ସାଇବର୍‌ ଏକ୍ସପର୍ଟଙ୍କୁ ପାଠ ପଢ଼ାଇଲା ଠକ

The Sakala Picture
Published On

ଭୁବନେଶ୍ୱର: କଟକରେ ଜଣେ ଡାକ୍ତରଙ୍କ ଠାରୁ ସାଇବର ଠକ ୭୪ ଲକ୍ଷ ଲୁଟି ନେବା ପରେ ଏହିଭଳି ଢଙ୍ଗରେ ଲୁଟିବା ପାଇଁ ବିଭିନ୍ନ ଲୋକଙ୍କୁ ଫୋନ୍‍ କରୁଛନ୍ତି ସାଇବର ଠକ। ରବିବାର ସାଇବର ଠକ ପ୍ରଶାନ୍ତ ସାହୁ ନାମକ ସାଇବର ଏକ୍ସପର୍ଟଙ୍କୁ ପାଠ ପଢ଼ାଇଛନ୍ତି। ପ୍ରଥମେ ସାଇବର ଠକ ତାଙ୍କ ଫୋନ୍‍ ନମ୍ବରକୁ ସିମ୍‍ ବନ୍ଦ ହୋଇଯିବା ନେଇ ଏକ ମେସେଜ ପଠାଇଥିଲେ। ପ୍ରଶାନ୍ତ ଠକକୁ କଲ କରିବା ପରେ ଠକ ତାଙ୍କୁ ସିମ୍‍ ବନ୍ଦ ହୋଇଯିବା […]

ଭୁବନେଶ୍ୱର: କଟକରେ ଜଣେ ଡାକ୍ତରଙ୍କ ଠାରୁ ସାଇବର ଠକ ୭୪ ଲକ୍ଷ ଲୁଟି ନେବା ପରେ ଏହିଭଳି ଢଙ୍ଗରେ ଲୁଟିବା ପାଇଁ ବିଭିନ୍ନ ଲୋକଙ୍କୁ ଫୋନ୍‍ କରୁଛନ୍ତି ସାଇବର ଠକ। ରବିବାର ସାଇବର ଠକ ପ୍ରଶାନ୍ତ ସାହୁ ନାମକ ସାଇବର ଏକ୍ସପର୍ଟଙ୍କୁ ପାଠ ପଢ଼ାଇଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ପ୍ରଥମେ ସାଇବର ଠକ ତାଙ୍କ ଫୋନ୍‍ ନମ୍ବରକୁ ସିମ୍‍ ବନ୍ଦ ହୋଇଯିବା ନେଇ ଏକ ମେସେଜ ପଠାଇଥିଲେ। ପ୍ରଶାନ୍ତ ଠକକୁ କଲ କରିବା ପରେ ଠକ ତାଙ୍କୁ ସିମ୍‍ ବନ୍ଦ ହୋଇଯିବା ନେଇ କହିଥିଲେ। ସିମ ଚାଲୁଥିବା ପ୍ରଶାନ୍ତ କହିବା ପରେ ଠକ କଥାକୁ ବଦଳାଇଥିଲେ। ଆପଣଙ୍କ କେୱାଇସି ଅପ୍‍ଡେଟ୍‍ ହୋଇନାହିଁ। ତେଣୁ ଖୁବ୍‍ଶୀଘ୍ର ସିମ୍‍ ବନ୍ଦ ହୋଇଯିବ ବୋଲି କହିଥିଲେ। କଭଳି ବନ୍ଦ ନ ହେବ ସେନେଇ ପ୍ରଶାନ୍ତ ପଚାରିବାରୁ ସାଇବର ଅପରାଧୀ ତାଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏକ ଆପ୍ଲିକେସନ୍‍ ଡାଉନ୍‍ଲୋଡ୍‍ କରିବାକୁ କହିିଥିଲେ। କିନ୍ତୁ ଠକଙ୍କ ଏଭଳି ଚାଲ ବିଷୟରେ ପ୍ରଶାନ୍ତ ପୂର୍ବରୁ ଜାଣିଥିବାରୁ ସାଇବର ଠକଙ୍କ କବଳରେ ନ ପଡ଼ି ତୁରତାର ସହ ଫୋନ୍‍ କାଟି ଦେଇଥିଲେ। ଆଉ ଫୋନ୍‍ କଲ ଆସିଥିବା ନମ୍ବରକୁ ସାଇବର ସେଲ୍‌ଫକୁ ଦେଇଥିଲେ। ତେଣୁ ଏଭଳି ଢଙ୍ଗରେ ସାଇବର ଅପରାଧୀ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ପ୍ରତିଦିନ ଦୁଇ ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ଫୋନ୍‍ କରି ଫସାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ଲୋକେ ସାଇବର ଠକଙ୍କ ଚାଲ ବିଷୟରେ ଜାଣିପାରି ସଚେତନ ହେଉଥିବା ବେଳେ ଆଉ କେତେକ ସଚେତନ ହୋଇ ନ ଥିବାରୁ ସାଇବର ଅପରାଧୀ ତାଙ୍କ ଠାରୁ ଅର୍ଥ ଲୁଟି ନେଉଛନ୍ତି। ଯାହାର ଉଦାହରଣ ହେଉଛି ରାଜଧାନୀରେ ଗତ ଦୁଇ ମାସରେ ୨୨ଟି ଥାନାରେ ୫୫ଟି ସାଇବରଜନିତ ମାମଲା ରୁଜୁ ହୋଇଛି। ଏହି ୨୨ଟି ଥାନା ଅଞ୍ଚଳରୁ ସାଇବର ଠକ ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଲେଣି। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କୌଣସି ବି ଗୋଟିଏ ମାମଲାରେ ଅପରାଧୀଙ୍କୁ ଗିରଫ କରିପାରିନାହିଁ। ପୁଲିସ ଏହି ସାଇବର ଠକେଇ ମାମଲାରେ କୋର୍ଟରେ ମଧ୍ୟ ଚାର୍ଜସିଟ୍‍ ଦେବାରେ ବିଳମ୍ବ କରୁଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ପୁଲିସ ସାଇବର ସେଲ ଖୋଲି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ଅନେକ ଲୋକେ ଠକଙ୍କ ଜାଲରେ ଫସିଯାଉଛନ୍ତି। ବିଶେଷକରି ଅଧିକ ମାତ୍ରାରେ ଶିକ୍ଷିତ ଲୋକେ ହିଁ ସାଇବର ଠକେଇର ଶିକାର ହେଉଛନ୍ତି। ପୁଲିସ ଅନେକ ସାଇବର ଠକଙ୍କ ଫୋନ୍‍ ନମ୍ବର ଏବଂ ଆକାଉଣ୍ଟ ବନ୍ଦ କରୁଥିଲେ ମଧ୍ୟ ସେମାନେ ପୂର୍ଣ୍ଣବାର ସିମ୍‍ ପାଇଯାଉଛନ୍ତି। ବିଶେଷକରି ଏହି ସାଇବର ଅପରାଧୀ ରାଜଧାନୀର ବିଭିନ୍ନ ବସ୍ତିରୁ ଅପରେଟ୍‍ କରୁଥିବା ଜଣାପଡ଼ିଛି। କାରଣ ବସ୍ତି ଅଞ୍ଚଳରେ ପୁଲିସର ପ୍ରଭାବ ଏତେଟା ନ ଥାଏ। ତେଣୁ ସାଇବର ଅପରାଧୀ ବସ୍ତିକୁ ସେମାନଙ୍କ ଆଡ୍ଡା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

22 Feb 2021 By The Sakala

ସାଇବର୍‌ ଏକ୍ସପର୍ଟଙ୍କୁ ପାଠ ପଢ଼ାଇଲା ଠକ

ଭୁବନେଶ୍ୱର: କଟକରେ ଜଣେ ଡାକ୍ତରଙ୍କ ଠାରୁ ସାଇବର ଠକ ୭୪ ଲକ୍ଷ ଲୁଟି ନେବା ପରେ ଏହିଭଳି ଢଙ୍ଗରେ ଲୁଟିବା ପାଇଁ ବିଭିନ୍ନ ଲୋକଙ୍କୁ ଫୋନ୍‍ କରୁଛନ୍ତି ସାଇବର ଠକ। ରବିବାର ସାଇବର ଠକ ପ୍ରଶାନ୍ତ ସାହୁ ନାମକ ସାଇବର ଏକ୍ସପର୍ଟଙ୍କୁ ପାଠ ପଢ଼ାଇଛନ୍ତି।

ପ୍ରଥମେ ସାଇବର ଠକ ତାଙ୍କ ଫୋନ୍‍ ନମ୍ବରକୁ ସିମ୍‍ ବନ୍ଦ ହୋଇଯିବା ନେଇ ଏକ ମେସେଜ ପଠାଇଥିଲେ। ପ୍ରଶାନ୍ତ ଠକକୁ କଲ କରିବା ପରେ ଠକ ତାଙ୍କୁ ସିମ୍‍ ବନ୍ଦ ହୋଇଯିବା ନେଇ କହିଥିଲେ। ସିମ ଚାଲୁଥିବା ପ୍ରଶାନ୍ତ କହିବା ପରେ ଠକ କଥାକୁ ବଦଳାଇଥିଲେ। ଆପଣଙ୍କ କେୱାଇସି ଅପ୍‍ଡେଟ୍‍ ହୋଇନାହିଁ। ତେଣୁ ଖୁବ୍‍ଶୀଘ୍ର ସିମ୍‍ ବନ୍ଦ ହୋଇଯିବ ବୋଲି କହିଥିଲେ। କଭଳି ବନ୍ଦ ନ ହେବ ସେନେଇ ପ୍ରଶାନ୍ତ ପଚାରିବାରୁ ସାଇବର ଅପରାଧୀ ତାଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏକ ଆପ୍ଲିକେସନ୍‍ ଡାଉନ୍‍ଲୋଡ୍‍ କରିବାକୁ କହିିଥିଲେ। କିନ୍ତୁ ଠକଙ୍କ ଏଭଳି ଚାଲ ବିଷୟରେ ପ୍ରଶାନ୍ତ ପୂର୍ବରୁ ଜାଣିଥିବାରୁ ସାଇବର ଠକଙ୍କ କବଳରେ ନ ପଡ଼ି ତୁରତାର ସହ ଫୋନ୍‍ କାଟି ଦେଇଥିଲେ। ଆଉ ଫୋନ୍‍ କଲ ଆସିଥିବା ନମ୍ବରକୁ ସାଇବର ସେଲ୍‌ଫକୁ ଦେଇଥିଲେ। ତେଣୁ ଏଭଳି ଢଙ୍ଗରେ ସାଇବର ଅପରାଧୀ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରିଛନ୍ତି।

ପ୍ରତିଦିନ ଦୁଇ ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ଫୋନ୍‍ କରି ଫସାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ଲୋକେ ସାଇବର ଠକଙ୍କ ଚାଲ ବିଷୟରେ ଜାଣିପାରି ସଚେତନ ହେଉଥିବା ବେଳେ ଆଉ କେତେକ ସଚେତନ ହୋଇ ନ ଥିବାରୁ ସାଇବର ଅପରାଧୀ ତାଙ୍କ ଠାରୁ ଅର୍ଥ ଲୁଟି ନେଉଛନ୍ତି। ଯାହାର ଉଦାହରଣ ହେଉଛି ରାଜଧାନୀରେ ଗତ ଦୁଇ ମାସରେ ୨୨ଟି ଥାନାରେ ୫୫ଟି ସାଇବରଜନିତ ମାମଲା ରୁଜୁ ହୋଇଛି। ଏହି ୨୨ଟି ଥାନା ଅଞ୍ଚଳରୁ ସାଇବର ଠକ ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଲେଣି। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କୌଣସି ବି ଗୋଟିଏ ମାମଲାରେ ଅପରାଧୀଙ୍କୁ ଗିରଫ କରିପାରିନାହିଁ। ପୁଲିସ ଏହି ସାଇବର ଠକେଇ ମାମଲାରେ କୋର୍ଟରେ ମଧ୍ୟ ଚାର୍ଜସିଟ୍‍ ଦେବାରେ ବିଳମ୍ବ କରୁଛି।

ପୁଲିସ ସାଇବର ସେଲ ଖୋଲି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ଅନେକ ଲୋକେ ଠକଙ୍କ ଜାଲରେ ଫସିଯାଉଛନ୍ତି। ବିଶେଷକରି ଅଧିକ ମାତ୍ରାରେ ଶିକ୍ଷିତ ଲୋକେ ହିଁ ସାଇବର ଠକେଇର ଶିକାର ହେଉଛନ୍ତି। ପୁଲିସ ଅନେକ ସାଇବର ଠକଙ୍କ ଫୋନ୍‍ ନମ୍ବର ଏବଂ ଆକାଉଣ୍ଟ ବନ୍ଦ କରୁଥିଲେ ମଧ୍ୟ ସେମାନେ ପୂର୍ଣ୍ଣବାର ସିମ୍‍ ପାଇଯାଉଛନ୍ତି। ବିଶେଷକରି ଏହି ସାଇବର ଅପରାଧୀ ରାଜଧାନୀର ବିଭିନ୍ନ ବସ୍ତିରୁ ଅପରେଟ୍‍ କରୁଥିବା ଜଣାପଡ଼ିଛି। କାରଣ ବସ୍ତି ଅଞ୍ଚଳରେ ପୁଲିସର ପ୍ରଭାବ ଏତେଟା ନ ଥାଏ। ତେଣୁ ସାଇବର ଅପରାଧୀ ବସ୍ତିକୁ ସେମାନଙ୍କ ଆଡ୍ଡା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

https://www.thesakala.in/latest-odisha-news/cyber-frurd-bbsr/article-175
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର