ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

The Sakala Picture
Published On

କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଦୁଇ ଦିବସୀୟ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟେଲିମାନସର ପରାମର୍ଶଦାତାମାନଙ୍କୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ପ୍ରଫେସର ଡ଼ା. ଶାରଦା ପ୍ରସନ୍ନ ସ୍ୱାଇଁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟ […]

କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଦୁଇ ଦିବସୀୟ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟେଲିମାନସର ପରାମର୍ଶଦାତାମାନଙ୍କୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ପ୍ରଫେସର ଡ଼ା. ଶାରଦା ପ୍ରସନ୍ନ ସ୍ୱାଇଁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ମାନସିକ ସ୍ୱାସ୍ଥ୍ୟ ) ଡ଼ା.ପ୍ରମିଳା ବରାଳ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଡ଼ା. ସ୍ୱାଇଁ ମାନସିକ ସ୍ୱାସ୍ଥ୍ୟ ସେବାର ପରିସର ତଥା ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ସେବା ସମ୍ପର୍କିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଡ଼ା. ବରାଳ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲି ମାନସର ଅଭୁତପୂର୍ବ ଅଗ୍ରଗତି ତଥା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ପ୍ରମୁଖ ସହକାରୀ ପ୍ରାଧ୍ୟାପିକା ଡ଼ା. ପଲ୍ଲବୀ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପରାମର୍ଶଦାତାମାନେ ସେମାନଙ୍କର ବ୍ୟାବହାରିକ ଅଭିଜ୍ଞତା ବିଷୟରେ ମତ ବିନିମୟ କରିଥିଲେ । ପରିଶେଷରେ ପ୍ରଶିକ୍ଷଣପ୍ରାପ୍ତ ପରାମର୍ଶଦାତାମାନଙ୍କୁ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ଡ଼ା. ସ୍ୱାଇଁ ପ୍ରମାଣପତ୍ର ସହ ସମ୍ମାନିତ କରିଥିଲେ । ସୂଚନାଯୋଗ୍ୟ ସମ୍ପ୍ରତି ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟେଲି ମାନସ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଏହି ସେବା ନିଃଶୁଳ୍କ ନମ୍ବର 14416 ସହ ସବୁ ସମୟରେ ( 24 ଘଣ୍ଟା ) ଉପଲବ୍ଧ ରହିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

09 Feb 2024 By The Sakala

ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଦୁଇ ଦିବସୀୟ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟେଲିମାନସର ପରାମର୍ଶଦାତାମାନଙ୍କୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ପ୍ରଫେସର ଡ଼ା. ଶାରଦା ପ୍ରସନ୍ନ ସ୍ୱାଇଁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ମାନସିକ ସ୍ୱାସ୍ଥ୍ୟ ) ଡ଼ା.ପ୍ରମିଳା ବରାଳ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଡ଼ା. ସ୍ୱାଇଁ ମାନସିକ ସ୍ୱାସ୍ଥ୍ୟ ସେବାର ପରିସର ତଥା ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ସେବା ସମ୍ପର୍କିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଡ଼ା. ବରାଳ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲି ମାନସର ଅଭୁତପୂର୍ବ ଅଗ୍ରଗତି ତଥା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ପ୍ରମୁଖ ସହକାରୀ ପ୍ରାଧ୍ୟାପିକା ଡ଼ା. ପଲ୍ଲବୀ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପରାମର୍ଶଦାତାମାନେ ସେମାନଙ୍କର ବ୍ୟାବହାରିକ ଅଭିଜ୍ଞତା ବିଷୟରେ ମତ ବିନିମୟ କରିଥିଲେ । ପରିଶେଷରେ ପ୍ରଶିକ୍ଷଣପ୍ରାପ୍ତ ପରାମର୍ଶଦାତାମାନଙ୍କୁ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ଡ଼ା. ସ୍ୱାଇଁ ପ୍ରମାଣପତ୍ର ସହ ସମ୍ମାନିତ କରିଥିଲେ । ସୂଚନାଯୋଗ୍ୟ ସମ୍ପ୍ରତି ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟେଲି ମାନସ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଏହି ସେବା ନିଃଶୁଳ୍କ ନମ୍ବର 14416 ସହ ସବୁ ସମୟରେ ( 24 ଘଣ୍ଟା ) ଉପଲବ୍ଧ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର