ଆକାଶରୁ ଖସୁଛି ମୃତ୍ୟୁ, ଜୀବନ ନେଉଛି ବଜ୍ରପାତ: ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୩ ମୃତ

The Sakala Picture
Published On

ସକାଳ ବ୍ୟୁରୋ: ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଉଛି ଜୀବନ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୩ ଜଣଙ୍କ ଜୀବନ ଯାଇଛି। କାହିଁକି ବାରମ୍ବାର ହେଉଛି ବଜ୍ରାଘାତ। ଗତ ୨ ବର୍ଷ ଭିତରେ ସର୍ବାଧିକ ବଜ୍ରପାତ ହୋଇ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ବ୍ୟାପକ ଗଛ କଟା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍ କହୁଛନ୍ତି। ସବୁଠୁ ବଡ଼ କଥା ହେଲା, ବଜ୍ରପାତରୁ ବର୍ତ୍ତିବା ପାଇଁ […]

ସକାଳ ବ୍ୟୁରୋ: ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଉଛି ଜୀବନ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୩ ଜଣଙ୍କ ଜୀବନ ଯାଇଛି। କାହିଁକି ବାରମ୍ବାର ହେଉଛି ବଜ୍ରାଘାତ। ଗତ ୨ ବର୍ଷ ଭିତରେ ସର୍ବାଧିକ ବଜ୍ରପାତ ହୋଇ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଜଳବାୟୁ ପରିବର୍ତ୍ତନ, ବ୍ୟାପକ ଗଛ କଟା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍ କହୁଛନ୍ତି। ସବୁଠୁ ବଡ଼ କଥା ହେଲା, ବଜ୍ରପାତରୁ ବର୍ତ୍ତିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦରକାର। ଯେପରିକି, ବିଜୁଳି ଓ ଘଡ଼ଘଡ଼ି ମାରିବା ସମୟରେ ଗଛ ତଳେ ନରହିବା, ଖୋଲା ସ୍ଥାନ, ପଡ଼ିଆ ଓ ଚାଷ ଜମିରେ ନରହିବା ଭଳି ସତର୍କତା ଜାରି କରୁଛନ୍ତି ପାଣିପାଗ ବିଜ୍ଞାନୀ। ତଥାପି ବଜ୍ରପାତରେ ଯାଉଛି ଅନେକ ଜୀବନ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଆଜି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗାଁରେ ବଜ୍ରପାତ ହୋଇଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି। ମୃତ ଯୁବକ ହେଉଛନ୍ତି ୧୮ ବର୍ଷୀୟ ହରିଶ ମଳିକ। ସକାଳେ ସାଙ୍ଗହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ଘଡଘଡି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ, ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତର ଖାନାରେ ପହଂଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସେହିପରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ବାସୁଦେବପୁର ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାସୁଦେବପୁର ଗାଁର ବିଜୟ ମଲ୍ଲିକ ଓ ଗରା ଗାଁର ବାବାଜୀ ପ୍ରଧାନ। ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର