ପୁଣି ଅଶାନ୍ତ ରାଜଧାନୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ମୂଳାପଡ଼ିଆ ନିକଟରେ ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣରେ ଆହତ ହୋଇଥିବା ଯୁବକ ଜଣକ ସନ୍ଦୀପ ସମର୍ଥ ବୋଲି ଜଣାପଡିଛି । ଆକ୍ରମଣରେ ତାଙ୍କର ଦୁଇ ହାତ ଓ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି ।