ବିଷାକ୍ତ ହେଲାଣି ଦୟା, ସରକାର ରଙ୍ଗ ମାରିବାରେ ବ୍ୟସ୍ତ

The Sakala Picture
Published On

ଭୁବନେଶ୍ବର: ବିଷ ପାଲଟିଲାଣି ଦୟା ନଦୀର ଜଳ। ଅକାଳରେ ଝଡିଗଲାଣି ୪ ମୂଲ୍ୟବାନ ଜୀବନ। ଦୀର୍ଘ ୧୫ ଦିନ ହେବ କଣାସରେ ଜନଜୀବନ ପ୍ରଭାବିତ ହେଲାଣି। ହେଲେ ନଦୀର ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ସରକାର ବିଫଳ। ଯାହାକୁ ନେଇ ବିଜେପି ସରକାରକୁ କଡା ସମାଲୋଚନା କରିଛି ବିଜେଡି। ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ ନହେବାରୁ ମଇଳା ପାଣି ଦାୟା ନଦୀ ଦେଇ ଚିଲିକାକୁ ଯାଉଛି। ଯାହା ଫଳରେ ଦୟା, ରାଜୁଆ, ମକରା, ଲୁଣା ଭାର୍ଗବୀ ଭଳି ପ୍ରମୁଖ […]

ଭୁବନେଶ୍ବର: ବିଷ ପାଲଟିଲାଣି ଦୟା ନଦୀର ଜଳ। ଅକାଳରେ ଝଡିଗଲାଣି ୪ ମୂଲ୍ୟବାନ ଜୀବନ। ଦୀର୍ଘ ୧୫ ଦିନ ହେବ କଣାସରେ ଜନଜୀବନ ପ୍ରଭାବିତ ହେଲାଣି। ହେଲେ ନଦୀର ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ସରକାର ବିଫଳ। ଯାହାକୁ ନେଇ ବିଜେପି ସରକାରକୁ କଡା ସମାଲୋଚନା କରିଛି ବିଜେଡି। ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ ନହେବାରୁ ମଇଳା ପାଣି ଦାୟା ନଦୀ ଦେଇ ଚିଲିକାକୁ ଯାଉଛି। ଯାହା ଫଳରେ ଦୟା, ରାଜୁଆ, ମକରା, ଲୁଣା ଭାର୍ଗବୀ ଭଳି ପ୍ରମୁଖ ନଦୀର ପାଣି ପ୍ରଭାବିତ ହେଉଛି। ଦୂଷିତ ପାଣି ବ୍ୟବହାର କରି କଣାସ ବ୍ଲକର ଏକାଧିକ ଗାଁର ୨୫୦ ଲୋକ ପୁରୀ ଓ ଭୁବନେଶ୍ୱରରେ ଚିକିତ୍ସା ହେଉଛନ୍ତି। ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉନଥିବା ବେଳେ ହଇଜାରୁ ମହାମାରୀ ହୋଇଥିବା କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ପୂର୍ବ ସରକାରରେ ଏକାଧିକ ପାନୀୟ ଜଳ ପ୍ରକଳ୍ପ କାମ ୯୦% ସରିଥିଲେ ସୁଦ୍ଧା ଏଯାଏ ସମ୍ପନ୍ନ ହୋଇନାହିଁ। କେବଳ ପାଣି ଟାଙ୍କିର ରଙ୍ଗ ବଦଳା ଯାଉଥିବା ବେଳେ ଇଟା ଟାଏ କାମ ହୋଇନଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଲୋକଙ୍କ ସରକାର କହୁଥିବା ବିଜେପି ସାତ ମାସ ପରେ ଆଉ ଲୋକଙ୍କ ସହ ନଥିବା କହି ସମାଲୋଚନା କରିଛନ୍ତି ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ। ଡେଲାଙ୍ଗ ପିପିଲିର ୧୫ ପଂଚାୟତ ଦୟାନଦୀ ଉପରେ ନିର୍ଭର କରନ୍ତି। ପୂର୍ବ ସରକାର ୧୦୦ କୋଟିର ପ୍ରକଳ୍ପ କରିଥିଲେ, ସ୍ୱରେଜ ଟ୍ରିଟମେଂଟ ପ୍ଲାନ ପାଇଁ ଅନୁମୋଦନ ଦେଇଥିଲେ କେବେ ସୁଦ୍ଧା ମୋହନ ସରକାର ଏହା କରିବେ ବୋଲି ପ୍ରଶ୍ନ କରିଛନ୍ତି ରୁଦ୍ର।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଦୂଷିତ ଦୟାନଦୀ ପାଣି ବ୍ୟବହାର ୪ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ଶହ ଶହ ମାଛ ମଡକ ହୋଇଥିବା ଦେଖିବାକୁ ମିଳିଛି। ତେବେ ସରକାର ଏ ଦିଗରେ କେବେ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର