ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି, ଗତବର୍ଷଠୁ ୩ଟି ବଢିଥିବା ସୂଚନା

Madhusudan Das Picture
Published On

ବାରିପଦା: ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି ପାଇଛି। ଗତବର୍ଷ ଗଣନା ବେଳେ ୮୧ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ଏବର୍ଷ ସଂଖ୍ୟା ଆଉ ୩ଟି ବଢ଼ିଛି। ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନିଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ଏହା ଜଣାପଡ଼ିଛି। ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ, ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ରହିଛନ୍ତି। 

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶରେ ଥିବା ନଦୀ, ନାଳ ଆଦି ୮ଟି ଜଳଉତ୍ସର ୨୦ଟି ସ୍ଥାନରେ କୁମ୍ଭୀର ଗଣନା କରାଯାଇଥିଲା। ୱେଷ୍ଟ ଦେଓ, ଇଷ୍ଟ ଦେଓ, ଖଇରୀ, ଖଡ଼ଖାଇ, ଠକଠକି ନଦୀ, ସାଳନ୍ଦୀ ନଦୀ ଓ ଖଡ଼ଖାଇ ନାଳ, ବୁଢ଼ାବଳଙ୍ଗ ଆଦି ନଦୀ କୂଳ ସମେତ ରାମତୀର୍ଥସ୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ମିଶାଇ ପ୍ରାୟ ୨୦ଟି ସ୍ଥାନରେ ଗଣନା କରାଯାଇଥିଲା। ଅଭୟାରଣ୍ୟରେ ୨୦୨୧ ଗଣନାରେ ୮୧ଟି, ୨୦୨୨ରେ ୮୩ଟି, ୨୦୨୩ରେ ୮୬ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ୨୦୨୪ ଗଣନାରେ ୪ଟି କୁମ୍ଭୀର ସଂଖ୍ୟା ହ୍ରାସ ପାଇ ମୋଟ ୮୨ଟି କୁମ୍ଭୀର ରହିଥିଲା। ସେହିପରି ୨୦୨୫ ଗଣନାରେ ସଂଖ୍ୟା ୮୧କୁ ଖସି ଆସିଥିଲା। ତେବେ ଏବର୍ଷ ସଂଖାରେ ୩ଟି ବୃଦ୍ଧି ଘଟି ସଂଖ୍ୟା ୮୪ରେ ପହଞ୍ଚିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

14 Jan 2026 By Madhusudan Das

ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି, ଗତବର୍ଷଠୁ ୩ଟି ବଢିଥିବା ସୂଚନା

ବାରିପଦା: ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି ପାଇଛି। ଗତବର୍ଷ ଗଣନା ବେଳେ ୮୧ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ଏବର୍ଷ ସଂଖ୍ୟା ଆଉ ୩ଟି ବଢ଼ିଛି। ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନିଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ଏହା ଜଣାପଡ଼ିଛି। ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ, ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ରହିଛନ୍ତି। 

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶରେ ଥିବା ନଦୀ, ନାଳ ଆଦି ୮ଟି ଜଳଉତ୍ସର ୨୦ଟି ସ୍ଥାନରେ କୁମ୍ଭୀର ଗଣନା କରାଯାଇଥିଲା। ୱେଷ୍ଟ ଦେଓ, ଇଷ୍ଟ ଦେଓ, ଖଇରୀ, ଖଡ଼ଖାଇ, ଠକଠକି ନଦୀ, ସାଳନ୍ଦୀ ନଦୀ ଓ ଖଡ଼ଖାଇ ନାଳ, ବୁଢ଼ାବଳଙ୍ଗ ଆଦି ନଦୀ କୂଳ ସମେତ ରାମତୀର୍ଥସ୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ମିଶାଇ ପ୍ରାୟ ୨୦ଟି ସ୍ଥାନରେ ଗଣନା କରାଯାଇଥିଲା। ଅଭୟାରଣ୍ୟରେ ୨୦୨୧ ଗଣନାରେ ୮୧ଟି, ୨୦୨୨ରେ ୮୩ଟି, ୨୦୨୩ରେ ୮୬ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ୨୦୨୪ ଗଣନାରେ ୪ଟି କୁମ୍ଭୀର ସଂଖ୍ୟା ହ୍ରାସ ପାଇ ମୋଟ ୮୨ଟି କୁମ୍ଭୀର ରହିଥିଲା। ସେହିପରି ୨୦୨୫ ଗଣନାରେ ସଂଖ୍ୟା ୮୧କୁ ଖସି ଆସିଥିଲା। ତେବେ ଏବର୍ଷ ସଂଖାରେ ୩ଟି ବୃଦ୍ଧି ଘଟି ସଂଖ୍ୟା ୮୪ରେ ପହଞ୍ଚିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର