‘ଓଡ଼ିଶା ମୋ ପରିବାର’ର ସହଯୋଗ: ମେଡିକାଲ ବାରଣ୍ଡାରୁ ଘରକୁ ଫେରିଲେ ସୁଶୀଲ

The Sakala Picture
Published On

କଟକ: ଏସ୍‍ସିବି ମେଡିକାଲରେ ମିଳୁଛି ଉନ୍ନତ ଚିକିତ୍ସା ସେବା। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ଏଠାକୁ ଆସୁଛନ୍ତି। ନିଃଶୁଳ୍କରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ହେଲେ ଅନେକ କ୍ଷେତ୍ରରେ କିଛି ରୋଗୀ ଏଠାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିପାରୁ ନାହାନ୍ତି। ଆର୍ଥିକ ସମ୍ବଳ ଅଭାବରୁ ଘରକୁ ଫେରିବା ଏମାନଙ୍କ ନିମନ୍ତେ କଷ୍ଟକର ହୋଇ ପଡ଼ୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏସ୍‍ସିବି ମେଡିକାଲରେ। ବରଗଡ଼ର ଜଣେ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଘରକୁ ଫେରିପାରୁ ନଥିଲେ। […]

କଟକ: ଏସ୍‍ସିବି ମେଡିକାଲରେ ମିଳୁଛି ଉନ୍ନତ ଚିକିତ୍ସା ସେବା। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ଏଠାକୁ ଆସୁଛନ୍ତି। ନିଃଶୁଳ୍କରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ହେଲେ ଅନେକ କ୍ଷେତ୍ରରେ କିଛି ରୋଗୀ ଏଠାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିପାରୁ ନାହାନ୍ତି। ଆର୍ଥିକ ସମ୍ବଳ ଅଭାବରୁ ଘରକୁ ଫେରିବା ଏମାନଙ୍କ ନିମନ୍ତେ କଷ୍ଟକର ହୋଇ ପଡ଼ୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏସ୍‍ସିବି ମେଡିକାଲରେ। ବରଗଡ଼ର ଜଣେ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଘରକୁ ଫେରିପାରୁ ନଥିଲେ। ଝଡ଼ିବର୍ଷାରେ ପରିବାର ଲୋକଙ୍କୁ ଧରି ମେଡ଼ିକାଲ ବାରଣ୍ଡାରେ ପଡ଼ି ରହିଥିଲେ। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାବିତ୍ରୀ ଜନସେବା’ ଏବଂ ‘ଓଡ଼ିଶା ମୋ ପରିବାର’ର ସହଯୋଗ ମିଳିବା ପରେ ଉକ୍ତ ଗରିବ ରୋଗୀଟି ନିଜ ଘରକୁ ଫେରି ପାରିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଘଟଣାରୁ ପ୍ରକାଶ ଯେ, ବରଗଡ଼ ପଦ୍ମପୁରର ସୁଶୀଲ ପାଇକଙ୍କ ମେରୁଦଣ୍ଡ ଓ ଆଣ୍ଠୁଗଣ୍ଠିରେ ସମସ୍ୟା ରହିଥିଲା। ତାଙ୍କ ଏସ୍‍ସିବି ମେଡ଼ିକାଲରେ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ନିକଟରେ ପତ୍ନୀ ଓ ତାଙ୍କର ୬ଜଣ ସନ୍ତାନ ଥିଲେ। ଗତ ୮ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମାତ୍ର ଘରକୁ ଫେରିବା ପାଇଁ ସୁଶୀଲଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖା ଦେଇଥିଲା। ବଡ଼ ମେଡ଼ିକାଲକୁ ଆସିବା ବେଳେ ଆମ୍ବୁଲାନ୍ସ ଜରିଆରେ ଆସିଥିଲେ। ହେଲେ ଫେରିବା ବେଳକୁ ନିଜଦ୍ୱାରା ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିଥାନ୍ତା। ଅର୍ଥ ଅଭାବ ଥିବାରୁ ପତ୍ନୀ ଓ ୬ ପିଲାଙ୍କୁ ଧରି ମେଡ଼ିକାଲ ବାରଣ୍ଡାରେ ଆଶ୍ରୟ ନେଇଥିଲେ ସୁଶୀଲ। ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପଲାଇନର ମୁଖ୍ୟ ବିଭୂତି ରାୟ ମେଡ଼ିକାଲକୁ ଯିବା ବେଳେ ସୁଶୀଲଙ୍କୁ ଏଭଳି ଅବସ୍ଥାରେ ଦେଖିଥିଲେ। ତାଙ୍କୁ ସେଠାରୁ ଆଣି ଶଙ୍କରପୁର ଦାସ ସାହିରେ ଥିବା ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପଲାଇନର ଆଶ୍ରୟସ୍ଥଳୀରେ ରଖାଇଥିଲେ। ପ୍ରାୟ ୮ ଦିନ ଧରି ସୁଶୀଲ, ତାଙ୍କ ପତ୍ନୀ ଓ ପିଲାଙ୍କ ସମସ୍ତ ଦେଖାଶୁଣା ଉକ୍ତ ସାମାଜିକ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। ଏ ଘଟଣା ସଂକ୍ରାନ୍ତରେ ଓଡ଼ିଶା ମୋ ପରିବାରର ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଜାଣିବାକୁ ପାଇଥିଲେ। ସେ ଆଶ୍ରୟସ୍ଥଳୀରେ ପହଞ୍ଚି ସୁଶୀଲଙ୍କ ଘରକୁ ଫେରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଇଥିଲେ। ସୁଶୀଲ ଓ ତାଙ୍କ ପରିବାର ଲୋକଙ୍କ ନିମନ୍ତେ ଗାଡ଼ି ଭଡ଼ା କରାଯିବା ଖାଦ୍ୟ ସାମଗ୍ରୀ ଓ କିଛି ଟଙ୍କା ତାଙ୍କୁ ପ୍ରଦାନ କରାଯାଇଥିଲା। ସାବିତ୍ରୀ ଜନସେବା ପକ୍ଷରୁ ହେମନ୍ତ ନାୟକ, ତପନ ରାଉତ, ସିପୁନ କୁମାର ବିଶ୍ୱାଳ, ରୋହିତ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

19 Jul 2022 By The Sakala

‘ଓଡ଼ିଶା ମୋ ପରିବାର’ର ସହଯୋଗ: ମେଡିକାଲ ବାରଣ୍ଡାରୁ ଘରକୁ ଫେରିଲେ ସୁଶୀଲ

କଟକ: ଏସ୍‍ସିବି ମେଡିକାଲରେ ମିଳୁଛି ଉନ୍ନତ ଚିକିତ୍ସା ସେବା। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ ଏଠାକୁ ଆସୁଛନ୍ତି। ନିଃଶୁଳ୍କରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ହେଲେ ଅନେକ କ୍ଷେତ୍ରରେ କିଛି ରୋଗୀ ଏଠାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିପାରୁ ନାହାନ୍ତି। ଆର୍ଥିକ ସମ୍ବଳ ଅଭାବରୁ ଘରକୁ ଫେରିବା ଏମାନଙ୍କ ନିମନ୍ତେ କଷ୍ଟକର ହୋଇ ପଡ଼ୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏସ୍‍ସିବି ମେଡିକାଲରେ। ବରଗଡ଼ର ଜଣେ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଘରକୁ ଫେରିପାରୁ ନଥିଲେ। ଝଡ଼ିବର୍ଷାରେ ପରିବାର ଲୋକଙ୍କୁ ଧରି ମେଡ଼ିକାଲ ବାରଣ୍ଡାରେ ପଡ଼ି ରହିଥିଲେ। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାବିତ୍ରୀ ଜନସେବା’ ଏବଂ ‘ଓଡ଼ିଶା ମୋ ପରିବାର’ର ସହଯୋଗ ମିଳିବା ପରେ ଉକ୍ତ ଗରିବ ରୋଗୀଟି ନିଜ ଘରକୁ ଫେରି ପାରିଛି।

ଘଟଣାରୁ ପ୍ରକାଶ ଯେ, ବରଗଡ଼ ପଦ୍ମପୁରର ସୁଶୀଲ ପାଇକଙ୍କ ମେରୁଦଣ୍ଡ ଓ ଆଣ୍ଠୁଗଣ୍ଠିରେ ସମସ୍ୟା ରହିଥିଲା। ତାଙ୍କ ଏସ୍‍ସିବି ମେଡ଼ିକାଲରେ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ନିକଟରେ ପତ୍ନୀ ଓ ତାଙ୍କର ୬ଜଣ ସନ୍ତାନ ଥିଲେ। ଗତ ୮ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମାତ୍ର ଘରକୁ ଫେରିବା ପାଇଁ ସୁଶୀଲଙ୍କ ପାଖରେ ଆର୍ଥିକ ସମସ୍ୟା ଦେଖା ଦେଇଥିଲା। ବଡ଼ ମେଡ଼ିକାଲକୁ ଆସିବା ବେଳେ ଆମ୍ବୁଲାନ୍ସ ଜରିଆରେ ଆସିଥିଲେ। ହେଲେ ଫେରିବା ବେଳକୁ ନିଜଦ୍ୱାରା ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିଥାନ୍ତା। ଅର୍ଥ ଅଭାବ ଥିବାରୁ ପତ୍ନୀ ଓ ୬ ପିଲାଙ୍କୁ ଧରି ମେଡ଼ିକାଲ ବାରଣ୍ଡାରେ ଆଶ୍ରୟ ନେଇଥିଲେ ସୁଶୀଲ। ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପଲାଇନର ମୁଖ୍ୟ ବିଭୂତି ରାୟ ମେଡ଼ିକାଲକୁ ଯିବା ବେଳେ ସୁଶୀଲଙ୍କୁ ଏଭଳି ଅବସ୍ଥାରେ ଦେଖିଥିଲେ। ତାଙ୍କୁ ସେଠାରୁ ଆଣି ଶଙ୍କରପୁର ଦାସ ସାହିରେ ଥିବା ସାବିତ୍ରୀ ଜନସେବା ହେଲ୍ଥ ହେଲ୍ପଲାଇନର ଆଶ୍ରୟସ୍ଥଳୀରେ ରଖାଇଥିଲେ। ପ୍ରାୟ ୮ ଦିନ ଧରି ସୁଶୀଲ, ତାଙ୍କ ପତ୍ନୀ ଓ ପିଲାଙ୍କ ସମସ୍ତ ଦେଖାଶୁଣା ଉକ୍ତ ସାମାଜିକ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। ଏ ଘଟଣା ସଂକ୍ରାନ୍ତରେ ଓଡ଼ିଶା ମୋ ପରିବାରର ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଜାଣିବାକୁ ପାଇଥିଲେ। ସେ ଆଶ୍ରୟସ୍ଥଳୀରେ ପହଞ୍ଚି ସୁଶୀଲଙ୍କ ଘରକୁ ଫେରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଇଥିଲେ। ସୁଶୀଲ ଓ ତାଙ୍କ ପରିବାର ଲୋକଙ୍କ ନିମନ୍ତେ ଗାଡ଼ି ଭଡ଼ା କରାଯିବା ଖାଦ୍ୟ ସାମଗ୍ରୀ ଓ କିଛି ଟଙ୍କା ତାଙ୍କୁ ପ୍ରଦାନ କରାଯାଇଥିଲା। ସାବିତ୍ରୀ ଜନସେବା ପକ୍ଷରୁ ହେମନ୍ତ ନାୟକ, ତପନ ରାଉତ, ସିପୁନ କୁମାର ବିଶ୍ୱାଳ, ରୋହିତ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର