ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭାବନରୁ ସହାୟକଙ୍କ ମୃତଦେହ ଉଦ୍ଧାର

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ଶଙ୍କର୍ଷଣ ନାଗ ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ ବୋଲି ଜଣାପଡ଼ିଛି। ବିଦ୍ୟୁତ୍‌ ଆଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ତେବେ କେଉଁ ପରିସ୍ଥିତିରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅପରପକ୍ଷେ, ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସରୁ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସେପେଟେ, ପୁଲିସ ଯଥାସମ୍ଭବ ମାମଲାକୁ ଚାପିବା ପାଇଁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମଠାରୁ ମାମଲା ଲୁଚାଇବା ପାଇଁ ପୁଲିସ ଜୋରସୋର୍‌ରେ ଲାଗି ପଡ଼ିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ମିଳିଥିବା ସୂଚନା ମୁତାବକ, ଶଙ୍କର୍ଷଣ ମନ୍ତ୍ରୀଙ୍କ ଘରୋଇ ସହାୟକ ଭାବେ କାମ କରୁଥିଲେ। ସେ ସେଠାରେ ପରିବାର ସହ ରହୁଥିଲେ। ଦୀର୍ଘ ଦିନ ହେଲା ସେ ମନ୍ତ୍ରୀଙ୍କ ସରକାରୀ କ୍ବାର୍ଟର୍ସରେ ରହି ଆସୁଥିଲେ। ବିଦ୍ୟୁତ୍‌ ଆଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

30 Jan 2026 By Madhusudan Das

ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭାବନରୁ ସହାୟକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ଶଙ୍କର୍ଷଣ ନାଗ ଓ ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ ବୋଲି ଜଣାପଡ଼ିଛି। ବିଦ୍ୟୁତ୍‌ ଆଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ତେବେ କେଉଁ ପରିସ୍ଥିତିରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅପରପକ୍ଷେ, ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସରୁ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସେପେଟେ, ପୁଲିସ ଯଥାସମ୍ଭବ ମାମଲାକୁ ଚାପିବା ପାଇଁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମଠାରୁ ମାମଲା ଲୁଚାଇବା ପାଇଁ ପୁଲିସ ଜୋରସୋର୍‌ରେ ଲାଗି ପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଶଙ୍କର୍ଷଣ ମନ୍ତ୍ରୀଙ୍କ ଘରୋଇ ସହାୟକ ଭାବେ କାମ କରୁଥିଲେ। ସେ ସେଠାରେ ପରିବାର ସହ ରହୁଥିଲେ। ଦୀର୍ଘ ଦିନ ହେଲା ସେ ମନ୍ତ୍ରୀଙ୍କ ସରକାରୀ କ୍ବାର୍ଟର୍ସରେ ରହି ଆସୁଥିଲେ। ବିଦ୍ୟୁତ୍‌ ଆଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp