ଦିଲ୍ଲୀ ହାଇକୋର୍ଟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଶ୍ବସ୍ତି, କୋଲ୍ ସ୍କାମ ମାମଲାରେ ତଳକୋର୍ଟର ଦଣ୍ଡାଦେଶ ଉପରେ ରହିତାଦେଶ

The Sakala Picture
Published On

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତଳକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀପ ରାୟ ହାଇକୋର୍ଟରେ ଅପିଲ କରିଥିଲେ। ୩ ଦିନ ତଳେ ମାମଲାର ଶୁଶାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ୧୯୯୯ ଝାଡ଼ଖଣ୍ଡର ଗିରିଡ଼ିହର ଏକ କୋଇଲା ବ୍ଲକ କାଷ୍ଟ୍ରନ […]

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତଳକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀପ ରାୟ ହାଇକୋର୍ଟରେ ଅପିଲ କରିଥିଲେ। ୩ ଦିନ ତଳେ ମାମଲାର ଶୁଶାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

୧୯୯୯ ଝାଡ଼ଖଣ୍ଡର ଗିରିଡ଼ିହର ଏକ କୋଇଲା ବ୍ଲକ କାଷ୍ଟ୍ରନ ଟେକ୍ନୋଲୋଜିକୁ ମିଳିଥିଲା। ଏଥିରେ ଅନିୟମିତତା ଅଭିଯୋଗ ହେବାପରେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲା। ସିବିଆଇ ଚୂଡ଼ାନ୍ତ ରିପୋର୍ଟରେ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ୫ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ସିବିଆଇ ରିପୋର୍ଟ ଆଧାରରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଅକ୍ଟୋବର ୬, ୨୦୨୦ରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଏବଂ ୩ବର୍ଷ କାରାଦଣ୍ଡ ଶୁଣାଇଥିଲେ। ଟ୍ରାଏଲ କୋର୍ଟ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟ ଯାଇଥିଲେ ଦିଲ୍ଲୀପ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଦିଲ୍ଲୀପଙ୍କ ରାଜନୈତିକ କ୍ୟାରିୟରକୁ ତର୍ଜମା କରିବା ସହ ହାଇକୋର୍ଟ ସମସ୍ତ ପକ୍ଷର ଯୁକ୍ତି ଶୁଣିଥିଲେ। ତିନି ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଥିଲେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନ ଲଢିବାର ସୁଯୋଗ ହରାଇଥାନ୍ତେ। ସମସ୍ତ ଦିଗକୁ ବିଚାର କରି ହାଇକୋର୍ଟ ତଳକୋର୍ଟର ରାୟକୁ ସ୍ଥଗିତ ରଖିଛନ୍ତି। ଏହା ଫଳରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢିବାର ବାଟ ଫିଟିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର