ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଯୁବକ

The Sakala Picture
Published On

ଆଠଗଡ଼: ମହିଳାଙ୍କୁ ଗଳାକାଟି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଯୁବକ। ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁରେ ବିଳମ୍ୱିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭରେ ଘରେ କାମ କରୁଥିବା ଯୁବକ ଗଳାକାଟି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାରଲୋକ। ଯୁବକ ଜଣକ ହେଲେ ସେହି ଗାଁର କାର୍ତ୍ତିକ ସେଠୀ । ୧୦ବର୍ଷ ବୟସରୁ ମହିଳାଙ୍କ ଘରେ କାମ କରୁଥିଲା । ଅଭିଯୁକ୍ତ ଯୁବକ ଭିନ୍ନକ୍ଷମ ହୋଇଥିବାରୁ ଘରେ ଆଶ୍ରୟ ଦେଇଥିଲେ ମୃତ ଅଳ୍ପନା ଦାସ। […]

ଆଠଗଡ଼: ମହିଳାଙ୍କୁ ଗଳାକାଟି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଯୁବକ। ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁରେ ବିଳମ୍ୱିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭରେ ଘରେ କାମ କରୁଥିବା ଯୁବକ ଗଳାକାଟି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାରଲୋକ। ଯୁବକ ଜଣକ ହେଲେ ସେହି ଗାଁର କାର୍ତ୍ତିକ ସେଠୀ । ୧୦ବର୍ଷ ବୟସରୁ ମହିଳାଙ୍କ ଘରେ କାମ କରୁଥିଲା । ଅଭିଯୁକ୍ତ ଯୁବକ ଭିନ୍ନକ୍ଷମ ହୋଇଥିବାରୁ ଘରେ ଆଶ୍ରୟ ଦେଇଥିଲେ ମୃତ ଅଳ୍ପନା ଦାସ। ବିଭିନ୍ନ ସମୟରେ ମହିଳାଙ୍କ ସହ ତାଙ୍କର ବିଭିନ୍ନ କଥାକୁ ନେଇ ଝଗଡ଼ା ହୁଏ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ। ଯୁବକ ଜଣଙ୍କ ଗଳା କାଟି ହତ୍ୟା କରିବା ପରେ ତିଗିରିଆ ଥାନାରେ ଆତ୍ମ ସମର୍ପଣ କରିଛି। ଘଟଣା ସ୍ଥଳରେ ତିଗିରିଆ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର