୫ ତାରିଖ ଅପରାହ୍ନରେ ପୁରୀ ଛୁଇଁବ ବାତ୍ଯା ଜୱାଦ !

The Sakala Picture
Published On

ଭୁବନେଶ୍ୱର: ବାତ୍ୟା ଜୱାଦର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ରୁପେ ପ୍ରସ୍ତୁତ ଅଛନ୍ତି । ଏ ନେଇ ଏସଆରସି ଏକ ପ୍ରେସମିଟ୍ କରିଛନ୍ତି। ୫ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା ଉପକୂଳ ପାଖାପାଖି ପହଞ୍ଚିବ ଜୱାଦ। ସ୍ଥଳଭାଗ ଛୁଇଁବ କି ନାହିଁ ଏ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ପବନର ବେଗ ପ୍ରାୟ ୮୦ରୁ ୯୦ କିଲୋମିଟର ରହିବ । ଏଥି ସହ ଆଜି ରାତିରୁ ଗଞ୍ଜାମ, ଗଜପତି, ପୁରୀରେ ବର୍ଷା ହେବ । […]

ଭୁବନେଶ୍ୱର: ବାତ୍ୟା ଜୱାଦର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ରୁପେ ପ୍ରସ୍ତୁତ ଅଛନ୍ତି । ଏ ନେଇ ଏସଆରସି ଏକ ପ୍ରେସମିଟ୍ କରିଛନ୍ତି। ୫ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା ଉପକୂଳ ପାଖାପାଖି ପହଞ୍ଚିବ ଜୱାଦ। ସ୍ଥଳଭାଗ ଛୁଇଁବ କି ନାହିଁ ଏ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ପବନର ବେଗ ପ୍ରାୟ ୮୦ରୁ ୯୦ କିଲୋମିଟର ରହିବ । ଏଥି ସହ ଆଜି ରାତିରୁ ଗଞ୍ଜାମ, ଗଜପତି, ପୁରୀରେ ବର୍ଷା ହେବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି । ୨୨ହଜାର ୭୦୦ଡଙ୍ଗା କୂଳକୁ ଫେରିଆସିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ବାଲୁଗାଁ ଓ ବାଣପୁର ଅଞ୍ଚଳ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି । ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ଟିମ୍ ୨୪୭ଟିମ ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ କେବଳ ୧୯ ଟିମ୍ ରିଜର୍ଭ ରଖାଯାଇଛି । କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାମ କରିବ ବୋଲି କହିଛନ୍ତି ଏସଆରସି । ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ସେହିପରି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଲୋକଙ୍କର ଯେଭଳି କୌଣସି ସମସ୍ୟା ନ ହୁଏ ସେଥି ପ୍ରତି ଧ୍ୟାନ ଦିଆଯାଇଥିବାବେଳେ ମିଶନ୍ ଜିରୋ କାଜୁଆଲିଟି ଉପରେ ଫୋକସ୍ କରାଯାଉଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ହେଉଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ବ୍ୟବସ୍ଥା କରାଯାଇଛି । ଶୁଦ୍ଧ ପାନୀୟ ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା ହୋଇଛି । ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର