ରେଖା ଗୁପ୍ତା ହୋଇପାରନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ଆରଏସଏସ୍ ଦେଇଛି ପ୍ରସ୍ତାବ….

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ସୂତ୍ର ଅନୁସାରେ, ଆରଏସଏସ ତାଙ୍କ ନାମ ପ୍ରସ୍ତାବ ଦେଇଛି। ଯାହାକୁ ବିଜେପି ଗ୍ରହଣ କରିଥିବା ଜଣାପଡ଼ିଛି। ବିଧାନସଭା ନିର୍ବାଚନ ଫଳାଫଳର ୧୧ ଦିନ ପରେ, ଆଜି ସନ୍ଧ୍ୟା ୭ଟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବାର ମଧ୍ଯ ସମ୍ଭାବନା ରହିଛି। ଦଳର ସଭାପତି ଜେପି ନଡ୍ଡା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି […]

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ସୂତ୍ର ଅନୁସାରେ, ଆରଏସଏସ ତାଙ୍କ ନାମ ପ୍ରସ୍ତାବ ଦେଇଛି। ଯାହାକୁ ବିଜେପି ଗ୍ରହଣ କରିଥିବା ଜଣାପଡ଼ିଛି। ବିଧାନସଭା ନିର୍ବାଚନ ଫଳାଫଳର ୧୧ ଦିନ ପରେ, ଆଜି ସନ୍ଧ୍ୟା ୭ଟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବାର ମଧ୍ଯ ସମ୍ଭାବନା ରହିଛି। ଦଳର ସଭାପତି ଜେପି ନଡ୍ଡା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ହେବେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଗୁରୁବାର (୨୦ ଫେବ୍ରୁଆରୀ) ଦିନ ୧୨:୩୫ ରେ ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ। ଦିଲ୍ଲୀର ମୁଖ୍ୟ ସଚିବଙ୍କ ଦ୍ୱାରା ପଠାଯାଇଥିବା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ବିଷୟରେ ମଧ୍ୟ ଉଲ୍ଲେଖ ଅଛି। ଏହି କାର୍ଯ୍ୟକ୍ରମରେ ୩୦ ହଜାର ଅତିଥି ଯୋଗଦେବାର ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ରେଖା ଗୁପ୍ତା ଶାଲିମାର ବାଗରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ବିଜେପିର ମହାସଚିବ ରହିବାସହ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ଯକ୍ଷ ମଧ୍ଯ ଅଛନ୍ତି। ତାଙ୍କ ପାଖରେ ପୂର୍ବରୁ ଦକ୍ଷୀଣ ଦିଲ୍ଲୀ ନଗର ଉନ୍ନୟନର ମେୟର ଭାବେ କାମ କରିବାର ଅଭିଜ୍ଞତା ରହିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର