ଉଜୁଡ଼ା ସଂସାର ସଜାଡ଼ିଲା ବିଏସକେୱାଇ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଝିଅ ଲକ୍ଷ୍ମୀପ୍ରିୟା

The Sakala Picture
Published On

ଭୁବନେଶ୍ୱର: ଚିକିତ୍ସା ପାଇଁ କେହି ପିଲାମାନଙ୍କ ପାଠ ବନ୍ଦ କରିବେ ନାହିଁ। ଘରଦ୍ୱାର ବନ୍ଧା ପକାଇବେ ନାହିଁ କି ଗହଣା ବିକିବେ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାନ୍ତର୍ଗତ ସ୍ମାର୍ଟ ହେଲ୍‍ଥ କାର୍ଡ଼ ଯୋଗେ ମିଳିବ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିନବ ଯୋଜନା ରାଜ୍ୟର ଅନେକ ପରିବାର ମୁହଁରେ ହସ ଖେଳାଇଛି। ସୁନ୍ଦରଗଡ଼଼ରୁ ମାଲକାନଗିରି, ବଲାଙ୍ଗିରରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ଅଳ୍ପ ଦିନ ମଧ୍ୟରେ ଉପକୃତ ହୋଇଛନ୍ତି। […]

ଭୁବନେଶ୍ୱର: ଚିକିତ୍ସା ପାଇଁ କେହି ପିଲାମାନଙ୍କ ପାଠ ବନ୍ଦ କରିବେ ନାହିଁ। ଘରଦ୍ୱାର ବନ୍ଧା ପକାଇବେ ନାହିଁ କି ଗହଣା ବିକିବେ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାନ୍ତର୍ଗତ ସ୍ମାର୍ଟ ହେଲ୍‍ଥ କାର୍ଡ଼ ଯୋଗେ ମିଳିବ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିନବ ଯୋଜନା ରାଜ୍ୟର ଅନେକ ପରିବାର ମୁହଁରେ ହସ ଖେଳାଇଛି। ସୁନ୍ଦରଗଡ଼଼ରୁ ମାଲକାନଗିରି, ବଲାଙ୍ଗିରରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ଅଳ୍ପ ଦିନ ମଧ୍ୟରେ ଉପକୃତ ହୋଇଛନ୍ତି। ଏବେ ଅନୁରୂପ ଏକ ଖବର ଆସିଛି କଟକ ଜିଲ୍ଲାରୁ। କଟକର ଲକ୍ଷ୍ମୀପ୍ରିୟା ପୂଜାରୀ ନାମକ ଜଣେ ଯୁବତୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ମୂଲ୍ୟରେ ଚିକିତ୍ସା ସୁଯୋଗ ପାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଲକ୍ଷ୍ମୀପ୍ରିୟାଙ୍କ ଘର କଟକ ଜିଲ୍ଲାରେ। କୌଣସି କାରଣରୁ ତାଙ୍କ ମା’ଙ୍କର ପ୍ଲାଷ୍ଟିକ୍‍ ସର୍ଜରୀର ଆବଶ୍ୟକତା ପଡ଼ିଥିଲା। ଏଥିପାଇଁ ସେ ବିଭିନ୍ନ ଘରୋଇ ଡ଼ାକ୍ତରଖାନା ସହ ଯୋଗାଯୋଗ କରିଥିଲେ। ମାତ୍ର ଏଥିପାଇଁ ବିପୁଳ ଅର୍ଥ ଆବଶ୍ୟକ ଥିବା ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏତେ ଟଙ୍କା ଯୋଗାଡ଼ କରିବା ଲକ୍ଷ୍ମୀପ୍ରିୟାଙ୍କ ପାଇଁ ସମ୍ଭବ ନ ଥିଲା। ତେବେ ଏହି ଅସମୟରେ ସାହା ହୋଇଥିଲା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାର ହିତାଧିକାରୀ ଭାବରେ ସେ ଟାଙ୍ଗିସ୍ଥିତ ପଦ୍ମିନୀ କେୟାର ହସପିଟାଲର ପ୍ଲାଷ୍ଟିକ୍‍ ସର୍ଜରୀ ବିଭାଗରେ ତାଙ୍କ ମା’ଙ୍କ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ତାଙ୍କ ମା ଏବେ ସୁସ୍ଥ ଅନୁଭବ କରୁଛନ୍ତି। ଏଥିପାଇଁ ଲକ୍ଷ୍ମୀପ୍ରିୟା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ଏହି କୃତଜ୍ଞତାକୁ ଟ୍ୱିଟ୍‍ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସଫଳ ଓ ବିନାମୂଲ୍ୟରେ ଚିକିତ୍ସା ପାଇବାରେ ଲକ୍ଷ୍ମୀପ୍ରିୟାଙ୍କ ପରିବାର ନୁହନ୍ତି; ରାଜ୍ୟର କୋଟିକୋଟି ଲୋକ ଉପକୃତ ହେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କର ମାଗଣା ଚିକିତ୍ସା କରାଯାଉଛି। ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ବିନା ମୂଲ୍ୟରେ ଉନ୍ନତ ଚିକିତ୍ସା ସୁବିଧା ମିଳିପାରୁଛି। ଏଥିରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିବାବେଳେ ମହିଳାମାନଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର