ସୋସିଆଲ୍‍ ମିଡିଆରେ ଜାଲ ବିଛାଇଛନ୍ତି, ମୋହରା କରି ଲୁଟୁଛନ୍ତି ସାଇବର୍‍ ଠକ

The Sakala Picture
Published On

ଭୁବନେଶ୍ୱର: ସତର୍କ ହୋଇଯାଆନ୍ତୁ ଆପଣ ! କାରଣ ଆପଣଙ୍କ ଅଜାଣତରେ ଆପଣଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ ମାଧ୍ୟମରେ ହୋଇପାରେ କୋଟି କୋଟି ଟଙ୍କା ଠକେଇର କାରବାର। ଏଭଳି ଏକ ଠକେଇ ଓ ଚତୁରତା ଏବେ ପଦାକୁ ଆସିଛି। ଭୁବନେଶ୍ୱର ରବିଟକିଜ ଛକ, ମେଟ୍ରୋଟାୱାର ଛକରେ ରହୁଥିବା ବ୍ୟବସାୟୀ ରାଜ କୁମାର ଯୋଶୀ(୬୨)ଙ୍କ ଅଜାଣତରେ ସାଇବର୍‍ ଠକମାନେ ତାଙ୍କ ଆକାଉଣ୍ଟ ଟ୍ରାନ୍ସଫର କରି ତା’ ମାଧ୍ୟମରେ କୋଟିକୋଟି ଟଙ୍କାର କାରବାର କରିଥିବା ଘଟଣା ଲୋକଲୋଚନାକୁ ଆସିଛି। ସାଇବର୍‍ ଠକମାନେ ତାଙ୍କ […]

ଭୁବନେଶ୍ୱର: ସତର୍କ ହୋଇଯାଆନ୍ତୁ ଆପଣ ! କାରଣ ଆପଣଙ୍କ ଅଜାଣତରେ ଆପଣଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ ମାଧ୍ୟମରେ ହୋଇପାରେ କୋଟି କୋଟି ଟଙ୍କା ଠକେଇର କାରବାର। ଏଭଳି ଏକ ଠକେଇ ଓ ଚତୁରତା ଏବେ ପଦାକୁ ଆସିଛି। ଭୁବନେଶ୍ୱର ରବିଟକିଜ ଛକ, ମେଟ୍ରୋଟାୱାର ଛକରେ ରହୁଥିବା ବ୍ୟବସାୟୀ ରାଜ କୁମାର ଯୋଶୀ(୬୨)ଙ୍କ ଅଜାଣତରେ ସାଇବର୍‍ ଠକମାନେ ତାଙ୍କ ଆକାଉଣ୍ଟ ଟ୍ରାନ୍ସଫର କରି ତା’ ମାଧ୍ୟମରେ କୋଟିକୋଟି ଟଙ୍କାର କାରବାର କରିଥିବା ଘଟଣା ଲୋକଲୋଚନାକୁ ଆସିଛି। ସାଇବର୍‍ ଠକମାନେ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଠକି ନେଇଥିବା କ୍ରାଇମ୍‍ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ ମଧ୍ୟ କରିଛନ୍ତି ରାଜକୁମାର। ସାଇବର ସେଲ୍‌ଫ ଏନେଇ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଅଭିଯୋଗ ଅନୁସାରେ, ୨୦୨୦ ଏପ୍ରିଲ ମାସରେ ସାଇବର୍‍ ଠକ ବାଜାଜ୍‍ ଫାଇନାନ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ନାମରେ ଏକ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ ବ୍ୟବସାୟୀଙ୍କୁ ଋଣ ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ବିଜ୍ଞାପନ ଦେଖି ରାଜ କୁମାର ଠକ ଦେଇଥିବା ଫୋନ୍‍ ନମ୍ବର ସହ ଯୋଗାଯୋଗ କରିଥିଲେ। ଠକ ପ୍ରାୟ ୫ଟି ନମ୍ବରରୁ ତାଙ୍କୁ ଫୋନ୍‍ କରି ବାଜାଜ୍‍ ଫାଇନାନ୍ସରୁ କହୁଥିବା କହିଥିଲେ। ରାଜ କୁମାରଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ସାଇବର୍‍ ଠକ ବାଜାଜ୍‍ ଫାଇନାନ୍ସ ସଂସ୍ଥାର ଲୋଗୋ ଥିବା ଆଇକାର୍ଡ ତାଙ୍କ ହ୍ୱାଟ୍ସଆପ୍‍କୁ ପଠାଇଥିଲେ। ରାଜକୁମାର ଋଣ ଆଶାରେ ନିଜର ବ୍ୟାଙ୍କ୍‍ ପାସ୍‍ବୁକ୍‍ର ଫଟୋ, ବ୍ୟାଙ୍କ୍‍ ଚେକ୍‍ର ଫଟୋ, ପାସ୍‍ପୋର୍ଟ, ଆଧାରକାର୍ଡ, ପ୍ୟାନ୍‍କାର୍ଡ ଠକଙ୍କ ହ୍ୱାଟ୍‍ସଆପ୍‍ ନମ୍ବରକୁ ପଠାଇଥିଲେ। ଏହା ଦେଖିବା ପରେ ଠକ ତାଙ୍କୁ ଋଣ୍‍ ପାଇଁ ଅଫିସିଆଲ କାଗଜପତ୍ର ପାଇଁ ୯୬ ହଜାର ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଠକର କଥାରେ ବିଶ୍ୱାସ କରି ରାଜ କୁମାର ପ୍ରଥମେ ୯୬ ହଜାର ଟଙ୍କା ଦେଇଥିଲେ। କିନ୍ତୁ ସାଇବର୍‍ ଠକ ରାଜ କୁମାରଙ୍କ ବ୍ୟକ୍ତିଗତ ତଥ୍ୟ ନେଇ ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟକୁ ଅନ୍ୟ ଏକ ଶାଖାକୁ ଟ୍ରାନ୍ସର୍ଫର କରି ନେଇଥିଲେ। ବରମୁଣ୍ଡା ଶାଖାରେ ରାଜ କୁମାରଙ୍କର ଥିବା ଆକାଉଣ୍ଟକୁ ଠକ ତେଲେଙ୍ଗାନା ରାମପୁର, କରିମ୍‍ନଗର ବ୍ରାଞ୍ଚକୁ ଟ୍ରାନ୍ସର୍ଫର କରି ନେଇଥିଲେ। ସାଇବର ଠକ ଏହି ଆକାଉଣ୍ଟ ମାଧ୍ୟମରେ ଠକେଇ ଟଙ୍କା ଥରକୁ ଥର ଉଠାଇ ନେଉଥିଲେ। ସେମାନେ ଏହିଭଳି ଅନ୍ୟ ଲୋକମାନଙ୍କୁ ବିଭିନ୍ନ ଲୋଭ ଦେଖାଇ ଟଙ୍କା ଠକୁଥିଲେ। ଏହି ଠକେଇ ଟଙ୍କା ରାଜ କୁମାରଙ୍କୁ ଆକାଉଣ୍ଟକୁ ଆସୁଥିଲା। ଏନେଇ ୟୁପି ପୁଲିସ, ମହାରାଷ୍ଟ୍ର ପୁଲିସ, ତେଲେଙ୍ଗାନା ପୁଲିସ ନିକଟରେ ଅଭିଯୋଗ ହେବା ପରେ ରାଜ କୁମାରଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ରାଜ କୁମାର କିଛି ଦିନ ପରେ ସେ ବ୍ୟାଙ୍କ୍‍କୁ ଟଙ୍କା ଉଠାଇବାକୁ ଯାଇଥିଲେ। ହେଲେ ତାଙ୍କର ଆକାଉଣ୍ଟ ବନ୍ଦ ହୋଇଥିବା ସେ ଜାଣିବାକୁ ପାଇ ବ୍ୟାଙ୍କ୍‍ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଥିଲେ। ସେଜାଣିବାକୁ ପାଇଥିଲେ ଯେ, ସାଇବର ଠକ ତାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଠକେଇ ଟଙ୍କା ଜମା କରିଥିଲେ। ଏନେଇ ବ୍ୟାଙ୍କ୍‍ରେ ପୁଲିସ ଅଭିଯୋଗ କରିବା ପରେ ଉକ୍ତ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଏହି ଆକାଉଣ୍ଟରୁ ଠକେଇର ଏକ କୋଟି ଟଙ୍କା ଆସିଛି। ଗତ ୨୦୨୦ ମସିହା ଜୁନ୍‍ ୫ ତାରିଖରୁ ଜୁନ୍‍ ୨୩ ତାରିଖ ଭିତରେ ୪୩ ଲକ୍ଷ ଆସିଥିଲା। ଡେବିଡ୍‍ କାର୍ଡ ମାଧ୍ୟମରେ ୧୫୧ଟି ଟ୍ରାଞ୍ଜାକ୍‍ସନ୍‍ ଦ୍ୱାରା ସାଢ଼େ ୨୧ ଲକ୍ଷ ଆସିଥିଲା ବେଳେ କ୍ରେଡିଡ୍‍ କାର୍ଡରୁ ୩୯୯ କାରବାର ମାଧ୍ୟମରେ ସାଢେ ୨୧ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିଛି। ଏହିଭଳି କୋଟିଏ ଟଙ୍କା ଉକ୍ତ ଆକାଉଣ୍ଟକୁ ଆସିଛି। ଏହି ସବୁ କାରବାର ୟୁପିଆଇ ମାଧ୍ୟମରେ ହୋଇଛି। ରାଜ କୁମାର ତାଙ୍କ ଆକାଉଣ୍ଟକୁ ସାଇବର ଠକ ନେଇଯାଇଥିବାରୁ ସେ ଏନେଇ କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‍ବ୍ରାଞ୍ଚ ଏହାର ତଦନ୍ତ କରିବା ପରେ ଏଭଳି ଠକେଇ ହୋଇଥିବା ଜାଣି ଏକ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

09 Aug 2021 By The Sakala

ସୋସିଆଲ୍‍ ମିଡିଆରେ ଜାଲ ବିଛାଇଛନ୍ତି, ମୋହରା କରି ଲୁଟୁଛନ୍ତି ସାଇବର୍‍ ଠକ

ଭୁବନେଶ୍ୱର: ସତର୍କ ହୋଇଯାଆନ୍ତୁ ଆପଣ ! କାରଣ ଆପଣଙ୍କ ଅଜାଣତରେ ଆପଣଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ ମାଧ୍ୟମରେ ହୋଇପାରେ କୋଟି କୋଟି ଟଙ୍କା ଠକେଇର କାରବାର। ଏଭଳି ଏକ ଠକେଇ ଓ ଚତୁରତା ଏବେ ପଦାକୁ ଆସିଛି। ଭୁବନେଶ୍ୱର ରବିଟକିଜ ଛକ, ମେଟ୍ରୋଟାୱାର ଛକରେ ରହୁଥିବା ବ୍ୟବସାୟୀ ରାଜ କୁମାର ଯୋଶୀ(୬୨)ଙ୍କ ଅଜାଣତରେ ସାଇବର୍‍ ଠକମାନେ ତାଙ୍କ ଆକାଉଣ୍ଟ ଟ୍ରାନ୍ସଫର କରି ତା’ ମାଧ୍ୟମରେ କୋଟିକୋଟି ଟଙ୍କାର କାରବାର କରିଥିବା ଘଟଣା ଲୋକଲୋଚନାକୁ ଆସିଛି। ସାଇବର୍‍ ଠକମାନେ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଠକି ନେଇଥିବା କ୍ରାଇମ୍‍ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ ମଧ୍ୟ କରିଛନ୍ତି ରାଜକୁମାର। ସାଇବର ସେଲ୍‌ଫ ଏନେଇ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

ଅଭିଯୋଗ ଅନୁସାରେ, ୨୦୨୦ ଏପ୍ରିଲ ମାସରେ ସାଇବର୍‍ ଠକ ବାଜାଜ୍‍ ଫାଇନାନ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ନାମରେ ଏକ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ ବ୍ୟବସାୟୀଙ୍କୁ ଋଣ ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ବିଜ୍ଞାପନ ଦେଖି ରାଜ କୁମାର ଠକ ଦେଇଥିବା ଫୋନ୍‍ ନମ୍ବର ସହ ଯୋଗାଯୋଗ କରିଥିଲେ। ଠକ ପ୍ରାୟ ୫ଟି ନମ୍ବରରୁ ତାଙ୍କୁ ଫୋନ୍‍ କରି ବାଜାଜ୍‍ ଫାଇନାନ୍ସରୁ କହୁଥିବା କହିଥିଲେ। ରାଜ କୁମାରଙ୍କ ମନରେ ବିଶ୍ୱାସ ଜମାଇବା ପାଇଁ ସାଇବର୍‍ ଠକ ବାଜାଜ୍‍ ଫାଇନାନ୍ସ ସଂସ୍ଥାର ଲୋଗୋ ଥିବା ଆଇକାର୍ଡ ତାଙ୍କ ହ୍ୱାଟ୍ସଆପ୍‍କୁ ପଠାଇଥିଲେ। ରାଜକୁମାର ଋଣ ଆଶାରେ ନିଜର ବ୍ୟାଙ୍କ୍‍ ପାସ୍‍ବୁକ୍‍ର ଫଟୋ, ବ୍ୟାଙ୍କ୍‍ ଚେକ୍‍ର ଫଟୋ, ପାସ୍‍ପୋର୍ଟ, ଆଧାରକାର୍ଡ, ପ୍ୟାନ୍‍କାର୍ଡ ଠକଙ୍କ ହ୍ୱାଟ୍‍ସଆପ୍‍ ନମ୍ବରକୁ ପଠାଇଥିଲେ। ଏହା ଦେଖିବା ପରେ ଠକ ତାଙ୍କୁ ଋଣ୍‍ ପାଇଁ ଅଫିସିଆଲ କାଗଜପତ୍ର ପାଇଁ ୯୬ ହଜାର ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଠକର କଥାରେ ବିଶ୍ୱାସ କରି ରାଜ କୁମାର ପ୍ରଥମେ ୯୬ ହଜାର ଟଙ୍କା ଦେଇଥିଲେ। କିନ୍ତୁ ସାଇବର୍‍ ଠକ ରାଜ କୁମାରଙ୍କ ବ୍ୟକ୍ତିଗତ ତଥ୍ୟ ନେଇ ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟକୁ ଅନ୍ୟ ଏକ ଶାଖାକୁ ଟ୍ରାନ୍ସର୍ଫର କରି ନେଇଥିଲେ। ବରମୁଣ୍ଡା ଶାଖାରେ ରାଜ କୁମାରଙ୍କର ଥିବା ଆକାଉଣ୍ଟକୁ ଠକ ତେଲେଙ୍ଗାନା ରାମପୁର, କରିମ୍‍ନଗର ବ୍ରାଞ୍ଚକୁ ଟ୍ରାନ୍ସର୍ଫର କରି ନେଇଥିଲେ। ସାଇବର ଠକ ଏହି ଆକାଉଣ୍ଟ ମାଧ୍ୟମରେ ଠକେଇ ଟଙ୍କା ଥରକୁ ଥର ଉଠାଇ ନେଉଥିଲେ। ସେମାନେ ଏହିଭଳି ଅନ୍ୟ ଲୋକମାନଙ୍କୁ ବିଭିନ୍ନ ଲୋଭ ଦେଖାଇ ଟଙ୍କା ଠକୁଥିଲେ। ଏହି ଠକେଇ ଟଙ୍କା ରାଜ କୁମାରଙ୍କୁ ଆକାଉଣ୍ଟକୁ ଆସୁଥିଲା। ଏନେଇ ୟୁପି ପୁଲିସ, ମହାରାଷ୍ଟ୍ର ପୁଲିସ, ତେଲେଙ୍ଗାନା ପୁଲିସ ନିକଟରେ ଅଭିଯୋଗ ହେବା ପରେ ରାଜ କୁମାରଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ରାଜ କୁମାର କିଛି ଦିନ ପରେ ସେ ବ୍ୟାଙ୍କ୍‍କୁ ଟଙ୍କା ଉଠାଇବାକୁ ଯାଇଥିଲେ। ହେଲେ ତାଙ୍କର ଆକାଉଣ୍ଟ ବନ୍ଦ ହୋଇଥିବା ସେ ଜାଣିବାକୁ ପାଇ ବ୍ୟାଙ୍କ୍‍ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଥିଲେ। ସେଜାଣିବାକୁ ପାଇଥିଲେ ଯେ, ସାଇବର ଠକ ତାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଠକେଇ ଟଙ୍କା ଜମା କରିଥିଲେ। ଏନେଇ ବ୍ୟାଙ୍କ୍‍ରେ ପୁଲିସ ଅଭିଯୋଗ କରିବା ପରେ ଉକ୍ତ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି।

ଏହି ଆକାଉଣ୍ଟରୁ ଠକେଇର ଏକ କୋଟି ଟଙ୍କା ଆସିଛି। ଗତ ୨୦୨୦ ମସିହା ଜୁନ୍‍ ୫ ତାରିଖରୁ ଜୁନ୍‍ ୨୩ ତାରିଖ ଭିତରେ ୪୩ ଲକ୍ଷ ଆସିଥିଲା। ଡେବିଡ୍‍ କାର୍ଡ ମାଧ୍ୟମରେ ୧୫୧ଟି ଟ୍ରାଞ୍ଜାକ୍‍ସନ୍‍ ଦ୍ୱାରା ସାଢ଼େ ୨୧ ଲକ୍ଷ ଆସିଥିଲା ବେଳେ କ୍ରେଡିଡ୍‍ କାର୍ଡରୁ ୩୯୯ କାରବାର ମାଧ୍ୟମରେ ସାଢେ ୨୧ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିଛି। ଏହିଭଳି କୋଟିଏ ଟଙ୍କା ଉକ୍ତ ଆକାଉଣ୍ଟକୁ ଆସିଛି। ଏହି ସବୁ କାରବାର ୟୁପିଆଇ ମାଧ୍ୟମରେ ହୋଇଛି। ରାଜ କୁମାର ତାଙ୍କ ଆକାଉଣ୍ଟକୁ ସାଇବର ଠକ ନେଇଯାଇଥିବାରୁ ସେ ଏନେଇ କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‍ବ୍ରାଞ୍ଚ ଏହାର ତଦନ୍ତ କରିବା ପରେ ଏଭଳି ଠକେଇ ହୋଇଥିବା ଜାଣି ଏକ ମାମଲା ରୁଜୁ କରିଛି।

https://www.thesakala.in/latest-odisha-news/cyber-scammers-are-loots-money-through-social-media/article-4479
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର