛନ୍ତି ପରିବାର ଲୋକେ। ସୂଚନାଯୋଗ୍ୟ, ଦେବଗଡ଼ ମୁଖ୍ୟ ବଜାର ଠାରେ ଘର ସମ୍ମୁଖରୁ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୁତ୍ତ। ପଲସର ବାଇକରେ ଦୁଇ […]

ଦେବଗଡ଼: ଗତକାଲି ଦେବଗଡ଼ରୁ ଅପହୃତ ହୋଇଥିବା ୬ ବର୍ଷର ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି।  ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଗାଁ ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଆଜି ସକାଳେ ଉଦ୍ଧାର କରିଛନ୍ତି। ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି। ଝିଅକୁ ଆଣିବା ପାଇଁ ସୁନ୍ଦରଗଡ଼ ବାହାରିଛନ୍ତି ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସୂଚନାଯୋଗ୍ୟ, ଦେବଗଡ଼ ମୁଖ୍ୟ ବଜାର ଠାରେ ଘର ସମ୍ମୁଖରୁ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଇଥିଲେ ଦୁର୍ବୁତ୍ତ। ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା ଜଣାପଡ଼ିଥିଲା।  ଏହି ଘଟଣା ପରେ ସହରରେ ଚଞ୍ଚଲ୍ୟ ଖେଳି ଯାଇଥିଲା। ପୁଲିସ ଶିଶୁକନ୍ୟା ଖୋଜାଖୋଜି କରିଥିଲା। ଆଜି ସକାଳେ ଝିଅଟି ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତା କଡ଼ରୁ ମିଳିଥିବା ପରିବାର ଲୋକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା। କେଉଁ କାରଣକୁ ନେଇ ଝିଅଟିକୁ ଦୁର୍ବୃତ୍ତମାନେ ଅପହରଣ କରିଥିଲେ ତାର କାରଣ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର