ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବା ସହ ତାଣ୍ଡବ ରଚିପାରେ ସାମୁଦ୍ରିକ ଝଡ଼ ‘ମୋକା’

The Sakala Picture
Published On

ଭୁବନେଶ୍ୱର: ଆଜି ସ୍ଥଳଭାଗ ଛୁଇଁପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ମୋକା । ଅପରାହ୍ମରେ ଏହା ବାଙ୍ଗଲାଦେଶ ଓ ମିଆଁମାର ସୀମାରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ । ସ୍ଥଳବିଶେଷରେ ଏହା ଘଣ୍ଟା ପ୍ରତି ୨୦୦ କିମି ଛୁଇଁଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଶନିବାର ସକାଳେ ‘ମୋକା’ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ଘଣ୍ଟା […]

ଭୁବନେଶ୍ୱର: ଆଜି ସ୍ଥଳଭାଗ ଛୁଇଁପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ମୋକା । ଅପରାହ୍ମରେ ଏହା ବାଙ୍ଗଲାଦେଶ ଓ ମିଆଁମାର ସୀମାରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ । ସ୍ଥଳବିଶେଷରେ ଏହା ଘଣ୍ଟା ପ୍ରତି ୨୦୦ କିମି ଛୁଇଁଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଶନିବାର ସକାଳେ ‘ମୋକା’ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ଘଣ୍ଟା ପ୍ରତି ୧୪କିମି ବେଗରେ ଉତ୍ତରପୂର୍ବ ଦିଗରେ ଗତି କରି ‌ବାଂଲାଦେଶ, ମିଆଁମାର ମୁହାଁ ହେଇଛି । ଏହା ଧୀରେଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ମଧ୍ୟ ଦେଇ ଅତ୍ୟନ୍ତ ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ବାତ୍ୟା ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାକୁ ନଥିବାବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ସହିତ କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହୋଇପାରେ । ଏହି ସମୟରେ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ତେବେ ଉତ୍ତର ଓ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବାହ ଫଳରେ ବିଭିନ୍ନ ସ୍ଥାନରେ ଖରାର ପ୍ରକୋପ ଜାରି ରହିବ । ଖରା ସହିତ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିବ ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର