ଅଥୟ କଲେଣି ସାଇବର୍‌ ଠକ; ତଥ୍ୟ ଚୋରି କରି ନେଇଗଲେ ୧୦ ଲକ୍ଷ

The Sakala Picture
Published On

ଭୁବନେଶ୍ୱର: ସାଇବର୍‌ ଠକମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ହାତ କରି ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ନେଇ ଅଭିଯୋଗ ଆସିଛି । ପରବର୍ତ୍ତୀ ସମୟରେ ସେହି ତଥ୍ୟବଳରେ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକମାନେ। ଏହିଭଳି କ୍ୟାପିଟାଲ ଥାନା ଅଧୀନରେ ଥିବା ଟ୍ରେଜେରୀ ନିକଟରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ଦେଖିବାକୁ ମିଳିଛି। ଏହିଭଳି ଉପାୟରେ ଜଣେ ସରକାରୀ ବାବୁଙ୍କ ଆକାଉଣ୍ଟରୁ ସାଇବର୍ ଠକମାନେ ୧୦ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିବା […]

ଭୁବନେଶ୍ୱର: ସାଇବର୍‌ ଠକମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ହାତ କରି ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ନେଇ ଅଭିଯୋଗ ଆସିଛି । ପରବର୍ତ୍ତୀ ସମୟରେ ସେହି ତଥ୍ୟବଳରେ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକମାନେ। ଏହିଭଳି କ୍ୟାପିଟାଲ ଥାନା ଅଧୀନରେ ଥିବା ଟ୍ରେଜେରୀ ନିକଟରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ଦେଖିବାକୁ ମିଳିଛି। ଏହିଭଳି ଉପାୟରେ ଜଣେ ସରକାରୀ ବାବୁଙ୍କ ଆକାଉଣ୍ଟରୁ ସାଇବର୍ ଠକମାନେ ୧୦ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ସରକାରୀ ଅଫିସର ଅମୂଲ୍ୟ ତ୍ରିପାଠୀ କ୍ରାଇମ୍‌ବ୍ରାଞ୍ଚ ସାଇବର୍ ସେଲରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହାସହ ଗୁରୁବାର ତଦନ୍ତକାରୀ ଅଧିକାରୀ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌କୁ ଯାଇ ବ୍ୟାଙ୍କ୍‌ ମ୍ୟାନେଜର ସମେତ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ମିଳିଥିବା ଅଭିଯୋଗ ଅନୁଯାୟୀ, ଅମୂଲ୍ୟଙ୍କର ଟ୍ରେଜେରୀ ଅଫିସ୍ ନିକଟରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ସେଭିଙ୍ଗ୍ ଆକାଉଣ୍ଟ ରହିଛି। ହେଲେ ୨୦୧୯ ମାର୍ଚ୍ଚ ୧୫ ତାରିଖରେ ତାଙ୍କ ଆକାଉଣ୍ଟରୁ ୨ହଜାର ଟଙ୍କା କଟି ଯାଇଥିଲା। କେହି ତାଙ୍କର ଡେବିଟ୍ କାର୍ଡ଼ ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଥିଲେ। ଅମୂଲ୍ୟ ଜାଣିବା ପରେ ଏନେଇ ବ୍ୟାଙ୍କର ମ୍ୟାନେଜରକୁ ଜଣାଇଥିଲେ। ମ୍ୟାନେଜର ଏହା ଜାଣିବା ପରେ ୨୦୧୯ ଏପ୍ରିଲ ୨୬ ତାରିଖରେ ତାଙ୍କ ଏଟିଏମ୍ କାର୍ଡକୁ ବ୍ଲକ କରି ଦେଇଥିଲେ। କିନ୍ତୁ ବ୍ୟାଙ୍କ୍ କର୍ମଚାରୀଙ୍କ କଥାକୁ ପୁଣି ଆଉ ଏକ ଡେବିଟ୍ କାର୍ଡ ନେଇଥିଲେ ଅମୂଲ୍ୟ । ହେଲେ ୨୦୧୯ରୁ ଆଜି ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୩୧ଥର କାରବାର କରି ଠକ

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଡେବିଟ୍ କାର୍ଡ ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଛନ୍ତି। ବଡ଼ କଥା ହେଲା ଆରବିଆଇ ୪୦ହଜାର ଟଙ୍କା ଉପରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କିନ୍ତୁ ଅମୂଲ୍ୟଙ୍କ ଆକାଉଣ୍ଟରୁ ଗୋଟିଏ କାରବାରରେ ୯୦ ହଜାର ଟଙ୍କା ଉଠାଇ ନେଇଛନ୍ତି ଠକ। ତାଙ୍କ ଆକାଉଣ୍ଟରୁ ୩୧ ଟି ଟ୍ରାଞ୍ଜାକ୍‌ସନ ହୋଇଥିଲେ ମଧ୍ୟ ତାଙ୍କ ପଞ୍ଜିକୃତ ମୋବାଇଲ୍‌କୁ ଗୋଟିଏ ବି ମେସେଜ୍ ଆସିନି । ତେଣୁ ଏଭଳି ଠକେଇ ପଛରେ ବ୍ୟାଙ୍କ୍ କର୍ମଚାରୀ ଏବଂ ସାଇବର ଠକଙ୍କ ହାତ ରହିଥିବା ଅମୂଲ୍ୟ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଜଣାଇଛନ୍ତି। ଅନ୍ୟପଟରେ ୪ ଦିନ ତଳେ ବାପୁଜୀ ନଗରରେ ଥିବା ଏକ ବ୍ୟାଙ୍କ୍‌ରୁ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିଲା। ଅନ୍ୟର ପ୍ଲାଟ୍‌କୁ ବନ୍ଧକ ରଖି ବ୍ୟାଙ୍କ୍ କର୍ମଚାରୀ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୋନ୍ କରାଇ ନେଇଥିଲେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଟାୱାର୍ ବସାଇବା ଆଳରେ ୨୨ ଲକ୍ଷ ଗୋଲ୍

ମୋବାଇଲ୍‌ ଟାୱାର ବସାଇବା ଆଳରେ ରାଜ୍ୟରେ ସାଇବର୍‌ ଠକେଇ ବଢ଼ିବାରେ ଲାଗିଛି। ଏହିପରି ପୁଣି ଜଣେ ବ୍ୟକ୍ତି ୨୨ଲକ୍ଷ ଟଙ୍କାର ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଠକେଇର ଶିକାର ହୋଇଥିବା ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଗୋପାଳ ଚନ୍ଦ୍ର ପଣ୍ଡା ଏନେଇ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏହାସହ ଟଙ୍କା ଯାଇଥିବା ଆକାଉଣ୍ଟକୁ ବ୍ଲକ କରାଯାଇଛି । କିନ୍ତୁ ୨୨ଲକ୍ଷ ଟଙ୍କାକୁ ସାଇବର୍ ଠକ ଚତୁରତାର ସହ ଉଠାଇ ନେଇଛନ୍ତି ।

ଅଭିଯୋଗ ଅନୁସାରେ, ଗୋପାଳଙ୍କ ନିକଟକୁ ୨୦୧୯ ଅକ୍ଟୋବର ୬ ତାରିଖରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା । ଠକ ଜଣଙ୍କ ନିଜକୁ ଏକ ଟେଲିକମ୍ ସଂସ୍ଥାରୁ ଫୋନ୍ କରିଥିବା କହିଥିଲେ। ତୁମ ଜାଗାରେ ମୋବାଇଲ୍‌ ଟାୱାର ବସାଇ ଲାଭବାନ ହେବାକୁ ସ୍ବପ୍ନ ଦେଖାଇଥିଲେ। ମାସକୁ ଭଡ଼ା ଆକାରରେ ୧୧ହଜାର ଟଙ୍କା ମିଳିବ ବୋଲି କହିଥିଲେ | ଠକର କଥାରେ ବିଶ୍ବାସ କରି ଗୋପଳଚନ୍ଦ୍ର ତାଙ୍କ ଜମିରେ ମୋବାଇଲ୍‌ ଟାୱାର ବସାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଠକ କହିବା ଅନୁସାରେ ନିଜର ପାନ କାର୍ଡ, ଆଧାର କାର୍ଡ ଏବଂ ଜମିର ପଟ୍ଟା ଦେଇଥିଲେ। କାଗଜପତ୍ର କାମ କରିବା ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଠକ କଥାରେ ପ୍ରଥମେ ଗୋପାଳ ୨୦ ହଜାର ଟଙ୍କା ପଠାଇଥିଲେ । ପରେ ଠକ ପୁଣି ଜିଏସ୍‌ଟି ଚାର୍ଜ ଏବଂ ଓକିଲ ଚାର୍ଜ ପାଇଁ ମଧ୍ୟ ଟଙ୍କା ମାଗିଥିଲେ । ଏହିଭଳି ଠକ ପ୍ରାୟ ୨୨ଲକ୍ଷ ଟଙ୍କା ଠକି ନେଇଥିଲେ । ଟଙ୍କା ନେବା ପରେ ମଧ୍ୟ ପୁଣି ଆହୁରି ଟଙ୍କା ଦେବାକୁ ଠକ କହିଥିଲା | ଟଙ୍କା ଦେଲେ ଫିଲଡ ଅଫିସର ଜାଗାକୁ ଯାଇ ଯାଞ୍ଚ କରିବା ପରେ କାମ ଆରମ୍ଭ ହେବ ବୋଲି ଠକ କହିଥିଲେ। କିନ୍ତୁ ଗୋପାଳଚନ୍ଦ୍ର ଠକଙ୍କ ହାବଭାବରୁ ଠକେଇ ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର