ହକି ବିଶ୍ୱ କପ୍‌ ପାଇଁ କ୍ରୁଟ୍‌ର ଅଭିନବ ପ୍ରୟାସ: ଟିକଟ ଥିଲେ ମାଗଣା ଯାତ୍ରା, ପର୍ଯ୍ଯଟକଙ୍କ ପାଇଁ ‘ହେରିଟେଜ ଅନ୍‌ ମୋ ଇ-ରାଇଡ’

The Sakala Picture
Published On

ଭୁବନେଶ୍ୱର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଯେଉଁଭଳି ଭାବରେ ନାଗରିକମାନଙ୍କର ଦୈନନ୍ଦିନ ଗମନାଗମନ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ସହଜ କରିଦେଇଛି। ଏହାର ପରିବହନ ସେବା ସବୁଠାରୁ ପସନ୍ଦଯୋଗ୍ୟ ଗଣପରିବହନ ମାଧ୍ୟମ ହୋଇଛି । କ୍ରୁଟ୍‌ର ମୋ ବସ୍‌ ପ୍ରଚଳନ ଦିନଠାରୁ ଏହାର ସେବା ଯୋଗାଣ ଅଞ୍ଚଳରେ ଗମନାଗମନ କ୍ଷେତ୍ରରେ ଜୀବନରେଖା ପାଲଟିଛି । ସ୍ମାର୍ଟସିଟି ରାଉରକେଲାର ନାଗରିକ ଏବଂ ପର୍ଯ୍ୟଟକ ଯେଭଳି ସମସ୍ୟାରହିତ ଗମନାଗମନ ଅନୁଭୂତି ପାଇପାରିବେ, ବିଶେଷକରି ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ […]

ଭୁବନେଶ୍ୱର: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଯେଉଁଭଳି ଭାବରେ ନାଗରିକମାନଙ୍କର ଦୈନନ୍ଦିନ ଗମନାଗମନ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ସହଜ କରିଦେଇଛି। ଏହାର ପରିବହନ ସେବା ସବୁଠାରୁ ପସନ୍ଦଯୋଗ୍ୟ ଗଣପରିବହନ ମାଧ୍ୟମ ହୋଇଛି । କ୍ରୁଟ୍‌ର ମୋ ବସ୍‌ ପ୍ରଚଳନ ଦିନଠାରୁ ଏହାର ସେବା ଯୋଗାଣ ଅଞ୍ଚଳରେ ଗମନାଗମନ କ୍ଷେତ୍ରରେ ଜୀବନରେଖା ପାଲଟିଛି । ସ୍ମାର୍ଟସିଟି ରାଉରକେଲାର ନାଗରିକ ଏବଂ ପର୍ଯ୍ୟଟକ ଯେଭଳି ସମସ୍ୟାରହିତ ଗମନାଗମନ ଅନୁଭୂତି ପାଇପାରିବେ, ବିଶେଷକରି ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ସମୟରେ ଗମନାଗମନକୁ ସୁଗମ କରିବାକୁ ନିକଟରେ ମୋ ବସ୍‌ ସେବା ରାଉରକେଲାରେ ପ୍ରଚଳନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

କ୍ରୁଟ୍‌ ଭୁବନେଶ୍ୱର ଓ ରାଉରକେଲା ସହର ମଧ୍ୟରେ ଏବଂ ଏହାର ସଂଯୋଗକାରୀ ସ୍ଥାନଗୁଡିକରେ ନାଗରିକ ଓ ପର୍ଯ୍ୟଟକଙ୍କୁ ସହଜରେ ଗମନାଗମନରେ ସହାୟତା କରିବାକୁ ଏହାର ଅତିପ୍ରିୟ ପରିବହନ ସେବା ଯୋଗାଇଦେଇ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ପରିପ୍ରେକ୍ଷୀରେ କ୍ରୁଟ୍‌ ନିକଟରେ ଭୁବନେଶ୍ୱରରେ ତାହାର ମୋ ବସ୍‌ ସେବାରେ ଆଉ ୧୫ଟି ଇ-ବସ୍‌ ଯୋଗ କରିଛି, ଯେଉଁଗୁଡିକ ୨୦୨୩ ଜାନୁଆରୀ ୧୨ ତାରିଖ ଠାରୁ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି । ଖୁବଶୀଘ୍ର ଆଉ ୧୦ଟି ଇ-ବସ୍‌ ଭୁବନେଶ୍ୱରରେ ସାମିଲ ହେବ ଯଦ୍ୱାରା ଜନସାଧାରଣଙ୍କ ବର୍ଦ୍ଧିତ ଚାହିଦା ପୂରଣ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଜନସାଧାରଣଙ୍କୁ ଘରୋଇ ଯାନବାହନ ପରିବର୍ତ୍ତେ ଗଣପରିବହନ ବ୍ୟବସ୍ଥାକୁ ପସନ୍ଦ କରିବା ଏବଂ ଏହି ପ୍ରକ୍ରିୟାରେ ଟ୍ରାଫିକ ଭିଡ ହ୍ରାସ କରିବାକୁ କ୍ରୁଟ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ର ବୈଧ ଟିକେଟ/ପାସ୍‌ଧାରୀ ଭୁବନେଶ୍ୱର ନାଗରିକମାନେ ମୋ ବସ୍‌ର ସ୍ୱତନ୍ତ୍ର ସଟଲ୍‌ ସେବାରେ ଟିକେଟ/ପାସ୍‌ରେ ଉଲ୍ଲେଖ କରାଯାଇଥିବା ତାରିଖରେ ମାଗଣାରେ ଯାତ୍ରା କରିପାରିବେ । ହକି ସ୍ପେଶାଲ ସଟଲ ସେବା ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ତିନିଟି ଭିନ୍ନ ଭିନ୍ନ ରୁଟ୍‌ରେ ଚଳାଚଳ କରିବ ଯେଉଁଥିରେ କଳିଙ୍ଗ ଷ୍ଟାଡିୟମ ଏବଂ ସିଟି ଫେଷ୍ଟିଭାଲ-ଡଟ୍‌ଫେଷ୍ଟ ସ୍ଥଳ ରହିବ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସାମାଜିକ ଏବଂ ଲିଙ୍ଗଗତ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହାର ଅନନ୍ୟ ପ୍ରୟାସ ନିମନ୍ତେ କ୍ରୁଟ୍‌ ସୁପରିଚିତ ଏବଂ ଏହି ତାଲିକାରେ ଏହା ଆଉଏକ ପ୍ରୟାସ ଯୋଗକରିଛି, ଯାହାକୁ ‘ହେରିଟେଜ ଅନ୍‌ ମୋ ଇ-ରାଇଡ’ କୁହାଯାଉଛି । ଏହାକୁ ସ୍ୱତନ୍ତ୍ର ଭାବରେ ଏଫଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱ କପ୍‌ ୨୦୨୩ ଅବସରରେ ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ଯୋଜନା କରାଯାଇଛି । ହେରିଟେଜ ଅନ୍ୟ ମୋ ଇ-ରାଇଡ ଏକ ପ୍ରକାର ହପ୍‌ ଅନ ହପ୍‌ ଅଫ୍‌ ସେବା ଭଳି ହେବ ଯାହା ଏକାମ୍ର କ୍ଷେତ୍ର (ଭୁବନେଶ୍ୱର ଓଲ୍‌ଡ ଟାଉନ)ର କିମ୍ବଦନ୍ତୀପୂର୍ଣ୍ଣ ଏବଂ ଐତିହ୍ୟସ୍ଥଳଗୁଡିକୁ ନେଇ ଏକ ବୃ୍‌ତାକାର ଯାତ୍ରା ହେବ । ସେଥିରେ କ୍ରୁଟ୍‌ର ଇ-ରିକ୍ସା ଚଳାଚଳ କରିବ, ଯାହା ମୋ ଇ-ରାଇଡ ଭାବରେ ସୁପରିଚିତ । ସ୍ଥାନୀୟ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ନାଗରିକ ଓ ପର୍ଯ୍ୟଟକଙ୍କୁ ସମୃଦ୍ଧ ଓଡ଼ିଆ ସଂସ୍କୃତିର ଅନୁଭୂତି ହାସଲ କରିବାକୁ ହେରିଟେଜ ଅନ୍‌ ମୋ ଇ-ରାଇଡ ସେବାକୁ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ମାଗଣା ଘୋଷଣା କରାଯାଇଛି ଏବଂ ଏଥିପାଇଁ ସମୟ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ଣ ୩ଟାରୁ ୫ଟା ଧାର୍ଯ୍ୟ କରାଯାଇଛି ।
ହକି ସ୍ପେଶାଲ ମୋ ବସ୍‌ ସଟଲ୍‌ ସେବା, ହେରିଟେଜ ଅନ୍‌ ମୋ ଇ-ରାଇଡ ଏବଂ ମୋ ବସ୍‌ର ନିୟମିତ ଯାତ୍ରା ସୂଚୀ ସମ୍ପର୍କିତ ବିସ୍ତୃତ ସୂଚନା କ୍ରୁଟର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡଲ୍‌ରେ ଉପଲବ୍ଧ ଅଛି ।

“ସହର ହକି ପାଇଁ ପ୍ରସ୍ତୁତ ହେଉଥିବା ଏବଂ ନାଗରିକମାନଙ୍କୁ ହକିରେ ନିୟୋଜିତ ରଖିବା ସହିତ ହକି ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ସାରା ସହର ସମ୍ପ୍ରତ ସକ୍ରିୟ ହୋଇଉଠିଛି । ସହରରେ ପ୍ରତ୍ୟେକ ଦିନ ଏକ ଉତ୍ସବ ପାଳନ ଭଳି ମନେହେଉଛି । ଏସବୁକୁ ମନ ଭିତରେ ରଖି ଏବଂ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଧିବାସୀ ଯେଭଳି ସହରରେ ଏଫଆଇଏଚ ହକି ପୁରୁଷ ବିଶ୍ୱ କପ୍‌ ଅବସରରେ ଚାଲିବାକୁ ଥିବା କାର୍ଯ୍ୟକ୍ରମର ଅନୁଭୁତି ନେବାକୁ ସହଜରେ ଗମନାଗମନ କରିପାରିବେ, ସେଥିପାଇଁ କ୍ରୁଟ୍‌ ଏଭଳି ପ୍ରୟାସ ହାତକୁ ନେଇଛି ଯାହା ଯାତ୍ରାକାରୀଙ୍କୁ ଆରାମରେ ଓ ସୁଲଭ ମୂଲ୍ୟରେ ଯାତ୍ରାସେବା ଯୋଗାଁଇଦେବା ସୁନିଶ୍ଚିତ କରିବ । ମୁଁ ଆଶା କରୁଛି ଯେ ଜନସାଧାରଣ ଏହି ପ୍ରୟାସରେ ସାମିଲ ହେବେ ଏବଂ ସେମାନଙ୍କର ପରିବହନ ମାଧ୍ୟମ ଭାବରେ ମୋ ବସ୍‌ ଓ ମୋ ଇ-ରାଇଡକୁ ବ୍ୟବହାର କରିବେ,” ବୋଲି ଶ୍ରୀ ବିଜୟ ଅମୃତକୁଲାଙ୍ଗେ, ଏମ୍‌ଡି, କ୍ରୁଟ୍‌ କହିଛନ୍ତି ।

“ମୋତେ ଖୁସି ଲାଗୁଛି ଯେ ଟିମ୍‌ କ୍ରୁଟ୍‌ ଏଭଳି ପ୍ରୟାସଗୁଡିକ ହାତକୁ ନେଇଛି ଯାହା ନାଗରିକମାନଙ୍କୁ ହକି ଉତ୍ସବ ସମୟରେ ସ୍ୱତନ୍ତ୍ର ସଟଲ୍‌ ସେବାରେ ଯାତାୟତ ନିମନ୍ତେ ସହାୟତା କରିବ, ଏବଂ ତାହାସହିତ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ହେରିଟେଜ ଅନ୍‌ ମୋ ଇ-ରାଇଡ ଜରିଆରେ ମାଗଣାରେ ସହରର ସୌନ୍ଦର୍ଯ୍ୟପୂର୍ଣ୍ଣ ଐତିହ୍ୟସ୍ଥଳଗୁଡିକ ଉପଭୋଗ କରିବାର ସୁଯୋଗ ଯୋଗାଇଦେବ। ଆମେ ମଧ୍ୟ ହକି ପାଇଁ ନୂଆ ରୁଟ୍‌ ଏବଂ ୧୫ଟି ଇ-ବସ୍‌ ସେବା ଯୋଗକରିଛୁ, ଯାହା ଜନସାଧାରଣଙ୍କ ବର୍ଦ୍ଧିତ ଚାହିଦା କାରଣରୁ ଖୁବଶୀଘ୍ର ୨୫କୁ ବୃଦ୍ଧିପାଇବ । କ୍ରୁଟ୍‌ ସର୍ବଦା ଆପଣଙ୍କ ସେବାରେ ରହିଥିବାରୁ ମୋର ଆଶା, ଜନସାଧାରଣ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ଅଛନ୍ତି,” ବୋଲି ଦୀପ୍ତି ମହାପାତ୍ର, ଜିଏମ୍‌, କ୍ରୁଟ୍‌ କହିଛନ୍ତି । ଏଫଆଇଏଚ୍‌ ପୁରୁଷ ହକି ବିଶ୍ୱ କପ୍‌ ୨୦୨୩କୁ ‘ଇଣ୍ଡିଆସ୍‌ ବେଷ୍ଟ-କେପ୍ଟ ସିକ୍ରେଟ’ ଭାବରେ ପରିଚିତ ଓଡ଼ିଶାରେ ଏକ ସ୍ମରଣୀୟ ଘଟଣାରେ ପରିଣତ କରିବା ଏବଂ ମୋ ବସ୍‌ ଓ ଇ-ରାଇଡ ସହିତ ଆସନ୍ତୁ, ‘ଗର୍ବର ସହିତ ଯାତ୍ରା କରିବା ।’

13 Jan 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର