ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

The Sakala Picture
Published On

ଭୁବନେଶ୍ବର: ORHDC ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ORHDC-ମେଟ୍ରୋବିଲ୍‌ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ORHDCର ପୂର୍ବତନ ଏମ୍‌ଡି ଥିଲେ ବିନୋଦ କୁମାର। ଏହି ମାମଲାରେ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ମହାପାତ୍ରଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ବିନୋଦ ଓ ସ୍ୱସ୍ତିଙ୍କୁ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଜରିମାନା ନ ଦେଲେ ଅଧିକ ୬ ମାସ ଜେଲରେ ରହିବାକୁ ପଡିବ। ଏହି ମାମଲାରେ […]

ଭୁବନେଶ୍ବର: ORHDC ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ORHDC-ମେଟ୍ରୋବିଲ୍‌ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ORHDCର ପୂର୍ବତନ ଏମ୍‌ଡି ଥିଲେ ବିନୋଦ କୁମାର। ଏହି ମାମଲାରେ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ମହାପାତ୍ରଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ବିନୋଦ ଓ ସ୍ୱସ୍ତିଙ୍କୁ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଜରିମାନା ନ ଦେଲେ ଅଧିକ ୬ ମାସ ଜେଲରେ ରହିବାକୁ ପଡିବ। ଏହି ମାମଲାରେ ତତ୍‌କାଳୀନ ମେଟ୍ରୋ ବିଲ୍‌ଡରସର ନିର୍ଦ୍ଦେଶକ ଥିବା ମହମ୍ମଦ ମୋକିମଙ୍କ ସହ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ହୋଇଛି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

୨୦୦୦-୨୦୦୧ରେ ବିନୋଦ କୁମାର ORHDC ଏମ୍‌ଡି ଥିଲେ। ସ୍ୱସ୍ତି ମହାନ୍ତି ORHDCର କମ୍ପାନୀ ସେକ୍ରେଟାରୀ ଥିଲେ। ୨୦୦୦ ଜୁନ ୨୪ ତାରିଖରେ ମେଟ୍ରୋ ବିଲ୍‌ଡର ORHDCଠାରୁ ଦେଢ଼ କୋଟି ଟଙ୍କାର ଋଣ କରିଥିଲା। ନୟାପଲ୍ଲୀରେ ମେଟ୍ରୋସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ଋଣ ଆବେଦନ କରାଯାଇଥିଲା। ସେହି ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଋଣ ଦିଆଯାଇଥିଲା। କିନ୍ତୁ ପରେ ସେହି ଋଣ ପରିଶୋଧ କରିନଥିଲା ମେଟ୍ରୋ ବିଲ୍‌ଡରସ। ମେଟ୍ରୋ ବିଲ୍‌ଡରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଆଜି ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏ ମାମଲାରେ ରାୟ ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

29 Sep 2022 By The Sakala

ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ବର: ORHDC ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ORHDC-ମେଟ୍ରୋବିଲ୍‌ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ORHDCର ପୂର୍ବତନ ଏମ୍‌ଡି ଥିଲେ ବିନୋଦ କୁମାର। ଏହି ମାମଲାରେ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତି ମହାପାତ୍ରଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ବିନୋଦ ଓ ସ୍ୱସ୍ତିଙ୍କୁ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଜରିମାନା ନ ଦେଲେ ଅଧିକ ୬ ମାସ ଜେଲରେ ରହିବାକୁ ପଡିବ। ଏହି ମାମଲାରେ ତତ୍‌କାଳୀନ ମେଟ୍ରୋ ବିଲ୍‌ଡରସର ନିର୍ଦ୍ଦେଶକ ଥିବା ମହମ୍ମଦ ମୋକିମଙ୍କ ସହ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ହୋଇଛି।

୨୦୦୦-୨୦୦୧ରେ ବିନୋଦ କୁମାର ORHDC ଏମ୍‌ଡି ଥିଲେ। ସ୍ୱସ୍ତି ମହାନ୍ତି ORHDCର କମ୍ପାନୀ ସେକ୍ରେଟାରୀ ଥିଲେ। ୨୦୦୦ ଜୁନ ୨୪ ତାରିଖରେ ମେଟ୍ରୋ ବିଲ୍‌ଡର ORHDCଠାରୁ ଦେଢ଼ କୋଟି ଟଙ୍କାର ଋଣ କରିଥିଲା। ନୟାପଲ୍ଲୀରେ ମେଟ୍ରୋସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ଋଣ ଆବେଦନ କରାଯାଇଥିଲା। ସେହି ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଋଣ ଦିଆଯାଇଥିଲା। କିନ୍ତୁ ପରେ ସେହି ଋଣ ପରିଶୋଧ କରିନଥିଲା ମେଟ୍ରୋ ବିଲ୍‌ଡରସ। ମେଟ୍ରୋ ବିଲ୍‌ଡରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଆଜି ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏ ମାମଲାରେ ରାୟ ଶୁଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର