ଭୁବନେଶ୍ବରରେ ନିୟନ୍ତ୍ରଣ ବାହାରେ ଡେଙ୍ଗୁ ସ୍ଥିତି : ବଢୁଛନ୍ତି ରୋଗୀ, ମେଡିକାଲରେ ପ୍ଲେଟଲେଟ୍‍ ଓ ଶଯ୍ୟା ଅଭାବ

The Sakala Picture
Published On

ଭୁବନେଶ୍ୱର: ଡେଙ୍ଗୁର ହଟ୍‍ସ୍ପଟ ପାଲଟିଛି ସ୍ମାର୍ଟସିଟି। ରାଜଧାନୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମାସେ ହେଲା ପ୍ରତି ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥିରୁ ୯୦% ହେଉଛନ୍ତି ଭୁବନେଶ୍ୱରର। ବସ୍ତିରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ସାଲିଆସାହିରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଗତ କାଲି ସୁଦ୍ଧା […]

ଭୁବନେଶ୍ୱର: ଡେଙ୍ଗୁର ହଟ୍‍ସ୍ପଟ ପାଲଟିଛି ସ୍ମାର୍ଟସିଟି। ରାଜଧାନୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମାସେ ହେଲା ପ୍ରତି ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥିରୁ ୯୦% ହେଉଛନ୍ତି ଭୁବନେଶ୍ୱରର। ବସ୍ତିରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ସାଲିଆସାହିରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଗତ କାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭୁବନେଶ୍ବରରୁ ପ୍ରବଳ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଗଣ୍ଟାରେ ଚିହ୍ନଟ ୧୩୯ ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରୁ କେବଳ ଭୁବନେଶ୍ବରୁ ୧୩୫ ଜଣ ଡେଙ୍ଗୁ ରୋଗୀ ରହିଥିବା ବେଳେ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ପାଇଥିବା ବେଳେ ଗ୍ରାମାଞ୍ଚଳର ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଏପରି ସ୍ଥିତିରେ କ୍ୟାପିଟାଲ ହସ୍‍ପିଟାଲରେ ଶଯ୍ୟା ଅଭାବ ଦେଖାଦେଲାଣି। ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ଘଟଣା ନଜରକୁ ଆସିଛି। ଆର୍ଥିକ ସ୍ୱଚ୍ଛଳ ଲୋକେ ଘରୋଇ ଡାକ୍ତରଖାନାକୁ ଯାଉଥିବା ବେଳେ ଅଭାବୀ ଲୋକେ ଛଟପଟ ହେଉଛନ୍ତି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲେଟ୍‌ଲେଟ୍‌ର ଅଭାବ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ଚିନ୍ତାଜନକ ଥିବା କ୍ୟାପିଟାଲ ହସ୍‍ପିଟାଲ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ରୋଗୀଙ୍କ ସଂଖ୍ୟାକୁ ଦେଖି ଶଯ୍ୟା ସଂଖ୍ୟା ବଢାଯାଉଥିବା କୁହାଯାଉଥିବା ବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ। ସମ୍ପ୍ରତି କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ୍‍ ସଂଖ୍ୟା ୧୯୨୬ରେ ପହଞ୍ଚିଲାଣି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ଡେଙ୍ଗୁ ରୋଗର ପ୍ରତିକାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଗତ ଚାରିମାସ ହେଲା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସଫେଇ ଗାଡ଼ିରେ ମାଇକ୍‍ ଜରିଆରେ ସଚେତନତା ବାର୍ତ୍ତା ଦିଆଯାଉଛି, ପାଣି ଜମିବା ସ୍ଥାନକୁ ସଫା କରିବା ପାଇଁ ଅନୁରୋଧ କରାଯାଉଛି। ବସ୍ତିରେ ସଚେତନତା ବୈଠକ ଅନୁଷ୍ଠିତ ହେଉଛି। ହେଲେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଉ ନାହିଁ। ଏଭଳି ସ୍ଥିତିରେ ଭୁବନେଶ୍ୱରରେ ଅଳିଆପାହାଡ଼ ଗଦା ହେଉଛି। କିଛି ଦିନ ହେଲା ସଫେଇକୁ ନେଇ ଜଟିଳ ପରିସ୍ଥିତି ଦେଖା ଦେଇଥିବା ବେଳେ ସଫେଇ କର୍ମଚାରୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ସମ୍ଭବ ହେଉ ନାହିଁ। ବର୍ଷା ଋତୁ ଏବଂ ଏବେ ବାରମ୍ବାର ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ବର୍ଷ ହେତୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି ଆଉ ଏହି ସୁଯୋଗରେ ସଫା ପାଣିରେ ଏଡିସ୍‍ ମଶା ବେଶ୍‍ ଭଲ ଭାବେ ବଂଶ ବିସ୍ତାର କରୁଛି। ଦିନ ବେଳା ଏଡିସ୍‍ ମଶାର ଦଂଶନ ଡେଙ୍ଗୁ ରୋଗୀ ବୃଦ୍ଧି କରୁଛି।

ଏହା ଛଡ଼ା ରାଜଧାନୀରେ ନିର୍ମାଣ କାମ ଜୋର୍‌ସୋରରେ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି। ଏଥିରେ ମଶାବଂଶ ବୃଦ୍ଧି ପାଉଛି। କିଛି ସୌଖୀନ ଲୋକ ଘର ଭିତରେ ଓ ଛାତ ଉପରେ କୁଣ୍ଡରେ ଫୁଲ ଗଛ ସହ ଅନ୍ୟାନ୍ୟ ଗଛ ଲଗାଉଛନ୍ତି। ଏହା ମଧ୍ୟ ମଶାଙ୍କ ପାଇଁ ଏକ ନିରାପଦ ସ୍ଥାନ ପ୍ରମାଣିତ ହେଉଛି। ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକେ ଘର ଆଖପାଖରେ ଲତାବୁଦା ସଫା କରିବା ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି, ଏଭଳି ଦାୟିତ୍ୱହୀନତା ଡେଙ୍ଗୁ ବଢାଉଛି।

14 Sep 2022 By The Sakala

ଭୁବନେଶ୍ବରରେ ନିୟନ୍ତ୍ରଣ ବାହାରେ ଡେଙ୍ଗୁ ସ୍ଥିତି : ବଢୁଛନ୍ତି ରୋଗୀ, ମେଡିକାଲରେ ପ୍ଲେଟଲେଟ୍‍ ଓ ଶଯ୍ୟା ଅଭାବ

ଭୁବନେଶ୍ୱର: ଡେଙ୍ଗୁର ହଟ୍‍ସ୍ପଟ ପାଲଟିଛି ସ୍ମାର୍ଟସିଟି। ରାଜଧାନୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମାସେ ହେଲା ପ୍ରତି ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥିରୁ ୯୦% ହେଉଛନ୍ତି ଭୁବନେଶ୍ୱରର। ବସ୍ତିରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ସାଲିଆସାହିରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଥିବା ସୂଚନା ମିଳିଛି।

ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଗତ କାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭୁବନେଶ୍ବରରୁ ପ୍ରବଳ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଗଣ୍ଟାରେ ଚିହ୍ନଟ ୧୩୯ ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରୁ କେବଳ ଭୁବନେଶ୍ବରୁ ୧୩୫ ଜଣ ଡେଙ୍ଗୁ ରୋଗୀ ରହିଥିବା ବେଳେ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ପାଇଥିବା ବେଳେ ଗ୍ରାମାଞ୍ଚଳର ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି।

ଏପରି ସ୍ଥିତିରେ କ୍ୟାପିଟାଲ ହସ୍‍ପିଟାଲରେ ଶଯ୍ୟା ଅଭାବ ଦେଖାଦେଲାଣି। ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ଘଟଣା ନଜରକୁ ଆସିଛି। ଆର୍ଥିକ ସ୍ୱଚ୍ଛଳ ଲୋକେ ଘରୋଇ ଡାକ୍ତରଖାନାକୁ ଯାଉଥିବା ବେଳେ ଅଭାବୀ ଲୋକେ ଛଟପଟ ହେଉଛନ୍ତି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲେଟ୍‌ଲେଟ୍‌ର ଅଭାବ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ଚିନ୍ତାଜନକ ଥିବା କ୍ୟାପିଟାଲ ହସ୍‍ପିଟାଲ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ରୋଗୀଙ୍କ ସଂଖ୍ୟାକୁ ଦେଖି ଶଯ୍ୟା ସଂଖ୍ୟା ବଢାଯାଉଥିବା କୁହାଯାଉଥିବା ବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ। ସମ୍ପ୍ରତି କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ୍‍ ସଂଖ୍ୟା ୧୯୨୬ରେ ପହଞ୍ଚିଲାଣି।

ଡେଙ୍ଗୁ ରୋଗର ପ୍ରତିକାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଗତ ଚାରିମାସ ହେଲା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସଫେଇ ଗାଡ଼ିରେ ମାଇକ୍‍ ଜରିଆରେ ସଚେତନତା ବାର୍ତ୍ତା ଦିଆଯାଉଛି, ପାଣି ଜମିବା ସ୍ଥାନକୁ ସଫା କରିବା ପାଇଁ ଅନୁରୋଧ କରାଯାଉଛି। ବସ୍ତିରେ ସଚେତନତା ବୈଠକ ଅନୁଷ୍ଠିତ ହେଉଛି। ହେଲେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଉ ନାହିଁ। ଏଭଳି ସ୍ଥିତିରେ ଭୁବନେଶ୍ୱରରେ ଅଳିଆପାହାଡ଼ ଗଦା ହେଉଛି। କିଛି ଦିନ ହେଲା ସଫେଇକୁ ନେଇ ଜଟିଳ ପରିସ୍ଥିତି ଦେଖା ଦେଇଥିବା ବେଳେ ସଫେଇ କର୍ମଚାରୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ସମ୍ଭବ ହେଉ ନାହିଁ। ବର୍ଷା ଋତୁ ଏବଂ ଏବେ ବାରମ୍ବାର ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ବର୍ଷ ହେତୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି ଆଉ ଏହି ସୁଯୋଗରେ ସଫା ପାଣିରେ ଏଡିସ୍‍ ମଶା ବେଶ୍‍ ଭଲ ଭାବେ ବଂଶ ବିସ୍ତାର କରୁଛି। ଦିନ ବେଳା ଏଡିସ୍‍ ମଶାର ଦଂଶନ ଡେଙ୍ଗୁ ରୋଗୀ ବୃଦ୍ଧି କରୁଛି।

ଏହା ଛଡ଼ା ରାଜଧାନୀରେ ନିର୍ମାଣ କାମ ଜୋର୍‌ସୋରରେ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି। ଏଥିରେ ମଶାବଂଶ ବୃଦ୍ଧି ପାଉଛି। କିଛି ସୌଖୀନ ଲୋକ ଘର ଭିତରେ ଓ ଛାତ ଉପରେ କୁଣ୍ଡରେ ଫୁଲ ଗଛ ସହ ଅନ୍ୟାନ୍ୟ ଗଛ ଲଗାଉଛନ୍ତି। ଏହା ମଧ୍ୟ ମଶାଙ୍କ ପାଇଁ ଏକ ନିରାପଦ ସ୍ଥାନ ପ୍ରମାଣିତ ହେଉଛି। ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକେ ଘର ଆଖପାଖରେ ଲତାବୁଦା ସଫା କରିବା ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି, ଏଭଳି ଦାୟିତ୍ୱହୀନତା ଡେଙ୍ଗୁ ବଢାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର