ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ: ମାଡ଼ି ଆସୁଛି ସମୁଦ୍ର, ବିପଦରେ ଲୁଣା ଜଙ୍ଗଲ

The Sakala Picture
Published On

ରାଜନଗର: ବିଶ୍ବତାପନ, ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏବେ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବଙ୍ଗୋପସାଗର କୂଳ ଲଙ୍ଘିବା ସହ ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ସମୁଦ୍ର ଧୀରେଧୀରେ ଉପକୂଳ ଆଡ଼କୁ ମାଡ଼ିବା ଯୋଗୁଁ ପୂର୍ବରୁ ସାତଭାୟା ଅଧିବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଏବେ ସେହି ସାତଭାୟାଠାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିମି ଅଞ୍ଚଳରେ ସମୁଦ୍ରର […]

ରାଜନଗର: ବିଶ୍ବତାପନ, ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏବେ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବଙ୍ଗୋପସାଗର କୂଳ ଲଙ୍ଘିବା ସହ ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ସମୁଦ୍ର ଧୀରେଧୀରେ ଉପକୂଳ ଆଡ଼କୁ ମାଡ଼ିବା ଯୋଗୁଁ ପୂର୍ବରୁ ସାତଭାୟା ଅଧିବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଏବେ ସେହି ସାତଭାୟାଠାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିମି ଅଞ୍ଚଳରେ ସମୁଦ୍ରର ତାଣ୍ଡବ ଦେଖିବାକୁ ମିଳୁଛି। ୧୯୭୧ ପ୍ରଳୟଙ୍କାରୀ ବାତ୍ୟାରେ ବଙ୍ଗୋପସାଗର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସାତଭାୟା ଜନବସତିକୁ ମାଡ଼ି ଆସିଥିଲା। ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲା ଓ ସରପଦା ପ୍ରଭୃତି ୫ଟି ଗାଁ ସମୁଦ୍ର ବକ୍ଷରେ ସମ୍ପୂର୍ଣ୍ଣ ଲୀନ ହୋଇଥିଲା। ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ସାତଭାୟାକୁ ବଙ୍ଗୋପସାଗର ନିଜ ବକ୍ଷକୁ ନେଇଯାଇଥିଲା। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଜନବସତିକୁ ମାଡ଼ିଯିବା କାରଣରୁ ସାରା ବିଶ୍ୱରେ ପ୍ରଥମଥର ପାଇଁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ୨୦୦୦ ମସିହାରେ ସୁନାମୀ ଆସିବା ପରଠାରୁ ପେଣ୍ଠ ନିକଟରେ ବଙ୍ଗୋପସାଗର କୂଳ ଖାଇ ଗାଁମୁହାଁ ହୋଇଛି। ୨୦୧୬ ଭିତରେ ୩ କିମି ବାଲିପଠାକୁ ଗର୍ଭସ୍ଥ କରିବା ସହ ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର ୮ ଶହ ମିଟର ବନ୍ଧକୁ ଧୋଇ ନେଇଥିଲା। ଏହାପରେ ପେଣ୍ଠ ନିକଟରେ ସମୁଦ୍ର ଜୁଆରକୁ ଅଟକାଇବା ପାଇଁ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ ସି-ୱାଲ୍‌‌ ନିର୍ମାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଏବେ ବଙ୍ଗୋପସାଗର ସାତଭାୟାର ପୁରୁଣା ଜନବସତିଠାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିମି ବେଳାଭୂମିରେ ତାଣ୍ଡବ ରଚୁଛି। ସାତଭାୟାରୁ ଏକକୂଳା ଯାଏଁ ଥିବା ବାଲିପାହାଡ଼କୁ ଅଧିକାଂଶ ସ୍ଥାନରେ ସମୁଦ୍ର ଜୁଆର ଗତ ୫ ବର୍ଷ ଭିତରେ ଧୋଇ ନେଇଛି। ଏଥିସହ ଉପକୂଳ ଓଡ଼ିଶାର ସୁରକ୍ଷା କବଚ କୁହାଯାଉଥିବା ଲୁଣା ଜଙ୍ଗଲ ସମୁଦ୍ର ଉଚ୍ଚ ଜୁଆରରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଗଛକୁ ସମୁଦ୍ର ଉପାଡି ତା’ ଗର୍ଭକୁ ନେଇଯାଇଛି। ସାତଭାୟା ଜନବସତି ପରେ ଓ ହବାଳିଖଟିରୁ ୧ କିମି ପୂର୍ବରୁ ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶିଯାଇଛି। ପ୍ରତିଦିନ ସମୁଦ୍ରର ଜୁଆର ଜଙ୍ଗଲ ମଧ୍ୟକୁ ଯା’ଆସ କରୁଛି। ସାତଭାୟାରୁ ଏକକୂଳା ମଧ୍ୟରେ କାଦୁଆନାସୀ, ହବାଳିଖଟି ଓ ଏକକୂଳା ନିକଟରେ ଲୁଣାଜଙ୍ଗଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପର୍ଯ୍ୟଟନସ୍ଥଳୀ ହବାଳିଖଟିକୁ ସମୁଦ୍ର ଛାଡ଼ ସମୟରେ ସାତଭାୟାରୁ ବନ କର୍ମଚାରୀ ମୋଟର ସାଇକଲରେ ଯାଇଥାନ୍ତି। ମାତ୍ର ଗତ ୨ରୁ ୩ବର୍ଷ ହେଲା ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶି ଆସିବା ଯୋଗୁଁ ସମୁଦ୍ର କୂଳେକୂଳେ କାଦୁଅ ଓ ପୁରୁଣା ଗଛର ଖୁଣ୍ଟା ବାହାରି ରହିଥିବାରୁ ମୋଟର ସାଇକଲ ଯିବା ତ ଦୂରର କଥା, ଚାଲିଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

‌ସେହିପରି ୬ ବର୍ଷ ତଳେ ହବାଳିଖଟିରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଡଲଫିନ ହାଉସ୍‌‌ ସେତେବେଳେ ସମୁଦ୍ରଠାରୁ ପ୍ରାୟ ୩ଶହ ମିଟର ଦୂରରେ ଥିଲା। ଏବେ ଏହି ଡଲଫିନ୍‌ ହାଉସ୍‌‌ ନିକଟକୁ ସମୁଦ୍ର ଚାଲି ଆସିଲାଣି। ବାତ୍ୟା, ଲଘୁଚାପ, ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ସମୁଦ୍ର ଜୁଆର ପାଣି ଡଲଫିନ୍‌ ହାଉସ୍‌‌ ତଳେ ଲହଡ଼ି ଭାଙ୍ଗୁଛି। ଏପରିକି ହବାଳିଖଟିରେ ଥିବା ବନ ବିଭାଗର ରୋଷେଇଘର ଓ ରେଷ୍ଟସେଡ୍‌‌କୁ ଗତ ୨ ବର୍ଷ ଭିତରେ ସମୁଦ୍ର ତା’ ଗର୍ଭକୁ ନେଇଗଲାଣି। ଏହା ବାଦ୍‌ ବିରଳ ଅଲିଭ୍‌-ରିଡଲେ କଇଁଛଙ୍କ ପ୍ରଜନନସ୍ଥଳୀ ଅଗରନାସୀ-୧ ଓ ୨କୁ ସମୁଦ୍ର କ୍ରମାଗତ ଭାବେ ଗର୍ଭସ୍ଥ କରିଚାଲିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

୧୯୯୯ ମହାବାତ୍ୟା ପରଠାରୁ ଯେତେ ବାତ୍ୟା ହୋଇଛି, ସବୁ ବାତ୍ୟାରେ ରାଜନଗର ଯେତିକି କ୍ଷତିଗ୍ରସ୍ତ ହେବା କଥା, ସେହି ପରିମାଣରେ ହୋଇନି। ଲୁଣାଜଙ୍ଗଲ ସୁରକ୍ଷା ପାଚେରି ଭାବେ ଛିଡ଼ା ହୋଇଥିବାରୁ ରାଜନଗରବାସୀ ବାତ୍ୟା ପ୍ରଭାବରୁ ସୁରକ୍ଷିତ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୁଣାଜଙ୍ଗଲ ଭିତରକୁ ସମୁଦ୍ର ମାଡ଼ିଯିବା ଫଳରେ ଉପକୂଳ ପ୍ରତି ବିପଦ ସୃଷ୍ଟି କରିଛି।

18 Nov 2023 By The Sakala

ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ: ମାଡ଼ି ଆସୁଛି ସମୁଦ୍ର, ବିପଦରେ ଲୁଣା ଜଙ୍ଗଲ

ରାଜନଗର: ବିଶ୍ବତାପନ, ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏବେ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବଙ୍ଗୋପସାଗର କୂଳ ଲଙ୍ଘିବା ସହ ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ସମୁଦ୍ର ଧୀରେଧୀରେ ଉପକୂଳ ଆଡ଼କୁ ମାଡ଼ିବା ଯୋଗୁଁ ପୂର୍ବରୁ ସାତଭାୟା ଅଧିବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଏବେ ସେହି ସାତଭାୟାଠାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିମି ଅଞ୍ଚଳରେ ସମୁଦ୍ରର ତାଣ୍ଡବ ଦେଖିବାକୁ ମିଳୁଛି। ୧୯୭୧ ପ୍ରଳୟଙ୍କାରୀ ବାତ୍ୟାରେ ବଙ୍ଗୋପସାଗର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସାତଭାୟା ଜନବସତିକୁ ମାଡ଼ି ଆସିଥିଲା। ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲା ଓ ସରପଦା ପ୍ରଭୃତି ୫ଟି ଗାଁ ସମୁଦ୍ର ବକ୍ଷରେ ସମ୍ପୂର୍ଣ୍ଣ ଲୀନ ହୋଇଥିଲା। ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ସାତଭାୟାକୁ ବଙ୍ଗୋପସାଗର ନିଜ ବକ୍ଷକୁ ନେଇଯାଇଥିଲା। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଜନବସତିକୁ ମାଡ଼ିଯିବା କାରଣରୁ ସାରା ବିଶ୍ୱରେ ପ୍ରଥମଥର ପାଇଁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ୨୦୦୦ ମସିହାରେ ସୁନାମୀ ଆସିବା ପରଠାରୁ ପେଣ୍ଠ ନିକଟରେ ବଙ୍ଗୋପସାଗର କୂଳ ଖାଇ ଗାଁମୁହାଁ ହୋଇଛି। ୨୦୧୬ ଭିତରେ ୩ କିମି ବାଲିପଠାକୁ ଗର୍ଭସ୍ଥ କରିବା ସହ ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର ୮ ଶହ ମିଟର ବନ୍ଧକୁ ଧୋଇ ନେଇଥିଲା। ଏହାପରେ ପେଣ୍ଠ ନିକଟରେ ସମୁଦ୍ର ଜୁଆରକୁ ଅଟକାଇବା ପାଇଁ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ ସି-ୱାଲ୍‌‌ ନିର୍ମାଣ କରାଯାଇଛି।

ଏବେ ବଙ୍ଗୋପସାଗର ସାତଭାୟାର ପୁରୁଣା ଜନବସତିଠାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିମି ବେଳାଭୂମିରେ ତାଣ୍ଡବ ରଚୁଛି। ସାତଭାୟାରୁ ଏକକୂଳା ଯାଏଁ ଥିବା ବାଲିପାହାଡ଼କୁ ଅଧିକାଂଶ ସ୍ଥାନରେ ସମୁଦ୍ର ଜୁଆର ଗତ ୫ ବର୍ଷ ଭିତରେ ଧୋଇ ନେଇଛି। ଏଥିସହ ଉପକୂଳ ଓଡ଼ିଶାର ସୁରକ୍ଷା କବଚ କୁହାଯାଉଥିବା ଲୁଣା ଜଙ୍ଗଲ ସମୁଦ୍ର ଉଚ୍ଚ ଜୁଆରରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଗଛକୁ ସମୁଦ୍ର ଉପାଡି ତା’ ଗର୍ଭକୁ ନେଇଯାଇଛି। ସାତଭାୟା ଜନବସତି ପରେ ଓ ହବାଳିଖଟିରୁ ୧ କିମି ପୂର୍ବରୁ ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶିଯାଇଛି। ପ୍ରତିଦିନ ସମୁଦ୍ରର ଜୁଆର ଜଙ୍ଗଲ ମଧ୍ୟକୁ ଯା’ଆସ କରୁଛି। ସାତଭାୟାରୁ ଏକକୂଳା ମଧ୍ୟରେ କାଦୁଆନାସୀ, ହବାଳିଖଟି ଓ ଏକକୂଳା ନିକଟରେ ଲୁଣାଜଙ୍ଗଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପର୍ଯ୍ୟଟନସ୍ଥଳୀ ହବାଳିଖଟିକୁ ସମୁଦ୍ର ଛାଡ଼ ସମୟରେ ସାତଭାୟାରୁ ବନ କର୍ମଚାରୀ ମୋଟର ସାଇକଲରେ ଯାଇଥାନ୍ତି। ମାତ୍ର ଗତ ୨ରୁ ୩ବର୍ଷ ହେଲା ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶି ଆସିବା ଯୋଗୁଁ ସମୁଦ୍ର କୂଳେକୂଳେ କାଦୁଅ ଓ ପୁରୁଣା ଗଛର ଖୁଣ୍ଟା ବାହାରି ରହିଥିବାରୁ ମୋଟର ସାଇକଲ ଯିବା ତ ଦୂରର କଥା, ଚାଲିଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି।

‌ସେହିପରି ୬ ବର୍ଷ ତଳେ ହବାଳିଖଟିରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଡଲଫିନ ହାଉସ୍‌‌ ସେତେବେଳେ ସମୁଦ୍ରଠାରୁ ପ୍ରାୟ ୩ଶହ ମିଟର ଦୂରରେ ଥିଲା। ଏବେ ଏହି ଡଲଫିନ୍‌ ହାଉସ୍‌‌ ନିକଟକୁ ସମୁଦ୍ର ଚାଲି ଆସିଲାଣି। ବାତ୍ୟା, ଲଘୁଚାପ, ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ସମୁଦ୍ର ଜୁଆର ପାଣି ଡଲଫିନ୍‌ ହାଉସ୍‌‌ ତଳେ ଲହଡ଼ି ଭାଙ୍ଗୁଛି। ଏପରିକି ହବାଳିଖଟିରେ ଥିବା ବନ ବିଭାଗର ରୋଷେଇଘର ଓ ରେଷ୍ଟସେଡ୍‌‌କୁ ଗତ ୨ ବର୍ଷ ଭିତରେ ସମୁଦ୍ର ତା’ ଗର୍ଭକୁ ନେଇଗଲାଣି। ଏହା ବାଦ୍‌ ବିରଳ ଅଲିଭ୍‌-ରିଡଲେ କଇଁଛଙ୍କ ପ୍ରଜନନସ୍ଥଳୀ ଅଗରନାସୀ-୧ ଓ ୨କୁ ସମୁଦ୍ର କ୍ରମାଗତ ଭାବେ ଗର୍ଭସ୍ଥ କରିଚାଲିଛି।

୧୯୯୯ ମହାବାତ୍ୟା ପରଠାରୁ ଯେତେ ବାତ୍ୟା ହୋଇଛି, ସବୁ ବାତ୍ୟାରେ ରାଜନଗର ଯେତିକି କ୍ଷତିଗ୍ରସ୍ତ ହେବା କଥା, ସେହି ପରିମାଣରେ ହୋଇନି। ଲୁଣାଜଙ୍ଗଲ ସୁରକ୍ଷା ପାଚେରି ଭାବେ ଛିଡ଼ା ହୋଇଥିବାରୁ ରାଜନଗରବାସୀ ବାତ୍ୟା ପ୍ରଭାବରୁ ସୁରକ୍ଷିତ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୁଣାଜଙ୍ଗଲ ଭିତରକୁ ସମୁଦ୍ର ମାଡ଼ିଯିବା ଫଳରେ ଉପକୂଳ ପ୍ରତି ବିପଦ ସୃଷ୍ଟି କରିଛି।

https://www.thesakala.in/latest-odisha-news/danger-for-bhitarkanika-luna-jungle-due-to-rapid-climate-change/article-27403
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର