ଡିଜିଟାଲ ସୁନ୍ଦରୀଙ୍କ ମାୟାଜାଲରେ ଯୁବପିଢ଼ି, ଜାଲ ବିଛାଉଛନ୍ତି ସାଇବର୍‌ ଠକ

The Sakala Picture
Published On

ଭୁବନେଶ୍ୱର: ଯୁବତୀଙ୍କ ମାୟାଜାଲରେ ଏବେ ଯୁବପିଢ଼ି। ଡିଜିଟାଲ ସୁନ୍ଦରୀଙ୍କ ପଞ୍ଝାରେ ପଡ଼ି ଲକ୍ଷଲକ୍ଷ ଟଙ୍କା ହରାଉଛନ୍ତି ଯୁବପିଢ଼ି। ଅପରପକ୍ଷେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କୁ ମୋହରା କରି ଛଦ୍ମବେଶୀ ସାଇବର୍‍ ଠକ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହିମର୍ମରେ ଇନ୍‍ଫୋସିଟି ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼଼ୁଥିବା ବିହାରର ଜଣେ ଛାତ୍ର ପଡ଼ିଛନ୍ତି। ଛାତ୍ରଙ୍କୁ ସେକ୍ସଟ୍ରୋରସନ୍‍ ଜରିଆରେ ଡିଜିଟାଲ ସୁନ୍ଦରୀ ଫସାଇଥିଲେ। ଅଶ୍ଲୀଳ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ଛାତ୍ର ଠାରୁ ଅଢ଼େଇ […]

ଭୁବନେଶ୍ୱର: ଯୁବତୀଙ୍କ ମାୟାଜାଲରେ ଏବେ ଯୁବପିଢ଼ି। ଡିଜିଟାଲ ସୁନ୍ଦରୀଙ୍କ ପଞ୍ଝାରେ ପଡ଼ି ଲକ୍ଷଲକ୍ଷ ଟଙ୍କା ହରାଉଛନ୍ତି ଯୁବପିଢ଼ି। ଅପରପକ୍ଷେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କୁ ମୋହରା କରି ଛଦ୍ମବେଶୀ ସାଇବର୍‍ ଠକ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏହିମର୍ମରେ ଇନ୍‍ଫୋସିଟି ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼଼ୁଥିବା ବିହାରର ଜଣେ ଛାତ୍ର ପଡ଼ିଛନ୍ତି। ଛାତ୍ରଙ୍କୁ ସେକ୍ସଟ୍ରୋରସନ୍‍ ଜରିଆରେ ଡିଜିଟାଲ ସୁନ୍ଦରୀ ଫସାଇଥିଲେ। ଅଶ୍ଲୀଳ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ଛାତ୍ର ଠାରୁ ଅଢ଼େଇ ଲକ୍ଷ ଟଙ୍କାର ଚୂନ ଲଗାଇଛି। ଆହୁରି ଟଙ୍କା ଲାଗି ସାଇବର ଠକ ଦାବି କରିବା ପରେ ଛାତ୍ରଜଣକ ଅସହାୟ ହୋଇ ସାଇବର୍‍ ହେଲ୍ପଡେସ୍କର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରଙ୍କୁ ସୁନ୍ଦରୀ ତରୁଣୀ ଅଶ୍ଲୀଳ ଭିଡିଓ କଲ୍‍ କରିଥିଲା। ଏହାପରେ ଗୋପନୀୟ ଦୃଶ୍ୟ ରେକର୍ଡିଂ କରି ଛାତ୍ରଙ୍କୁ ଟଙ୍କା ମାଗିଥିଲେ। ସେ ଲୋକଲଜ୍ଜା ଭୟରେ ୧୦ଟି ପର୍ଯ୍ୟାୟରେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ପୁଣି ସାଇବର୍‍ ଠକ ଟଙ୍କା ମାଗିବାରୁ ସେ ପୁଲିସକୁ ଜଣାଇଥିଲେ। ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ସାଇବର୍‍ ଠକର ନମ୍ବରକୁ ବନ୍ଦ କରିବା ସହ ଯୁବକର ଆକାଉଣ୍ଟକୁ ବନ୍ଦ କରିଦେଇଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଏହି ଗୋଟିଏ ଘଟଣା ନୁହେଁ, ରାଜଧାନୀରେ ସେକ୍ସଟ୍ରୋରସନ୍‍ ସାମାଜିକ ବ୍ୟାଧି ଭାବେ ଦେଖାଦେଇଛି। ପ୍ରତିଦିନ ଏଭଳି ଏକାଧିକ ଘଟଣା ଘଟୁଛି। ବୟସ୍କ ଠାରୁ ଯୁବପିଢ଼ି ଏଥିରେ ଫସୁଛନ୍ତି। ଲୋକଲଜ୍ଜା ଭୟରେ ଥାନାରେ ଅଭିଯୋଗ କରିବା ଲାଗି ଭୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କେମିତି ଜାଲ ବିଛାଉଛନ୍ତି ସାଇବର୍‌ ଠକ

ଫେସ୍‍ବୁକ୍‍ ପ୍ରୋଫାଇଲରେ ଅଜଣା ସୁନ୍ଦରୀ ଝିଅଙ୍କ ଫଟୋ ରଖୁଛନ୍ତି ସାଇବର୍‍ ଠକ। ଏହାପରେ ଯୁବକଙ୍କ ଫେସ୍‍ବୁକ୍‍ ଆକାଉଣ୍ଟକୁ ବନ୍ଧୁତ୍ୱ ନିବେଦନ ପଠାଉଛନ୍ତି। ଫେସ୍‍ବୁକ୍‍, ଇନ୍‍ଷ୍ଟାଗ୍ରାମ୍‍ କିମ୍ବା ଟୁଇଟ୍‍ରରେ ସୁନ୍ଦରୀ ଝିଅଙ୍କ ଫଟୋକୁ ଦେଖି ଯୁବକ ବନ୍ଧୁତ୍ୱ ଅନୁରୋଧକୁ ଗ୍ରହଣ କରୁଛନ୍ତି। ଏହାପରେ ମେସେଞ୍ଜରରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହେବା ପରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳପ ହେଉଛି। ସାଇବର୍‍ ଠକ ଯୁବକର ହ୍ୱାଟ୍ସଆପ୍‍ ନମ୍ବର ମାଗୁଛନ୍ତି। ଏହାପରେ ଠକ ଚାଟିଂ କରୁଛନ୍ତି। ଯୁବକ ସହିତ ଅଡିଓ ଏବଂ ତା’ପରେ ଭିଡିଓ ଚାଟ୍‍ କରିବାକୁ ଅନୁରୋଧ କରୁଛନ୍ତି। ଯଦି ଯୁବକ ରାଜି ହେଲେ କିଛି ଦିନରେ ସେମାନଙ୍କ ମଧ୍ୟରେ ଅଶ୍ଳୀଳ ଭିଡିଓ ଚାଟ୍‍ ଅରମ୍ଭ ହେଉଛି। ଏହି ଭିଡିଓ ଚାଟ୍‍କୁ ସାଇବର୍‍ ଠକ ନିଜ ମୋବାଇଲ ଫୋନର ସଫ୍ଟୱେର ଜରିଆରେ ସ୍କ୍ରିନ ରେକର୍ଡିଂ କରି ପରବର୍ତ୍ତୀ ସମୟରେ ବ୍ଲାକମେଲ୍‍ କରୁଛନ୍ତି। ସାଇବର ଠକ ସାମାଜିକ ଗଣମାଧ୍ୟରେ ରେକର୍ଡିଂ କରିଥିବା ଅଶ୍ଳୀଳ ଭିଡ଼ିଓକୁ ଛାଡିଦେବାକୁ ଧମକ ଦେଇ ଟଙ୍କା ମାଗୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର