ଆସନ୍ତାକାଲି ବାଂଲାଦେଶ ଛୁଇଁବ ବାତ୍ୟା ସି-ତ୍ରାଙ୍ଗ; ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ କରୁଛି ଗତି, ଓଡିଶାକୁ ନାହିଁ ବିପଦ

The Sakala Picture
Published On

ଭୁବନେଶ୍ୱର: ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ସିତ୍ରାଙ୍ଗ। ଗଭୀର ଅବପାତରେ ପରିଣତ ହେବା ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ସିତ୍ରାଙ୍ଗ । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଏବେ ବାଂଲାଦେଶ ମୁହାଁ ହେଉଛି ବାତ୍ୟା । ବାତ୍ୟାଟି […]

ଭୁବନେଶ୍ୱର: ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ସିତ୍ରାଙ୍ଗ। ଗଭୀର ଅବପାତରେ ପରିଣତ ହେବା ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ସିତ୍ରାଙ୍ଗ । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଏବେ ବାଂଲାଦେଶ ମୁହାଁ ହେଉଛି ବାତ୍ୟା । ବାତ୍ୟାଟି ତିନକୋଣା ଓ ସାନ୍ଦ୍ୱୀପ ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

ଓଡ଼ିଶା ଉପକୂଳରୁ ଏହା ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ଗତି କରିବ ବାତ୍ୟା ସିତ୍ରାଙ୍ଗ । ତେଣୁ ଓଡ଼ିଶା ଉପରେ ବାତ୍ୟାର ବଡ଼ ପ୍ରଭାବ ପଡିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ୨୫ ତାରିଖରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା । ତିନ୍ କୋଣା ଓ ସନ୍ଦୀପ ମଧ୍ୟରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହେବା ପରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମଟର ରହିବ । ଏହା ବଢ଼ି ୧୦୫ରୁ ୧୧୦ କିଲୋମିଟର ରହିପାରେ । ବାତ୍ୟା ଭୀଷଣ ରୂପ ସହ ସ୍ଥଳଭାଗ ହିଟ୍‌ କରିବା ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

24 Oct 2022 By The Sakala

ଆସନ୍ତାକାଲି ବାଂଲାଦେଶ ଛୁଇଁବ ବାତ୍ୟା ସି-ତ୍ରାଙ୍ଗ; ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ କରୁଛି ଗତି, ଓଡିଶାକୁ ନାହିଁ ବିପଦ

ଭୁବନେଶ୍ୱର: ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ସିତ୍ରାଙ୍ଗ। ଗଭୀର ଅବପାତରେ ପରିଣତ ହେବା ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ସିତ୍ରାଙ୍ଗ । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଏବେ ବାଂଲାଦେଶ ମୁହାଁ ହେଉଛି ବାତ୍ୟା । ବାତ୍ୟାଟି ତିନକୋଣା ଓ ସାନ୍ଦ୍ୱୀପ ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଓଡ଼ିଶା ଉପକୂଳରୁ ଏହା ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ଗତି କରିବ ବାତ୍ୟା ସିତ୍ରାଙ୍ଗ । ତେଣୁ ଓଡ଼ିଶା ଉପରେ ବାତ୍ୟାର ବଡ଼ ପ୍ରଭାବ ପଡିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ୨୫ ତାରିଖରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା । ତିନ୍ କୋଣା ଓ ସନ୍ଦୀପ ମଧ୍ୟରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହେବା ପରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମଟର ରହିବ । ଏହା ବଢ଼ି ୧୦୫ରୁ ୧୧୦ କିଲୋମିଟର ରହିପାରେ । ବାତ୍ୟା ଭୀଷଣ ରୂପ ସହ ସ୍ଥଳଭାଗ ହିଟ୍‌ କରିବା ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର