ରାଜ୍ୟରେ ମାତିଲେଣି ସାଇବର୍‍ ଲୁଟେରା: ଅଦୃଶ୍ୟ ଠକ ନେଇଗଲେ ୨.୬୦ ଲକ୍ଷ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଦୁଇଟି ଭିନ୍ନଭିନ୍ନ ସାଇବର୍‍ ଠକେଇ ନେଇ ଅଭିଯୋଗ ହୋଇଛି। ଇନ୍‍ଫୋସିଟି ଥାନା ଅଞ୍ଚଳର ଜଣେ ଯୁବ ବ୍ୟବସାୟୀଙ୍କ ସହ ଅଶ୍ଳୀଳ ଚାଟିଂ କରି ଦୁର୍ବୃତ୍ତମାନେ ୧ ଲକ୍ଷ ୧୧ ହଜାର ଟଙ୍କା ଠକି ନେଇଥିବା ବେଳେ ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କାର୍‍ ବିକିବାକୁ କହି ସାଇବର୍‍ ଠକ ୨ଲକ୍ଷ ୬୦ହଜାର ଟଙ୍କା ଠକି ନେଇଛନ୍ତି। ଅଭିଯୋଗ ଅନୁସାରେ ଫେସ୍‍ବୁକ୍‍ରେ ଇନ୍‍ଫୋସିଟି ଥାନା ଅଞ୍ଚଳର ଜଣେ ଯୁବ ବ୍ୟବସାୟଙ୍କର ଅଜଣା ଯୁବତୀ ସହ ବନ୍ଧୁତା […]

ଭୁବନେଶ୍ୱର: ରାଜଧାନୀରେ ଦୁଇଟି ଭିନ୍ନଭିନ୍ନ ସାଇବର୍‍ ଠକେଇ ନେଇ ଅଭିଯୋଗ ହୋଇଛି। ଇନ୍‍ଫୋସିଟି ଥାନା ଅଞ୍ଚଳର ଜଣେ ଯୁବ ବ୍ୟବସାୟୀଙ୍କ ସହ ଅଶ୍ଳୀଳ ଚାଟିଂ କରି ଦୁର୍ବୃତ୍ତମାନେ ୧ ଲକ୍ଷ ୧୧ ହଜାର ଟଙ୍କା ଠକି ନେଇଥିବା ବେଳେ ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କାର୍‍ ବିକିବାକୁ କହି ସାଇବର୍‍ ଠକ ୨ଲକ୍ଷ ୬୦ହଜାର ଟଙ୍କା ଠକି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଅଭିଯୋଗ ଅନୁସାରେ ଫେସ୍‍ବୁକ୍‍ରେ ଇନ୍‍ଫୋସିଟି ଥାନା ଅଞ୍ଚଳର ଜଣେ ଯୁବ ବ୍ୟବସାୟଙ୍କର ଅଜଣା ଯୁବତୀ ସହ ବନ୍ଧୁତା ହୋଇଥିଲା। କିଛି ଦିନ ମେସେଞ୍ଜରରେ କଥାବାର୍ତ୍ତା ପରେ ଫୋନ୍‍ ନମ୍ବର ନେଣଦେଣ ହୋଇଥିଲା। ଏହାପରେ ସାଇବର୍‍ ଲୁଟେରା ର‍୍ୟାକେଟ୍‍୍‍ର ଜଣେ ଯୁବତୀ ବ୍ୟବସାୟୀଙ୍କ ସହ ଅଶ୍ଲୀଳ ଚାଟିଂ କରିଥିଲେ। ଏମିତିକି ତାଙ୍କ ସହ ଅଶ୍ଲୀଳ ଭିଡ଼ିଓ କଲ୍‍ ମଧ୍ୟ କରିଥିଲେ। ଉକ୍ତ ଅଶ୍ଲୀଳ ଭିଡ଼ିଓ ଚାଟିଂକୁ ସ୍କ୍ରିନ୍‍ ରେକର୍ଡିଂ କରି ସାଇବର ଠକ ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ। ଉକ୍ତ ଭିଡିଓକୁ ଭାଇରାଲ୍‍ କରିବାକୁ ଧମକ ଦେଇଥିଲେ। ସେ ଭୟଭୀତ ହୋଇ ପ୍ରଥମେ ୪୦ ହଜାର ଟଙ୍କା ଦେଇଦେଇଥିଲେ। ପୁଣି ଦୁଇ ଦିନ ପରେ ଟଙ୍କା ମାଗିଥିଲେ। ଏଭଳି ଭାବେ ୧ଲକ୍ଷ ୧୧ହଜାର ଟଙ୍କା ସାଇବର୍‍ ଠକକୁ ଦେଇଥିଲେ ବ୍ୟବସାୟୀ। ଲୋକ ଲଜ୍ଜ୍ୟା ଭୟରେ ଏବିଷୟରେ ବ୍ୟବସାୟୀ କାହାକୁ ଜଣାଇ ନ ଥିଲେ। ପୁଣି ଟଙ୍କା ମାଗିବାରୁ ସେ ଆତ୍ମହତ୍ୟା କରିବା ଲାଗି ମନସ୍ଥ କରିଥିଲେ। କିନ୍ତୁ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶକ୍ରମ ସେ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀ ଭେଟି ସବୁକଥା କହିଥିଲେ। ଏହାପରେ ପୁଲିସ ଉକ୍ତ ନମ୍ବରକୁ ବ୍ଲକ କରିବା ସହ ତଦନ୍ତ କରୁଛି। ସେପଟେ କମିସନରେଟ ପୁଲିସ ଅଶ୍ଲୀଳ ଚାଟିଂ ରୋକିବା ଲାଗି ସଚେତନ କରୁଛି। ମାତ୍ର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ୁନି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସେହିଭଳି ବରମୁଣ୍ଡା ଅଞ୍ଚଳର ଜଣେ ଯୁବକ ଦେଢ଼ଲକ୍ଷ ଟଙ୍କା ସାଇବର୍‍ ଠକେଇର ଶିକାର ହୋଇଛନ୍ତି। ଅନ୍‍ଲାଇନ୍‍ରେ କାର୍‍ ବିକ୍ରିର ବିଜ୍ଞାପନ ଦେଖାଇ ବରମୁଣ୍ଡା ଅଞ୍ଚଳର ବିନୋଦ ବେହେରାଙ୍କ ଠାରୁ ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ଅଭିଯୋଗ ଅନୁସାରେ ବିଜ୍ଞାପନ ଦେଖି ବିନୋଦ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ଉକ୍ତ ବ୍ୟକ୍ତି ନିଜକୁ ଆର୍ମି ଅଫିସର ପରିଚୟ ଦେଇ ୨ଲକ୍ଷ ଟଙ୍କାରେ କାର୍‍ ବିକ୍ରି କରିବା ଲାଗି କହିଥିଲା। ବିନୋଦକୁ ବିଶ୍ୱାସଜନ୍ମାଇବା ଲାଗି ଆର୍ମିର ପରିଚୟ ମଧ୍ୟ ଦେଇଥିଲା। ଏହାପରେ ଅନ୍‍ଲାଇନ୍‍ରେ ଟଙ୍କା ପଠାଇବା ଲାଗି ଠକ କହିଥିଲା। କିନ୍ତୁ ବିନୋଦର ସନ୍ଦେହ ହେବାରୁ ସେ କାର୍‍ ଦେଲେ ଟଙ୍କା ମିଳିବ ବୋଲି କହିଥିଲେ। ବିନୋଦଙ୍କୁ ଏକ ଲିଙ୍କ୍‍ ପଠାଇଥିଲେ। ଉକ୍ତ ଲିଙ୍କ୍‍କୁ ବିନୋଦ କ୍ଲିକ୍‍ କରିବା ପରେ ତାଙ୍କ ଜମାଖାତାରେ ଥିବା ଦେଢ଼ ଲକ୍ଷ ଟଙ୍କା କଟିଯାଇଥିଲା। ଏନେଇ ସେ ସାଇବର ହେଲ୍ପଡେସ୍କର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର