ଦୁଇ କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

The Sakala Picture
Published On

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ କୁସପଙ୍ଗି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ମୁହାଁମୁହିଁ ଧକ୍କା । ଏହି ଧକ୍କାରେ ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଆଠଗଡ଼ ଅଞ୍ଚଳର ସୁଜିତ ଦାସ ତାଙ୍କ କାରରେ ପରିବାର ସହିତ ପୁଅକୁ ନେଇ କଟକରୁ ଆଠଗଡ଼ ଫେରୁଥିବା ବେଳେ ବାଙ୍କୀରୁ ଯାଉଥିବା ନରିଆ ସାହୁଙ୍କ କାର ମଧ୍ୟରେ କୁସପଙ୍ଗି ଛକ ନିକଟରେ ଧକ୍କା ହେଇଥିଲା […]

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ କୁସପଙ୍ଗି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ମୁହାଁମୁହିଁ ଧକ୍କା । ଏହି ଧକ୍କାରେ ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସମେତ ଦେଶର ୧୭ ରାଜ୍ୟରେ ପ୍ରବଳ ବର୍ଷା ଆଲର୍ଟ: ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଆଠଗଡ଼ ଅଞ୍ଚଳର ସୁଜିତ ଦାସ ତାଙ୍କ କାରରେ ପରିବାର ସହିତ ପୁଅକୁ ନେଇ କଟକରୁ ଆଠଗଡ଼ ଫେରୁଥିବା ବେଳେ ବାଙ୍କୀରୁ ଯାଉଥିବା ନରିଆ ସାହୁଙ୍କ କାର ମଧ୍ୟରେ କୁସପଙ୍ଗି ଛକ ନିକଟରେ ଧକ୍କା ହେଇଥିଲା । ଖବରପାଇ ସ୍ଥାନୀୟଲୋକେ ଦୁଇ ଯୁବକ ଓ ଜଣେ ବାଳକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ପଠାଇଥିଲେ। ସେଠାରେ ଡାକ୍ତର ନରିଆ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆଠଗଡ଼ ଅଞ୍ଚଳର ସୁଜିତ ଦାସ ଓ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ଦୁଇ କାରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲ୍ୟାବ୍ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, ପକେଟରୁ ମିଳିଲା ଇଞ୍ଜେକ୍ସନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର