ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ସହକାରୀ ଶିକ୍ଷକର ମାନ୍ୟତା ପାଇବେ ୩୩୨୮ ଶିକ୍ଷା ସହାୟକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଏଣିକି ନିୟମିତ ହେବେ ଶିକ୍ଷା ସହାୟକ । ୩ ହଜାର ୩୨୮ ମଲ୍‌ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ, ଚାକିରିର ୬ ବର୍ଷ ପରେ ସହକାରୀ ଶିକ୍ଷକର ମାନ୍ୟତା ପାଇବେ ଶିକ୍ଷା ସହାୟକ ।ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ତେବେ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ […]

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଏଣିକି ନିୟମିତ ହେବେ ଶିକ୍ଷା ସହାୟକ । ୩ ହଜାର ୩୨୮ ମଲ୍‌ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ, ଚାକିରିର ୬ ବର୍ଷ ପରେ ସହକାରୀ ଶିକ୍ଷକର ମାନ୍ୟତା ପାଇବେ ଶିକ୍ଷା ସହାୟକ ।ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ତେବେ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ରାଜ୍ୟ କ୍ୟାବିନେଟରେ ମୋହର ବାଜିଥିବା  ଅନ୍ୟ ୧୨ଟି ପ୍ରସ୍ତାବ ମଧ୍ୟରେ ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ,  ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ, ୨୬୦ କୋଟି ବ୍ୟୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ, କଳାହାଣ୍ଡି ଜିଲ୍ଲା ମ.ରାମପୁର, ଯାଜପୁର ଜିଲ୍ଲା ଚିତ୍ତାଳୋ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଠାରେ ଗ୍ରୀଡ୍‌ ସବଷ୍ଟେସନ୍‌, ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ ୩ ବର୍ଷରେ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା ଖର୍ଚ୍ଚ ହେବ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

କଳାହାଣ୍ଡି ଜିଲ୍ଲା ସାନ୍ଧୁଲ ବ୍ୟାରେଜ ଉପରେ କ୍ୟାବିନେଟ ମୋହର ଲାଗିଛି। ଏହି ପ୍ରକଳ୍ପରେ ୧୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ କର୍ଯ୍ୟକାରୀ ହେଲେ ୨୯ଟି ଗାଁର ୫୦୦୦ରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ସେହିପରି ରେଙ୍ଗାଲୀ ଡାହାଣ କେନାଲ ଦ୍ବାରା ଜଳସେଚନ ବ୍ୟବସ୍ଥା କରାଯିବ। ଏହି କେନାଲ ଦ୍ବାରା ଢେଙ୍କାନାଳ ଓ କଟକ ଜିଲ୍ଲାରେ ୨୪ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ‘ଏସ୍‌ସିବି’ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୮୮୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

24 Dec 2021 By The Sakala

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ସହକାରୀ ଶିକ୍ଷକର ମାନ୍ୟତା ପାଇବେ ୩୩୨୮ ଶିକ୍ଷା ସହାୟକ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଏଣିକି ନିୟମିତ ହେବେ ଶିକ୍ଷା ସହାୟକ । ୩ ହଜାର ୩୨୮ ମଲ୍‌ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ, ଚାକିରିର ୬ ବର୍ଷ ପରେ ସହକାରୀ ଶିକ୍ଷକର ମାନ୍ୟତା ପାଇବେ ଶିକ୍ଷା ସହାୟକ ।ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ତେବେ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ରାଜ୍ୟ କ୍ୟାବିନେଟରେ ମୋହର ବାଜିଥିବା  ଅନ୍ୟ ୧୨ଟି ପ୍ରସ୍ତାବ ମଧ୍ୟରେ ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ,  ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ, ୨୬୦ କୋଟି ବ୍ୟୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ, କଳାହାଣ୍ଡି ଜିଲ୍ଲା ମ.ରାମପୁର, ଯାଜପୁର ଜିଲ୍ଲା ଚିତ୍ତାଳୋ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଠାରେ ଗ୍ରୀଡ୍‌ ସବଷ୍ଟେସନ୍‌, ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ ୩ ବର୍ଷରେ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା ଖର୍ଚ୍ଚ ହେବ ।

କଳାହାଣ୍ଡି ଜିଲ୍ଲା ସାନ୍ଧୁଲ ବ୍ୟାରେଜ ଉପରେ କ୍ୟାବିନେଟ ମୋହର ଲାଗିଛି। ଏହି ପ୍ରକଳ୍ପରେ ୧୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ କର୍ଯ୍ୟକାରୀ ହେଲେ ୨୯ଟି ଗାଁର ୫୦୦୦ରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ସେହିପରି ରେଙ୍ଗାଲୀ ଡାହାଣ କେନାଲ ଦ୍ବାରା ଜଳସେଚନ ବ୍ୟବସ୍ଥା କରାଯିବ। ଏହି କେନାଲ ଦ୍ବାରା ଢେଙ୍କାନାଳ ଓ କଟକ ଜିଲ୍ଲାରେ ୨୪ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ‘ଏସ୍‌ସିବି’ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୮୮୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର