ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ, ରିଲେ ରୁମ ଷ୍ଟାଫ୍‌ଙ୍କ ତ୍ରୁଟି ପାଇଁ ବାହାନଗା ରେଳ ଦୁର୍ଘଟଣା !

The Sakala Picture
Published On

ନୂଆଦିଲ୍ଲୀ : ରିଲେ ରୁମରେ ତ୍ରୁଟି ପାଇଁ ବାହାନଗା ରେଳ ଦୁର୍ଘଟଣା ଘଟିଲା ବୋଲି ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଛି। ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ଦୁର୍ଘଟଣାର ମାସେ ପରେ ପଦରୁ ହଟିଛନ୍ତି ଦକ୍ଷିଣ- ପୂର୍ବ ରେଳପଥର […]

ନୂଆଦିଲ୍ଲୀ : ରିଲେ ରୁମରେ ତ୍ରୁଟି ପାଇଁ ବାହାନଗା ରେଳ ଦୁର୍ଘଟଣା ଘଟିଲା ବୋଲି ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ରିପୋର୍ଟ ଅନୁସାରେ, ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଛି। ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ଦୁର୍ଘଟଣାର ମାସେ ପରେ ପଦରୁ ହଟିଛନ୍ତି ଦକ୍ଷିଣ- ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ। ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ଅନୁମତି ଦେଇଛି ବୋଲି ଭାରତୀୟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ପ୍ରକାଶ ଯେ, ବାହାନଗା ରେଳ ଦୁର୍ଘଟଣାରେ ୨୯୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିତିବା ବେଳେ ପ୍ରାୟ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର