ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ

The Sakala Picture
Published On

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ । ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା,ସୁନା ଡାଲି,ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର ଭୟଭୀତ ହୋଇପଡ଼ିଥିଲେ । ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉଭୟ ପରିବାର । […]

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ । ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା,ସୁନା ଡାଲି,ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର ଭୟଭୀତ ହୋଇପଡ଼ିଥିଲେ । ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉଭୟ ପରିବାର । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସାଇବର ଏକ୍ସପୋର୍ଟ ସବ୍ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମରେ ଘଟଣାର ୫ଦିନ ଭିତରେ ଫେକ୍ ମାଓବାଦୀ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଥିବାବେଳେ ଆଉ ଦୁଇ ଜଣ ଏବେବି ଫେରାର୍ ଅଛନ୍ତି । ଗିରଫ ଚାରିଜଣ ସିମନବାଡ଼ି ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ସୂଚନା ଅନୁସାରେ ଗତ ୧୦ ତାରିଖ ରାତିରେ ମକପାଟା ଗାଁ ର ପ୍ରମୋଦ ପ୍ରଧାନ ନିଜ ଦୋକାନ ଘରେ ପରିବାର ସହ ଶୋଇଥିବା ବେଳେ ୬ଜଣ ଦୁର୍ବୃତ୍ତ ସେଠାରେ ପହଁଚି କବାଟ ବାଡ଼େଇଥିଲେ । ପ୍ରମୋଦ କବାଟ ନ ଖୋଲିବାରୁ କବାଟ ଖୋଲେ ନହେଲେ ଘରେ ବମ୍ ପକେଇ ଦେବୁ କାରଣ ଆମେ ମାଓବାଦୀ ବୋଲି କହିବାପରେ ଭୟଭୀତ ହୋଇ ପ୍ରମୋଦ କବାଟ ଖୋଲିଥିଲେ । ଏହାପରେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପ୍ରମୋଦଙ୍କ ଘରେ ପଶି ଟଙ୍କା,ଡାଲି, ଚାଉଳ, ମୋବାଇଲ୍ ସମେତ ପ୍ରମୋଦଙ୍କ ପତ୍ନୀଙ୍କ କାନଫୁଲ ମଧ୍ୟ ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହି ରାତିରେ ହିଁ ନିକଟସ୍ଥ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ସହ ମଧ୍ୟ ସମାନ ଘଟଣା ଘଟାଇଥିଲେ ଦୁର୍ବୃତ୍ତ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ପୋଲିସ୍ ଘଟଣାରେ ସମ୍ପୃକ୍ତ ଚାରିଜଣ ନକଲି ମାଓବାଦୀଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୧୦ହଜାର ୫୦୦ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ,ଖଣ୍ଡା,କାତି,ଛୁରି ଜବତ କରିବାସହ ସୁନା ମଧ୍ୟ ଜବତ କରିଛି ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

ଜବତ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ବାଲିଗୁଡ଼ା ଏସଡିପିଓ ମୋନୋଜ କୁମାର ପୁଜାରୀ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

16 Jun 2021 By The Sakala

ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ନକଲି ମାଓବାଦୀ । ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା,ସୁନା ଡାଲି,ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର ଭୟଭୀତ ହୋଇପଡ଼ିଥିଲେ । ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉଭୟ ପରିବାର । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସାଇବର ଏକ୍ସପୋର୍ଟ ସବ୍ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମରେ ଘଟଣାର ୫ଦିନ ଭିତରେ ଫେକ୍ ମାଓବାଦୀ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଥିବାବେଳେ ଆଉ ଦୁଇ ଜଣ ଏବେବି ଫେରାର୍ ଅଛନ୍ତି । ଗିରଫ ଚାରିଜଣ ସିମନବାଡ଼ି ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଗତ ୧୦ ତାରିଖ ରାତିରେ ମକପାଟା ଗାଁ ର ପ୍ରମୋଦ ପ୍ରଧାନ ନିଜ ଦୋକାନ ଘରେ ପରିବାର ସହ ଶୋଇଥିବା ବେଳେ ୬ଜଣ ଦୁର୍ବୃତ୍ତ ସେଠାରେ ପହଁଚି କବାଟ ବାଡ଼େଇଥିଲେ । ପ୍ରମୋଦ କବାଟ ନ ଖୋଲିବାରୁ କବାଟ ଖୋଲେ ନହେଲେ ଘରେ ବମ୍ ପକେଇ ଦେବୁ କାରଣ ଆମେ ମାଓବାଦୀ ବୋଲି କହିବାପରେ ଭୟଭୀତ ହୋଇ ପ୍ରମୋଦ କବାଟ ଖୋଲିଥିଲେ । ଏହାପରେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପ୍ରମୋଦଙ୍କ ଘରେ ପଶି ଟଙ୍କା,ଡାଲି, ଚାଉଳ, ମୋବାଇଲ୍ ସମେତ ପ୍ରମୋଦଙ୍କ ପତ୍ନୀଙ୍କ କାନଫୁଲ ମଧ୍ୟ ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହି ରାତିରେ ହିଁ ନିକଟସ୍ଥ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ସହ ମଧ୍ୟ ସମାନ ଘଟଣା ଘଟାଇଥିଲେ ଦୁର୍ବୃତ୍ତ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ପୋଲିସ୍ ଘଟଣାରେ ସମ୍ପୃକ୍ତ ଚାରିଜଣ ନକଲି ମାଓବାଦୀଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୧୦ହଜାର ୫୦୦ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ,ଖଣ୍ଡା,କାତି,ଛୁରି ଜବତ କରିବାସହ ସୁନା ମଧ୍ୟ ଜବତ କରିଛି ।

ଜବତ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଫେରାର ଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ବାଲିଗୁଡ଼ା ଏସଡିପିଓ ମୋନୋଜ କୁମାର ପୁଜାରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର