‘୫-ଜି’ ସିମ୍‍ ଆଳରେ ଠକିବାକୁ ସାଇବର ଠକଙ୍କ ଯୋଜନା

The Sakala Picture
Published On

ଭୁବନେଶ୍ୱର : ଏବେ ବଡ଼ ବଡ଼ ସହରରେ ୫-ଜି ଆସିବା ପରେ ସାଇବର ଠକ ଏହା ମାଧ୍ୟମରେ ଠକେଇ କରିବାକୁ ନୂଆ ଯୋଜନା କରିଛନ୍ତି। ସେମାନେ ୪-ଜି ସିମ୍‍କୁ ୫-ଜି ସିମ୍‍ରେ ଅପ୍‍ଡେଟ କରିବା ଆଳରେ ମେସେଜ୍‍ରେ ଲିଙ୍କ୍‍ ପଠାଇ ଟଙ୍କା ଠକେଇ କରୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦଶାବଳୀକୁ ଅନୁସରଣ କରି ଠକେଇରୁ ବର୍ତ୍ତିବାକୁ ଟୁଇଟର୍‍ ଜରିଆରେ ପରାମର୍ଶ ଦିଆଯାଇଛି। କିପରି ଠକୁଛନ୍ତି […]

ଭୁବନେଶ୍ୱର : ଏବେ ବଡ଼ ବଡ଼ ସହରରେ ୫-ଜି ଆସିବା ପରେ ସାଇବର ଠକ ଏହା ମାଧ୍ୟମରେ ଠକେଇ କରିବାକୁ ନୂଆ ଯୋଜନା କରିଛନ୍ତି। ସେମାନେ ୪-ଜି ସିମ୍‍କୁ ୫-ଜି ସିମ୍‍ରେ ଅପ୍‍ଡେଟ କରିବା ଆଳରେ ମେସେଜ୍‍ରେ ଲିଙ୍କ୍‍ ପଠାଇ ଟଙ୍କା ଠକେଇ କରୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦଶାବଳୀକୁ ଅନୁସରଣ କରି ଠକେଇରୁ ବର୍ତ୍ତିବାକୁ ଟୁଇଟର୍‍ ଜରିଆରେ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

କିପରି ଠକୁଛନ୍ତି ସାଇବର ଠକ
ସାଇବର ଠକମାନେ ଫୋନ୍‍ କରିବା ସହ ଫେସ୍‍ବୁକ୍‍, ହ୍ୱାଟ୍ସଆପ୍‍ ଜରିଆରେ ଲିଙ୍କ୍‍ ପଠାଉଛନ୍ତି। ଲୋକମାନେ ଅଜାଣତରେ ଫୋନ୍‍ କଲ୍‍ ରିସିଭ୍‍ କଲେ ୪-ଜି ପ୍ଲାନ୍‍ରୁ ୫-ଜି ପ୍ଲାନ୍‍କୁ ସିମ୍‍କୁ ଅପ୍‍ଡେଟ କରିବାକୁ ପରାମର୍ଶ ଦେଉଛନ୍ତି। ଏ ନେଇ ଫୋନ୍‍ ନମ୍ବରରେ ବା ମେସେଜ୍‍ ମାଧ୍ୟମରେ ଲିଙ୍କ୍‍ ପଠାଉଛନ୍ତି। ଉକ୍ତ ଲିଙ୍କ୍‍ରେ କ୍ଲିକ୍‍ କରିବା ପରେ ଓଟିପି ମାଗୁଛନ୍ତି। ଓଟିପି ଦେବା ପରେ ସିମ୍‍ ୫-ଜି ହେବାର ଲୋଭ ଦେଖାଇ ସାଇବର ଠକମାନେ ଓଟିପି ସଂଗ୍ରହ କରିନେଉଛନ୍ତି। ଆଉ ଓଟିପି ନେବା ପରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଠକି ନେବା ସହ ଲୋକମାନେ ସର୍ବଶ୍ୱାନ୍ତ ହେଉଛନ୍ତି।

କିଭଳି ଠକେଇରୁ ବର୍ତ୍ତିବେ
ଯଦି କୌଣସି ଅଜଣା ନମ୍ବରରୁ କଲ୍‍ କିମ୍ବା ମେସେଜ୍‍ ଆସୁଛି, ସେହି ନମ୍ବରକୁ ବ୍ଲକ୍‍ କରନ୍ତୁ। କୌଣସି ସୋସିଆଲ ମିଡିଆରେ କିମ୍ବା ଫୋନ୍‍କୁ କେହି ମେସେଜ୍‍ ଜରିଆରେ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ଏପରିକି ଜଣାଶୁଣା ଲୋକ ମଧ୍ୟ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ମନେରଖନ୍ତୁ ଟେଲିକମ୍‍ କମ୍ପାନୀ ୫-ଜି ସେବା ପାଇଁ କୌଣସି ଓଟିପି ମାଗେନାହିଁ। ଯଦି କୌଣସି ଅଜଣା ଲୋକ ଏଭଳି ଲୋଭନୀୟ କଥା କହୁଛନ୍ତି, ତେବେ ଆପଣ ବୁଝିନିଅନ୍ତୁ ସେ ଜଣେ ସାଇବର ଠକ।

22 Oct 2022 By The Sakala

‘୫-ଜି’ ସିମ୍‍ ଆଳରେ ଠକିବାକୁ ସାଇବର ଠକଙ୍କ ଯୋଜନା

ଭୁବନେଶ୍ୱର : ଏବେ ବଡ଼ ବଡ଼ ସହରରେ ୫-ଜି ଆସିବା ପରେ ସାଇବର ଠକ ଏହା ମାଧ୍ୟମରେ ଠକେଇ କରିବାକୁ ନୂଆ ଯୋଜନା କରିଛନ୍ତି। ସେମାନେ ୪-ଜି ସିମ୍‍କୁ ୫-ଜି ସିମ୍‍ରେ ଅପ୍‍ଡେଟ କରିବା ଆଳରେ ମେସେଜ୍‍ରେ ଲିଙ୍କ୍‍ ପଠାଇ ଟଙ୍କା ଠକେଇ କରୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦଶାବଳୀକୁ ଅନୁସରଣ କରି ଠକେଇରୁ ବର୍ତ୍ତିବାକୁ ଟୁଇଟର୍‍ ଜରିଆରେ ପରାମର୍ଶ ଦିଆଯାଇଛି।

କିପରି ଠକୁଛନ୍ତି ସାଇବର ଠକ
ସାଇବର ଠକମାନେ ଫୋନ୍‍ କରିବା ସହ ଫେସ୍‍ବୁକ୍‍, ହ୍ୱାଟ୍ସଆପ୍‍ ଜରିଆରେ ଲିଙ୍କ୍‍ ପଠାଉଛନ୍ତି। ଲୋକମାନେ ଅଜାଣତରେ ଫୋନ୍‍ କଲ୍‍ ରିସିଭ୍‍ କଲେ ୪-ଜି ପ୍ଲାନ୍‍ରୁ ୫-ଜି ପ୍ଲାନ୍‍କୁ ସିମ୍‍କୁ ଅପ୍‍ଡେଟ କରିବାକୁ ପରାମର୍ଶ ଦେଉଛନ୍ତି। ଏ ନେଇ ଫୋନ୍‍ ନମ୍ବରରେ ବା ମେସେଜ୍‍ ମାଧ୍ୟମରେ ଲିଙ୍କ୍‍ ପଠାଉଛନ୍ତି। ଉକ୍ତ ଲିଙ୍କ୍‍ରେ କ୍ଲିକ୍‍ କରିବା ପରେ ଓଟିପି ମାଗୁଛନ୍ତି। ଓଟିପି ଦେବା ପରେ ସିମ୍‍ ୫-ଜି ହେବାର ଲୋଭ ଦେଖାଇ ସାଇବର ଠକମାନେ ଓଟିପି ସଂଗ୍ରହ କରିନେଉଛନ୍ତି। ଆଉ ଓଟିପି ନେବା ପରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଠକି ନେବା ସହ ଲୋକମାନେ ସର୍ବଶ୍ୱାନ୍ତ ହେଉଛନ୍ତି।

କିଭଳି ଠକେଇରୁ ବର୍ତ୍ତିବେ
ଯଦି କୌଣସି ଅଜଣା ନମ୍ବରରୁ କଲ୍‍ କିମ୍ବା ମେସେଜ୍‍ ଆସୁଛି, ସେହି ନମ୍ବରକୁ ବ୍ଲକ୍‍ କରନ୍ତୁ। କୌଣସି ସୋସିଆଲ ମିଡିଆରେ କିମ୍ବା ଫୋନ୍‍କୁ କେହି ମେସେଜ୍‍ ଜରିଆରେ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ଏପରିକି ଜଣାଶୁଣା ଲୋକ ମଧ୍ୟ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ମନେରଖନ୍ତୁ ଟେଲିକମ୍‍ କମ୍ପାନୀ ୫-ଜି ସେବା ପାଇଁ କୌଣସି ଓଟିପି ମାଗେନାହିଁ। ଯଦି କୌଣସି ଅଜଣା ଲୋକ ଏଭଳି ଲୋଭନୀୟ କଥା କହୁଛନ୍ତି, ତେବେ ଆପଣ ବୁଝିନିଅନ୍ତୁ ସେ ଜଣେ ସାଇବର ଠକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର