ନୂଆବର୍ଷ ଶୁଭେଚ୍ଛା ପାଇଁ ନବୀନ ନିବାସରେ ଭିଡ଼: ରାଜ୍ୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ନବୀନଙ୍କ ପରାମର୍ଶ

Madhusudan Das Picture
Published On

ଭୁବନେଶ୍ୱର: ଇଂରାଜୀ ନୂଆବର୍ଷ ୨୦୨୬ର ପ୍ରଥମ ଦିନରେ ଆଜି ନବୀନ ନିବାସରେ ପ୍ରବଳ ଭିଡ଼ । ବିଜେଡିର ବହୁ ତୁଙ୍ଗ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀ, ପ୍ରଶଂସକଙ୍କ ପର୍ଯ୍ୟନ୍ତ ନବୀନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନବୀନ ମଧ୍ୟ ସମସ୍ତଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇଥିବା ବେଳେ ସମସ୍ତେ ମିଳିମିଶି ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଗୁରବାର ସକାଳୁ ସକାଳୁ ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପ୍ରବଳ ଭିଡ଼ ହୋଇଥିଲା। ଦଳର ନେତା, କର୍ମୀ, ଶୁଭେଚ୍ଛୁମାନେ ହାତରେ ଫୁଲତୋଡ଼ା ଧରି ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ଲମ୍ବା ଲାଇନ ଲଗାଇଥିଲେ। ନିଜର ପ୍ରିୟ ନେତାଙ୍କ ଝଲକ ଟିଏ ପାଇବା ପାଇଁ ସମର୍ଥକ ବେଶ୍‌ ଉତ୍ସାହିତ ଥିବାବେଳେ ସମସ୍ତେ ଶୁଭେଚ୍ଛା ପ୍ରଦାନ ସହ ନବୀନଙ୍କ ସହ ଫଟୋ ଉଠାଇଥିଲେ। ନବୀନ ମଧ୍ୟ ହସ ହସ ମୁହଁରେ ସମସ୍ତଙ୍କ ଶୁଭେଚ୍ଛା ଗ୍ରହଣ କରିବା ସହ ଶୁଭକାମନା ପ୍ରଦାନ କରିଥିଲେ। ବରିଷ୍ଠ ନେତାଙ୍କ ମଧ୍ୟରେ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ,  ସଞ୍ଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବହୁ ବରିଷ୍ଠ ନେତା, କର୍ମୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏହି ଅବସରରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିବା ସହ ଦଳର କର୍ମୀମାନଙ୍କୁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ବିରୋଧୀ ଦଳର ଭୂମିକାକୁ ନିଷ୍ଠାର ସହ ପାଳନ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସେହିପରି ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦେଶରେ ଏକ ବିକଶିତ ରାଜ୍ୟରେ ପରିଣତ ହୋଇଥିଲା। ମହାବାତ୍ୟା ପରେ ନବୀନଙ୍କ ନେତୃତ୍ୱ ଓଡ଼ିଶାକୁ ନୂଆ ରୂପ ଦେଇଛି। କ୍ଷମତାରେ ନ ଥିଲେ ମଧ୍ୟ ସେ ରାଜ୍ୟବାସୀଙ୍କ ପାଇଁ ଅହରହ ଚିନ୍ତା କରୁଛନ୍ତି । ଆଜି ନୂଆବର୍ଷରେ ସେ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେବା ଜାରି ରଖିଛି। ତାଙ୍କ ନେତୃତ୍ୱ ପଛରେ ସମସ୍ତେ ଠିଆ ହୋଇଛନ୍ତି ଓ ରହିଥିବେ ବୋଲି ସେ କହିଛନ୍ତି।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର