‘ଜୱାଦ’ ଶକ୍ତିହୀନ : ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ୱର : ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’। ବର୍ତ୍ତମାନ ଏହା ସାମୁଦ୍ରିକ ଝଡ଼ରୁ ଦୁର୍ବଳ ହୋଇ ଗଭୀର ଅପପାତ ଆକାରରେ ରହିଛି। କ୍ରମାଗତ ଭାବେ ଏହା ଦୁର୍ବଳ ହୋଇ ରବିବାର ସକାଳ ସୁଦ୍ଧା ଏହା ଅବପାତ ଅବସ୍ଥାକୁ ଖସି ଆସିଛି। ଆଗକୁ ଆହୁରି ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ। ଏହା ବିଶାପାଟଣାଠାରୁ ୧୮୦ କିଲୋମିଟର, ଗୋପାଳପୁରଠାରୁ ୨୦୦ କିଲୋମିଟର ଏବଂ ପୁରୀଠାରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ […]

ଭୁବନେଶ୍ୱର : ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’। ବର୍ତ୍ତମାନ ଏହା ସାମୁଦ୍ରିକ ଝଡ଼ରୁ ଦୁର୍ବଳ ହୋଇ ଗଭୀର ଅପପାତ ଆକାରରେ ରହିଛି। କ୍ରମାଗତ ଭାବେ ଏହା ଦୁର୍ବଳ ହୋଇ ରବିବାର ସକାଳ ସୁଦ୍ଧା ଏହା ଅବପାତ ଅବସ୍ଥାକୁ ଖସି ଆସିଛି। ଆଗକୁ ଆହୁରି ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ। ଏହା ବିଶାପାଟଣାଠାରୁ ୧୮୦ କିଲୋମିଟର, ଗୋପାଳପୁରଠାରୁ ୨୦୦ କିଲୋମିଟର ଏବଂ ପୁରୀଠାରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଉପକୂଳ ଦିଗରେ ଗତି କରୁଛି । ବାତ୍ୟା ଜୱାଦ ରବିବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଥିଲା । ତେବେ ଏହାର ବେଶ ପୂର୍ବରୁ ବାତ୍ୟା ଜୱାଦ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ଅର୍ଥ ପବନ ଜନିତ କ୍ଷୟକ୍ଷତିର ଆଶଙ୍କା ଟଳି ଯାଇଛି । କିନ୍ତୁ ‘ଜୱାଦ’ ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରରେ ପାଗ କୋହଲା ରହିଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ଗଭୀର ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ଲାଗି ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ରାଜ୍ୟର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଏହି ସବୁ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।ସେହିପରି ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡ଼ିକ ହେଉଛି- କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ଦୁର୍ବଳ ହୋଇଯିବ ବୋଲି ଆକଳନ କରିଥିଲେ। ଶନିବାର ସକାଳୁ ଆଇଏମଡି ପକ୍ଷରୁ ମଧ୍ୟ ସମାନ ଆକଳନ ପ୍ରକାଶ ପାଇଥିଲା। ଯାହାଦ୍ୱାରା ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି। ବାତ୍ୟାଟି ଦୁର୍ବଳ ଅବସ୍ଥାରେ ଉପକୂଳ ନିକଟରେ ପହଞ୍ଚିବାର ଥିବାରୁ ପବନର ପ୍ରକୋପ ଯଥେଷ୍ଟ ହ୍ରାସ ପାଇଯିବ। ପୂର୍ବରୁ ପବନର ଝଟକା ୧୧୦ କିମି ଛୁଇଁବ ବୋଲି କୁହାଯାଉଥିବା ବେଳେ ଆଜି ଏହାକୁ କମାଇ ସର୍ବାଧିକ ୭୫ କିମି ଯାଇପାରେ ବୋଲି ଆଇଏମ୍‍ଡି କହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବାତ୍ୟା ‘ଜୱାଦ’ ଓଡ଼ିଶା ଉପକୂଳର ପ୍ରାୟ ୫୦ କିମି ଦୂରରେ ଉପକୂଳରେ ସମାନ୍ତରାଳରେ ଦୁର୍ବଳ ହୋଇ ଗତି କରିବ। ପୁରୀର ଦୂରରେ (୭୦ କିମି) ସମୁଦ୍ରରରେ ୫ ସନ୍ଧ୍ୟା ବେଳେ ଅବପାତ ରୂପରେ ପହଞ୍ଚିବ ଏବଂ କେନ୍ଦ୍ରାପଡ଼ାର ଦୂରରେ ଥିବା ବେଳେ ଘନୀଭୂତ ହୋଇ ଦୁର୍ବଳ ହୋଇଯିବ। ପଶ୍ଚିମବଙ୍ଗ/ବଙ୍ଗଲାଦେଶ ପହଞ୍ଚିବା ବେଳକୁ ଲଘୁଚାପ ରୂପରେ ଥିବ ବା ସମୁଦ୍ରରରେ ଲୀନ ହୋଇଯାଇଥିବ।

ଭୁବନେଶ୍ବର, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ବାସୁଦେବପୁରରେ ୬ ତାରିଖ ପର୍ଯ୍ୟନ୍ତ ନ୍ତ ବର୍ଷା ଲାଗି ରହିବ। ୫ ତାରିଖରେ ବର୍ଷା ସବୁଠାରୁ ଅଧିକ ରହିବ। ଦକ୍ଷିଣ ଓଡ଼ିଶାରେ ୫ତାରିଖ ପର୍ୟ୍ୟନ୍ତ କୋହଲା ପାଗ ଲାଗି ରହିବ ଓ ଭୁବନେଶ୍ବର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ତାରିଖ ପର୍ୟ୍ୟନ୍ତ କୋହଲା ପାଗ ଲାଗି ରହିବ। ଉପକୂଳ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ଡିଗ୍ରି ଏବଂ ୧୦ରୁ ୧୧ ତାରିଖ ମଧ୍ୟରେ ଅନ୍ୟାନ୍ୟ ସ୍ଥାନରେ ୫ରୁ ୬ଡିଗ୍ରି କମିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ଡିସେମ୍ବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସଂକେତ ମିଳୁଛି ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ବାତ୍ୟା ପ୍ରଭାବରେ ଗୋପାଳପୁରରେ ୪୭.୩ ମିମି ହୋଇଥିବା ବେଳେ ଭୁବନେଶ୍ବରରେ ସମୁଦାୟ ୩୨.୩ ମିମି ଓ ଚାନ୍ଦବାଲିଠାରେ ୩୦.୧ ମିମି ବର୍ଷା ରେକର୍ଡ ହୋଇଛି। ପବନର ବେଗ ମଧ୍ୟ କମ୍‌ ରହିଥିଲା। ପୁରୀରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୩୧କିମି ରହିଥିବା ବେଳେ ଭୁବନେଶ୍ବରରେ ୨୨କିମି, ଗୋପାଳପୁର, ପାରାଦୀପ ଓ ଜଗତସିଂହପୁରରେ ୧୫କିମି ଲେଖାଏଁ ରହିଥିଲା। ଆସନ୍ତାକାଲି ପବନ ଓ ବର୍ଷା ଆହୁରି କମିବ କିନ୍ତୁ ପାଗ ମେଘୁଆ ରହିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ୫ ପର୍ଯ୍ୟନ୍ତ ଏବଂ ଭୁବନେଶ୍ୱର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ। ଗଞ୍ଜାମରେ ବାତ୍ୟା ଜନିତ ସମୁଦାୟ ବର୍ଷା ୫୦ରୁ ୬୦ ମିମି, ପୁରୀ ଖୋର୍ଦ୍ଧା ଓ ଭଦ୍ରକ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ସମୁଦାୟ ବର୍ଷା ୮୦-୯୦ ମିମି ହୋଇପାରେ। ବାଲେଶ୍ୱର ଓ ମୟୂରଭଞ୍ଜରେ ୬୦-୭୦ ମିମି ବର୍ଷା, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କିଛି ନା କିଛି ବର୍ଷା ହେବ। ଅନ୍ୟପଟେ ଉପକୂଳ ଓଡ଼ିଶାରେ ୧୧ ଓ ୧୨ ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲ୍‌ଫସିୟସ କମିବା ବେଳେ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ୧୧ ମଧ୍ୟରେ ୫-୬ ଡିଗ୍ରୀ କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ଗତ ୩୬ ଘଣ୍ଟା ମଧ୍ୟରେ ପାରାଦୀପରେ ୯୧ ମିମି ବର୍ଷା ହୋଇଥିବା ବେଳେପୁରୀରେ ୪୯, ଗୋପାଳପୁରରେ ୪୭ ଓ ଭୁବନେଶ୍ୱରରେ ୩୧ ମିମି ବର୍ଷା ହୋଇଛି। ବାତ୍ୟା ବିପଦ ଟଳିଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

05 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର