ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଆଉ ୨ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

The Sakala Picture
Published On

କଟକ: କଟକ ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ସରିବାକୁ ଥବାବେଳେ ଯାତ୍ରୀଙ୍କ ଉତ୍ସାହ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ଆଜି ଏକ ପ୍ରସ୍ତାବ ଗୃହିତ ହୋଇଛି। ପରିଷଦର ଏହି ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହା ପରେ ଔପଚାରିକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିଯାତ୍ରାର ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯିବ। ଯଦି […]

କଟକ: କଟକ ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ସରିବାକୁ ଥବାବେଳେ ଯାତ୍ରୀଙ୍କ ଉତ୍ସାହ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ଆଜି ଏକ ପ୍ରସ୍ତାବ ଗୃହିତ ହୋଇଛି। ପରିଷଦର ଏହି ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହା ପରେ ଔପଚାରିକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିଯାତ୍ରାର ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯିବ। ଯଦି ବାଲିଯାତ୍ରାର ଅବଦ୍ଧି ଆଉ ଦୁଇ ଦିନ ବୃଦ୍ଧି ହୁଏ ବୁଧବାର ବଦଳରେ ଶୁକ୍ରବାର ଯାଏଁ ମେଳା ଜମିବ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଥିଲେ । ସେହିପରି ସୋମବାର ପ୍ରାୟ ୫ ଲକ୍ଷ ଲୋକ ଯାତ୍ରା ବୁଲିଛନ୍ତି । ତେଣୁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଦୁଇ ଦିନ ବୃଦ୍ଧି ପାଇଁ ଦାବି କରାଯାଉଛି । ଏହାଦ୍ୱାରା ବ୍ୟବସୟୀଙ୍କ ବ୍ୟବସାୟ ବଢିବା ସହ ଲୋକମାନେ ମଧ୍ୟ ଯାତ୍ରାର ମଜାନେଇପାରିବେ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ କାଗଜ ଡଙ୍ଗା ତିଆରି କରାଯିବ । ୪ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଡଙ୍ଗା ତିଆରି କରିବେ । ୧୫ ମିନିଟ ମଧ୍ୟରେ ୧୦ ହଜାର ଡଙ୍ଗା ତିଆରି କରିପାରିଲେ ଗିନିଜ ୱାର୍ଲ୍ଡ ବୁକ ଅଫ ରେକର୍ଡରେ କଟକର ନାମ ସ୍ଥାନ ପାଇବ । ଦିନ ୧୦ ଟା ରୁ ଦିନ ୧ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଲିଯାତ୍ରା ପଡିଆର ‘କଟକ ଇନ୍‌ କଟକ’ ପାଭିଲିୟନ ପରିସରରେ ଆୟୋଜିତ ହୋଇଥିବା ସିଏମସି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ଆଲୋଚନା କରାଯାଇଛି । ମେୟର ସୁବାସ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ସିଏମସି କମିସନର ନିଖିଳ ପବନ କଲ୍ୟାଣ ଉକ୍ତ ବୈଠକରେ ଯୋଗ ଦେଇ କହିଲେ, ବାଲିଯାତ୍ରାର ୬ ଦିନ ଶୃଙ୍ଖଳାର ସହିତ ପ୍ରଥମ ଥର ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇପାରିଛି। ଆଗକୁ କିପରି ଭାବରେ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇପାରିବ ସେଥି ପାଇଁ ସିଏମସିର ସମସ୍ତ କର୍ମକର୍ତ୍ତା, କର୍ପୋରେଟର, ସବ- କମିଟି ସଦସ୍ୟ ସେମାନଙ୍କର ପ୍ରଚେଷ୍ଟା ଜାରି ରଖିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଡେପୁଟି ମେୟର ଦମୟନ୍ତୀ ମାଝୀ ଧନ୍ୟବାଦ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର