ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ଏଯାଏଁ ମିଳିନି ରାଗିଂର ସୁରାକ୍, ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ନମ୍ବର ଜାରି

The Sakala Picture
Published On

ଭୁବନେଶ୍ବର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ, ୨ ଜୁଲାଇରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପାଇଁ ୩ଟି ଟିମ ଗଠନ ହୋଇଥିଲା। ତେବେ ରାଗିଂ ନେଇ ଏ ପର୍ଯ୍ଯନ୍ତ କିଛି ସୁରାକ ମିଳିନି। ଏଯାବତ ୧୯୮ ଛାତ୍ରୀ, ସାଙ୍ଗସାଥି, ସଂପର୍କୀୟ, ହଷ୍ଟେଲ ଓ କଲେଜ ଷ୍ଟାଫମାନଙ୍କୁ ପଚରା ଉଚାର କରଯାଇଥିବା ବେଳେ ମୋଟ […]

ଭୁବନେଶ୍ବର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ, ୨ ଜୁଲାଇରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପାଇଁ ୩ଟି ଟିମ ଗଠନ ହୋଇଥିଲା। ତେବେ ରାଗିଂ ନେଇ ଏ ପର୍ଯ୍ଯନ୍ତ କିଛି ସୁରାକ ମିଳିନି। ଏଯାବତ ୧୯୮ ଛାତ୍ରୀ, ସାଙ୍ଗସାଥି, ସଂପର୍କୀୟ, ହଷ୍ଟେଲ ଓ କଲେଜ ଷ୍ଟାଫମାନଙ୍କୁ ପଚରା ଉଚାର କରଯାଇଥିବା ବେଳେ ମୋଟ ୩୦୦ ଜଣକୁ ପଚାର ଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ତେବେ କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି।  ରୁଚିକାଙ୍କ ମୋବାଇଲ ଖୋଲିବାରେ ସାଇବର ଟିମ୍‌ ସକ୍ଷମ ହୋଇନାହାନ୍ତି।  ତେଣୁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। ପଚାର ଉଚାରା ବେଳେ ଛାତ୍ରୀଙ୍କ ଉପରେ ଯେପରି ଚାପ ନ ପଡେ ସେହି ଦିଗକୁ ଗୁରୁତ୍ବ ଦିଆଯାଇଛି। ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ହଷ୍ଟେଲ ଓ କଲେଜର ଯେଉଁମାନେ ରୁଚିକା ବାବଦରେ ତଥ୍ୟ ଦେବାକୁ ଚାହିଁବେ ପୁଲିସକୁ ଯୋଗାଯୋଗ କରନ୍ତୁ। ଏଥିପାଇଁ ଏକ ନମ୍ବର ଜାରି କରାଯାଇଛି। ନମ୍ବର ଟି ହେଲା 7077798111 ।  ଯଦି ରାଗିଂ ହେଉଥିଲେ ତେବେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାିଛି। ସିଡ଼ିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି । ଆଗକୁ ବି ତଦନ୍ତ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର ଡିସିପି  କହିଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଖବର ଅନୁଯାୟୀ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଆତ୍ମହତ୍ୟା କରିଥିଲେ। ସେ ଥିଲେ କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରିଛି।

ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନଥିଲେ ରୁଚିକା। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି  ରୁଚିକା  ତାଙ୍କ ସୁଇସାଇଡ ନୋଟରେ ଲେଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର