ଜମ୍ମୁ-କଶ୍ମୀରରେ ବାହାହେଲା ଝିଅ : ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ବାପା

The Sakala Picture
Published On

ବ୍ରହ୍ମପୁର : ବ୍ରହ୍ମପୁର ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ ଏବେ ଜମ୍ମୁ-କଶ୍ମୀରର ବୋହୂ ହୋଇଛନ୍ତି। ତେବେ ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଝିଅର ବିବାହକୁ ପରିବାର ପକ୍ଷରୁ ଏକ ପ୍ରକାର ସ୍ୱୀକୃତି ଦିଆଯାଇଥିବା ନେଇ ଯୁବତୀଙ୍କ ବାପା ‘ସକାଳ’ ଖବରକାଗଜକୁ କହିଛନ୍ତି। ତେବେ ଝିଅର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ସେ ସୁପ୍ରିମ୍‍କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମ୍‍କୋର୍ଟରେ ଦୁଇ ମାସ ପୂର୍ବେ ଯୁବତୀଙ୍କ ବାପା […]

ବ୍ରହ୍ମପୁର : ବ୍ରହ୍ମପୁର ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ ଏବେ ଜମ୍ମୁ-କଶ୍ମୀରର ବୋହୂ ହୋଇଛନ୍ତି। ତେବେ ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଝିଅର ବିବାହକୁ ପରିବାର ପକ୍ଷରୁ ଏକ ପ୍ରକାର ସ୍ୱୀକୃତି ଦିଆଯାଇଥିବା ନେଇ ଯୁବତୀଙ୍କ ବାପା ‘ସକାଳ’ ଖବରକାଗଜକୁ କହିଛନ୍ତି। ତେବେ ଝିଅର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ସେ ସୁପ୍ରିମ୍‍କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମ୍‍କୋର୍ଟରେ ଦୁଇ ମାସ ପୂର୍ବେ ଯୁବତୀଙ୍କ ବାପା ହେବିୟସ୍‍ କର୍ପସ (ମୌଳିକ ଅଧିକାର କିମ୍ବା ଆତ୍ମସୁରକ୍ଷା କ୍ଷୁଣ୍ଣ ହେଲେ ଏହି ଧାରାରେ ଆବେଦନ ହୁଏ)ରେ ଝିଅର ସୁରକ୍ଷା ପାଇଁ ଏକ ପିଟିସନ୍‍ ଦାଖଲ କରିଥିଲେ। ସୁପ୍ରିମ୍‍କୋର୍ଟ ପିଟିସନ୍‍କୁ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଝିଅ ବର୍ତ୍ତମାନ ଚଣ୍ଡିଗଡ଼଼ରେ ରହୁଥିବା ବେଳେ ଘଟଣାର ସ୍ଥିତି ନେଇ ଜୁଲାଇ ୩୦ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସେଠାକାର ସରକାର, ଓଡ଼ିଶା ସରକାର ଏବଂ ଜମ୍ମୁ-କଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ଔଷଧ ବ୍ୟବସାୟୀଙ୍କ ଝିଅ ସହର ଉପକଣ୍ଠରେ ଥିବା ଏକ ଘରୋଇ ଫାର୍ମାସିଷ୍ଟ କଲେଜରେ ପାଠ ପଢ଼ୁଥିଲେ। ଏଠାରେ ପାଠ ସରିବା ପରେ ସେ ଉଚ୍ଚଶିକ୍ଷା ପାଇଁ ପରିବାର ଲୋକଙ୍କ ଅନୁମତିକ୍ରମେ ଲକ୍ଷ୍ନୌ ଯାଇଥିଲେ। ସେଠାରେ ପାଠ ପଢ଼ୁଥିବା ବେଳେ ଯୁବତୀଙ୍କର ଜଣେ ଭିନ୍ନ ସମ୍ପ୍ରଦାୟର ଜମ୍ମୁ-କଶ୍ମୀର ସହପାଠୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଇତିମଧ୍ୟରେ ଉଭୟ ପୁଣି ପିଏଚଡି କରିବାକୁ ଚଣ୍ଡିଗଡ଼଼ର ଏକ ଫାର୍ମା କଲେଜରେ ନାମ ଲେଖାଇଥିଲେ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ପରବର୍ତ୍ତୀ ସମୟରେ ଉଭୟ ସେଠାରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ପରିବାର ଲୋକଙ୍କ ସହ ଯୁବତୀଙ୍କର ପୂର୍ବ ଭଳି ସମ୍ପର୍କ ରହିଥିଲେ ମଧ୍ୟ ପ୍ରେମ ସମ୍ପର୍କ ନେଇ ଯୁବତୀ ପରିବାର ଲୋକଙ୍କୁ କିଛି ଜଣାଇ ନ ଥିଲେ। କିଛିଦିନ ପୂର୍ବେ ପରିବାର ଲୋକେ ଚଣ୍ଡିଗଡ଼଼ ଯାଇ ଝିଅକୁ ଭେଟିଥିଲେ। ତେବେ ଝିଅର ଚାଲିଚଳନ ଏବଂ ଯୁବକଙ୍କ ସହ ତାଙ୍କ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ କରିପାରି ନ ଥିଲେ। ଏପରିକି କୋର୍ଟରେ ଉଭୟଙ୍କ ବିବାହ ମଧ୍ୟ ହୋଇସାରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଭିନ୍ନ ସମ୍ପ୍ରଦାୟରେ ବିବାହ ହୋଇଥିବା ଜାଣି ପରିବାର ଲୋକେ ତୁରନ୍ତ ଯୁବତୀଙ୍କୁ ଘରକୁ ଫେରାଇ ଆଣିବାକୁ ଚାହିଁଥିଲେ। କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ପରିବାର ଲୋକେ ବାଧ୍ୟ ହୋଇ ବ୍ରହ୍ମପୁର ଫେରିଆସିବା ସହ କିଛି ସମ୍ପର୍କୀୟ ଏବଂ ଆଇନଜୀବୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଯୁବତୀଙ୍କ ବାପା ଏ ନେଇ ସୁପ୍ରିମ୍‍କୋର୍ଟରେ ହେବିୟସ୍‍ କର୍ପସ୍‍ରେ ଝିଅର ସୁରକ୍ଷା ଏବଂ ଭବିଷ୍ୟତକୁ ନେଇ ପିଟିସନ୍‍ ଦାଖଲ କରିଥିଲେ। ଏ ସମ୍ପର୍କରେ ଯୁବତୀଙ୍କ ବାପା କହିଛନ୍ତି, ବର୍ତ୍ତମାନ ସେ ଝିଅ ସହ ଫୋନ୍‍ ଯୋଗାଯୋଗରେ ଅଛନ୍ତି। ତା’ର ସୁରକ୍ଷା ଏବଂ ଭବିଷ୍ୟତକୁ ନେଇ ସୁପ୍ରିମ୍‍କୋର୍ଟର ଦ୍ୱାରସ୍ଥ ହୋଇଥିବା ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର