ଆଜିଠୁ ଦୁର୍ବଳ ହେବ ବାତ୍ୟା ‘ଅସାନି’, ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଦୁର୍ବଳ ହେବ ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନି’ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଓଡ଼ିଶା ଉପକୂଳରୁ ଦୁର୍ବଳ ‘ଅସାନି’ ଏତେ ଦୂରରେ ଯିବ ଯେ ପବନର ଡର ନାହିଁ । କେବଳ ବର୍ଷା ହେବ । ଆସନ୍ତା ୪୮ ଘଣ୍ଟାରେ ଏହା ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ। ସେହିପରି ଆସନ୍ତା ୧୨ ତାରିଖ ବେଳକୁ ଏହା […]

ଭୁବନେଶ୍ୱର: ଆଜିଠୁ ଦୁର୍ବଳ ହେବ ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନି’ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଓଡ଼ିଶା ଉପକୂଳରୁ ଦୁର୍ବଳ ‘ଅସାନି’ ଏତେ ଦୂରରେ ଯିବ ଯେ ପବନର ଡର ନାହିଁ । କେବଳ ବର୍ଷା ହେବ । ଆସନ୍ତା ୪୮ ଘଣ୍ଟାରେ ଏହା ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ। ସେହିପରି ଆସନ୍ତା ୧୨ ତାରିଖ ବେଳକୁ ଏହା ପାରାଦୀପଠାରୁ ୧୧୦ କିମି ଦୂରରେ ଗତି କରିବା ସମ୍ଭାବନା ରହିଛି। ସେତେବେଳେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ସାରିଥିବ। ସେତେବେଳେ ଓଡ଼ିଶା ଉପକୂଳ ଆଖପାଖରେ ପବନର ବେଗ ସମୁଦ୍ର ମଧ୍ୟରେ ୪୦-୫୦ ସର୍ବାଧିକ ୬୦ କିମି ରହିବା ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅସାନୀ ଭୀଷଣ ବାତ୍ୟା ରୂପ ନେଇ ସମୁଦ୍ରରେ ଆକଳନଠାରୁ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତି ଯେତେ ଅଧିକ ରହୁଛି, ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ଉପକୂଳରୁ ଢେର ଦୂରରେ ଏହା ସମୁଦ୍ରରେ ପଳାଇବ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

‘ଅସାନି’ ପ୍ରଭାବରେ ବଦଳିଲାଣି ପାଗ। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଧୀରେ ଧୀରେ ବର୍ଷାର ପ୍ରକୋପ ବଢିବାକୁ ଥିବା ବେଳେ ୧୧ ଓ ୧୨ରେ ସର୍ବାଧିକ ବର୍ଷା ହେବ। ବର୍ତ୍ତମାନ ସମୁଦ୍ର ମଧ୍ୟରେ ‘ଅସାନି’ ଭୀଷଣ ବାତ୍ୟା ରୂପରେ ରହିଛି। ସୋମବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ସହ ଜଡ଼ିତ ବାହ୍ୟ ମେଘ ଖଣ୍ଡର କିଛି ଅଂଶ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଚ୍ଛାଦିତ କରିଥିବା ବେଳେ ଏହା ପ୍ରଭାବରେ ବର୍ଷା ହୋଇଛି। ଯାଜପୁରରେ ସର୍ବାଧିକ ୩୭ ମିମି ବର୍ଷା ହୋଇଥିବା ବେଳେ ବାକି ଉପକୂଳବର୍ତ୍ତି ଜିଲ୍ଲାଗୁଡ଼କରେ ୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ବାତ୍ୟା ଯୋଗୁଁ ଆସନ୍ତା ୧୨ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ବିଶେଷ କରି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହି ଅଞ୍ଚଳକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହା ବ୍ୟତୀତ ୧୩ ତାରିଖ ଯାଏ ଓଡ଼ିଶା ଉପକୂଳର ସମୁଦ୍ର ମଧ୍ୟରେ ଆଖପାଖକୁ ନ ଯିବା ପାଇଁ କୁହାଯାଇଛି। ବାତ୍ୟା ଯୋଗୁଁ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର