ନୂତନ ଶିକ୍ଷାନୀତି ଆଧାରରେ ନିଷ୍ପତ୍ତି: ଚଳିତ ଶିକ୍ଷା ବର୍ଷରୁ ବନ୍ଦ ରହିବ ଏମ୍‌‌ଫିଲ୍‌‌ ନାମଲେଖା

The Sakala Picture
Published On

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରୁ ଏମଫିଲ୍‌‌ରେ ନାମଲେଖା ବନ୍ଦ ହୋଇଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକ ଏମଫିଲ୍‌‌ରେ ନାମଲେଖା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନୁତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ଦେଶରେ ଏମଫିଲ୍‌‌ ପାଠ୍ୟକ୍ରମକୁ ଉଚ୍ଛେଦ କରିବାକୁ ଉଲ୍ଲେଖ କରାଯାଇଛି। ମାତ୍ର ଏ ସମ୍ପର୍କରେ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକୁ ଲିଖିତ ଭାବେ ଅବଗତ କରି ନାହାନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏଦିଗରେ କୋଣସି ନିର୍ଦ୍ଦେଶନାମା ଜାରି କରିନି। ଏପରି […]

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରୁ ଏମଫିଲ୍‌‌ରେ ନାମଲେଖା ବନ୍ଦ ହୋଇଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକ ଏମଫିଲ୍‌‌ରେ ନାମଲେଖା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନୁତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ଦେଶରେ ଏମଫିଲ୍‌‌ ପାଠ୍ୟକ୍ରମକୁ ଉଚ୍ଛେଦ କରିବାକୁ ଉଲ୍ଲେଖ କରାଯାଇଛି। ମାତ୍ର ଏ ସମ୍ପର୍କରେ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକୁ ଲିଖିତ ଭାବେ ଅବଗତ କରି ନାହାନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏଦିଗରେ କୋଣସି ନିର୍ଦ୍ଦେଶନାମା ଜାରି କରିନି। ଏପରି ସ୍ଥିତିରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଚଳିତ ବର୍ଷରୁ ଏମଫିଲ୍‌‌ ନାମଲେଖା ବନ୍ଦ କରିବା ଛାତ୍ରଛାତ୍ରୀଙ୍କ ଗହଣରେ ଅସନ୍ତୋଷର କାରଣ ସାଜିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ନୂତନ ଶିକ୍ଷା ନୀତି ଅନୁଯାୟୀ, ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ତୃଣମୂଳ ସ୍ତରରୁ ଅର୍ଥାତ୍‌‌ ଅଙ୍ଗନୱାଡ଼ି ଠାର୍‌‌ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଶିକ୍ଷାର ନବକଳେବର କରାଯାଉଛି। ତେବେ ଏହି ନୀତି ଅଧାରରେ ଚଳିତ ବର୍ଷରୁ ଆଉ ଏମ୍‌‌ଫିଲ(ମାଷ୍ଟର ଅଫ ଫିଲୋସପି)ରେ ନାମଲେଖା ହେବନି। ଏହି ପାଠ୍ୟକ୍ରମଟିକୁ ନୂତନ ଶିକ୍ଷାନୀତିରେ ଉଚ୍ଛେଦ କରାଯାଇଛି। ଏଣିକି ଛାତ୍ରଛାତ୍ରୀ ସ୍ନାତକୋତ୍ତର(ପିଜି) ପରେ ସିଧା ସଳଖ ପିଏଚଡି(ଡକ୍ଟର ଅଫ୍‌‌ ଫିଲୋସପି) ଅଧ୍ୟୟନ କରିପାରିବେ। କିଛି ବିଶ୍ୱବିଦ୍ୟାଳୟ ପ୍ରାବଧାନ ଅନୁଯାୟୀ ପିଏଚଡି ଅଧ୍ୟୟନ ଲାଗି ନେଟ୍‌‌(ନେସନାଲ୍‌‌ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ନେଟ୍‌‌ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ପିଏଚଡି କରିପାରିବେ। ସେହିପରି ପିଜି ପରେ ମଧ୍ୟ ଛାତ୍ରଛାତ୍ରୀ ଆବେଦନ କରିବା ସହିତ କୋର୍ସ ୱାର୍କ ପରେ ସିଧାସଳଖ ପିଏଚଡି କରିପାରିବେ। ତେବେ ପୂର୍ବରୁ ପିଏଚ୍‌‌ଡି ପାଇଁ ଆବଶ୍ୟକ ହେଉଥିବା ଏମଫିଲ୍‌‌ ପାଠ୍ୟକ୍ରମ ଆଉ ଦରକାର ହେବ ନାହିଁ। ଏହି ଆଧାରରେ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଏମଫିଲ୍‌‌ ନାମଲେଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଶିକ୍ଷା ବର୍ଷରେ ମଧ୍ୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ। ଫଳରେ ରାଜ୍ୟର ପାଖାପାଖି ୧ ହଜାର ଏମଫିଲ୍‌‌ ସିଟ୍‌‌ ଉଚ୍ଛେଦ ହେବାକୁ ଯାଉଛି। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଉତ୍କଳ, ଫକୀରମୋହନ, ରେଭେନ୍ସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଆଦି ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକ ଏମଫିଲ୍‌‌କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷରୁ ଏମଫିଲ୍‌‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। କିଛି ବିଶ୍ୱବିଦ୍ୟାଳୟ ମଧ୍ୟ ଏଦିଗରେ ବିଚାରବିମର୍ଶ ଚାଲିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଅପରପକ୍ଷେ ଏଦିଗରେ ୟୁଜିସି ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ରଖିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ୟୁଜିସି ଏନେଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରି ନଥିବାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି। ସରକାରୀ ସ୍ତରରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ସର୍ବଭାରତୀୟ ସ୍ତରରେ ଏକକ ନିୟମ ଲାଗୁ କରିବା ପାଇଁ ସେମାନେ ଦାବି କରିଛନ୍ତି। ସେହିପରି ପିଏଚଡି ନାମଲେଖା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ଛାତ୍ରଛାତ୍ରୀଙ୍କ ମହଲରେ ଦୃଢ଼ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର