ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ ବାତ୍ୟା କ୍ଷୟକ୍ଷତିର ହିସାବ, ଶକ୍ତି ବିଭାଗର ହୋଇଛି ଅଧିକ କ୍ଷତି: ମନ୍ତ୍ରୀ ସୁରେଶ ପୂଜାରୀ

The Sakala Picture
Published On

ଭୁବନେଶ୍ବର: ନଭେମ୍ବର ଦୁଇ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ୧୪ ଜିଲ୍ଲା ପ୍ରଭାବିତ ହୋଇଛି। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିଲାୟ ଶିଶୁ ଖାଦ୍ୟ, ରିଲିଫ ସେଣ୍ଟର, ରନ୍ଧା ଖାଦ୍ୟ, ଫସଲ ଓ ଘର ଭଙ୍ଗା ପ୍ରଥମ ରିପୋର୍ଟ। ଦ୍ଵିତୀୟ ହେଉଛି ରାଜ୍ୟ ସରକାରଙ୍କ ବିଭାଗୀୟ ରିପୋର୍ଟ। ପଞ୍ଚାୟତିରାଜ ସୁଦ୍ଧା ଅନ୍ୟ ସବୁ […]

ଭୁବନେଶ୍ବର: ନଭେମ୍ବର ଦୁଇ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ୧୪ ଜିଲ୍ଲା ପ୍ରଭାବିତ ହୋଇଛି। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିଲାୟ ଶିଶୁ ଖାଦ୍ୟ, ରିଲିଫ ସେଣ୍ଟର, ରନ୍ଧା ଖାଦ୍ୟ, ଫସଲ ଓ ଘର ଭଙ୍ଗା ପ୍ରଥମ ରିପୋର୍ଟ। ଦ୍ଵିତୀୟ ହେଉଛି ରାଜ୍ୟ ସରକାରଙ୍କ ବିଭାଗୀୟ ରିପୋର୍ଟ। ପଞ୍ଚାୟତିରାଜ ସୁଦ୍ଧା ଅନ୍ୟ ସବୁ ବିଭାଗ ରିପୋର୍ଟ ଦେଇଛନ୍ତି। ରିପୋର୍ଟକୁ ତର୍ଜମା କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ କ୍ଷୟକ୍ଷତିର ହିସାବ। ଆସନ୍ତାକାଲି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ। ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ ଆସିବ। ସେମାନେ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନାରେ କେନ୍ଦ୍ର ଅଛି। କେବେ ଆସିବ ଟିମ ସେ ନେଇ ଖୁବ ଶୀଘ୍ର ଜଣା ପଡିବ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ତେବେ ବାତ୍ୟା ‘ଦାନା’ରେ ସବୁଠାରୁ ଅଧିକ ଶକ୍ତି ବିଭାଗର କ୍ଷତି ହୋଇଛି। ପ୍ରାଥମିକ ଆକଳନ ୬୦୦ କୋଟି ବୋଲି ଜଣା ପଡିଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବ୍ୟାପକ କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ ଅଛି।  ଏଥିରୁ ୧୩୧ କ୍ଷତି ସହିଛନ୍ତି। ୧୧୬୩୭ଗାଁ ବନ୍ୟା ଓ ବାତ୍ୟାରେ ପ୍ରଭାବିତ ହୋଇଛି। ସମୁଦାୟ ୪୧ ଲକ୍ଷ ୪୩୫୭ ଲୋକ ପ୍ରଭାବିତ ହୋଇଛନ୍ତି। ୧୬୪୧୭ ଘର କ୍ଷତିଗ୍ରସ୍ତ ହୋଇଛି। ସମ୍ପୂର୍ଣ୍ଣ ନଷ୍ଟ କଚାଘର ସଂଖ୍ୟା ୨୭, ସେହିପରି ୧୪୬୮୦ ଆଂଶିକ ଭାବେ ଘର ଭାଙ୍ଗିଛି। ୪୦ ହଜାର ପାଖାପାଖି କୁକଡ଼ା କ୍ଷତି ହୋଇଛି। ୭୧ ଗୃହପାଳିତ ପଶୁ ନଷ୍ଟ ହୋଇଛନ୍ତି। କେନ୍ଦ୍ରର ଅର୍ଥ ଆସିବା ପୂର୍ବରୁ ଫସଲ ଓ ଘର କ୍ଷତିପୂରଣ ପ୍ରଦାନ ଦିନେ ଦୁଇ ଭିତରେ ଆରମ୍ଭ ହେବ। ତା ପରେ ବିଭାଗୀୟ କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର