ଦୟା ଓ ତା’ର ଶାଖା ନଦୀରେ ଆତଙ୍କ ଖେଳାଇଥିବା କୁମ୍ଭୀରକୁ କାବୁକଲେ ମତ୍ସ୍ୟଜୀବୀ

The Sakala Picture
Published On

କଣାସ: ଦୀର୍ଘ ଏକ ମାସ ଧରି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଶେଷରେ ଜାଲରେ ପଡ଼ିଛି। କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ଦୟା ଓ ତାର ଶାଖା ନଦୀ ମକରା ଏବଂ ରାଜୁଆରେ ଦୀର୍ଘ ଏକ ମାସ ହେଲା କୁମ୍ଭୀର ଆତଙ୍କ ଦେଖାଦେଇଥିଲା। ଫଳରେ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ। ଶନିବାର ମଧ୍ୟାହ୍ନରେ ଗଡ଼ବଳଭଦ୍ରପୁର ବେହେରାସାହିର ଶତାଧିକ ମତ୍ସ୍ୟଜୀବୀ ୫ଟି ଦେଶୀ ଡଙ୍ଗା ମାଧ୍ୟମରେ ଜାଲ ନେଇ କୁମ୍ଭୀରକୁ ଧରିଛନ୍ତି। ସେମାନେ ବୋତଳମା ନିକଟ ଦୟାନଦୀରେ […]

କଣାସ: ଦୀର୍ଘ ଏକ ମାସ ଧରି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଶେଷରେ ଜାଲରେ ପଡ଼ିଛି। କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ଦୟା ଓ ତାର ଶାଖା ନଦୀ ମକରା ଏବଂ ରାଜୁଆରେ ଦୀର୍ଘ ଏକ ମାସ ହେଲା କୁମ୍ଭୀର ଆତଙ୍କ ଦେଖାଦେଇଥିଲା। ଫଳରେ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ। ଶନିବାର ମଧ୍ୟାହ୍ନରେ ଗଡ଼ବଳଭଦ୍ରପୁର ବେହେରାସାହିର ଶତାଧିକ ମତ୍ସ୍ୟଜୀବୀ ୫ଟି ଦେଶୀ ଡଙ୍ଗା ମାଧ୍ୟମରେ ଜାଲ ନେଇ କୁମ୍ଭୀରକୁ ଧରିଛନ୍ତି। ସେମାନେ ବୋତଳମା ନିକଟ ଦୟାନଦୀରେ ଜାଲ ଘେରାଇଥିଲେ। ପ୍ରଥମେ କୁମ୍ଭୀରଟି ଜାଲ ଚିରି ଖସି ଯାଇଥିଲା। ପୁନଶ୍ଚ ମତ୍ସ୍ୟଜୀବୀମାନେ ଜାଲ ଘେରାଇ କୁମ୍ଭୀରକୁ ଧରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଖବର ପାଇ କଣାସ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଓ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ, ଖୋର୍ଦ୍ଧା ଓ ନନ୍ଦନକାନନ କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ବନ ବିଭାଗ ଓ ନନ୍ଦନକାନନ କର୍ମଚାରୀ କୁମ୍ଭୀରକୁ ନେବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶହଶହ ଲୋକ କୁମ୍ଭୀରକୁ ଦେଖିବା ପାଇଁ ଜମା ହେବାରୁ ସୁରକ୍ଷା ଦୃଷ୍ଟିରୁ କୁମ୍ଭୀରକୁ ଅଧିକାରୀମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ପରିସରକୁ ନେଇ ଆସିଥିଲେ। ପୁଲିସ୍‌ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ କଣାସ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବନ ବିଭାଗ ଉପସ୍ଥିତିରେ ନନ୍ଦନକାନନ କର୍ମଚାରୀ କୁମ୍ଭୀରକୁ ସୁରକ୍ଷିତ ଭାବେ ନନ୍ଦନକାନନକୁ ନେଇ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

20 Oct 2024 By The Sakala

ଦୟା ଓ ତା’ର ଶାଖା ନଦୀରେ ଆତଙ୍କ ଖେଳାଇଥିବା କୁମ୍ଭୀରକୁ କାବୁକଲେ ମତ୍ସ୍ୟଜୀବୀ

କଣାସ: ଦୀର୍ଘ ଏକ ମାସ ଧରି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଶେଷରେ ଜାଲରେ ପଡ଼ିଛି। କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ଦୟା ଓ ତାର ଶାଖା ନଦୀ ମକରା ଏବଂ ରାଜୁଆରେ ଦୀର୍ଘ ଏକ ମାସ ହେଲା କୁମ୍ଭୀର ଆତଙ୍କ ଦେଖାଦେଇଥିଲା। ଫଳରେ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ। ଶନିବାର ମଧ୍ୟାହ୍ନରେ ଗଡ଼ବଳଭଦ୍ରପୁର ବେହେରାସାହିର ଶତାଧିକ ମତ୍ସ୍ୟଜୀବୀ ୫ଟି ଦେଶୀ ଡଙ୍ଗା ମାଧ୍ୟମରେ ଜାଲ ନେଇ କୁମ୍ଭୀରକୁ ଧରିଛନ୍ତି। ସେମାନେ ବୋତଳମା ନିକଟ ଦୟାନଦୀରେ ଜାଲ ଘେରାଇଥିଲେ। ପ୍ରଥମେ କୁମ୍ଭୀରଟି ଜାଲ ଚିରି ଖସି ଯାଇଥିଲା। ପୁନଶ୍ଚ ମତ୍ସ୍ୟଜୀବୀମାନେ ଜାଲ ଘେରାଇ କୁମ୍ଭୀରକୁ ଧରିଥିଲେ।

ଖବର ପାଇ କଣାସ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଓ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ, ଖୋର୍ଦ୍ଧା ଓ ନନ୍ଦନକାନନ କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ବନ ବିଭାଗ ଓ ନନ୍ଦନକାନନ କର୍ମଚାରୀ କୁମ୍ଭୀରକୁ ନେବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶହଶହ ଲୋକ କୁମ୍ଭୀରକୁ ଦେଖିବା ପାଇଁ ଜମା ହେବାରୁ ସୁରକ୍ଷା ଦୃଷ୍ଟିରୁ କୁମ୍ଭୀରକୁ ଅଧିକାରୀମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ପରିସରକୁ ନେଇ ଆସିଥିଲେ। ପୁଲିସ୍‌ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ କଣାସ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବନ ବିଭାଗ ଉପସ୍ଥିତିରେ ନନ୍ଦନକାନନ କର୍ମଚାରୀ କୁମ୍ଭୀରକୁ ସୁରକ୍ଷିତ ଭାବେ ନନ୍ଦନକାନନକୁ ନେଇ ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର