ମନୋରଞ୍ଜନ
ଓଡ଼ିଶା
କାର୍ ଭିତରୁ ଅବସରପ୍ରାପ୍ତ ଏୟାରଫୋର୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପୋଲିସ କରୁଛି ତଦନ୍ତ
ଜଟଣୀ: କାର ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଜଟଣୀ ଥାନା ଠାରୁ କିଛି ଦୂରରେ ଥିବା ଏକ ବନ୍ଦ କାର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ସତିଶ କୁମାର ମହାନ୍ତି(୪୭ବର୍ଷ)। ତାଙ୍କ ଘର ନିକଟ ବାଛରାପାଟଣାରେ ବୋଲି ଜଣାପଡ଼ିଛି। ଅବସରପ୍ରାପ୍ତ ଏୟାର ଫୋର୍ସର କର୍ମଚାରୀ ଥିଲେ ସତୀଶ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା […]
ଜଟଣୀ: କାର ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଜଟଣୀ ଥାନା ଠାରୁ କିଛି ଦୂରରେ ଥିବା ଏକ ବନ୍ଦ କାର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ସତିଶ କୁମାର ମହାନ୍ତି(୪୭ବର୍ଷ)। ତାଙ୍କ ଘର ନିକଟ ବାଛରାପାଟଣାରେ ବୋଲି ଜଣାପଡ଼ିଛି। ଅବସରପ୍ରାପ୍ତ ଏୟାର ଫୋର୍ସର କର୍ମଚାରୀ ଥିଲେ ସତୀଶ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ କାର୍ଟି ଦିନ ଦୁଇଟାରୁ ୪ଟା ପର୍ଯ୍ୟନ୍ତ ଥିବା ବେଳେ କାର୍ ଭିତରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ l ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର୍ କାଚ ଭାଙ୍ଗି ଅଚେତ ଅବସ୍ଥାରେ ଯୁବକକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ଡାକ୍ତର ଚିକିତ୍ସା ପରେ ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ l ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।






