ରାଜ୍ୟରେ ନକଲି କରୋନା ମେଡିସିନ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ […]

ଭୁବନେଶ୍ୱର: ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଏହି ମେଡିସିନରୁ 40 ହଜାର 600 ଗୋଆଲିଅର ପଠା ଯାଇଥିବା ବେଳେ ବାକି 17 ହଜାର 400 ଜବତ ହୋଇଛି । ସେଥିରୁ 400ଟି ଟେଷ୍ଟିଂ ପାଇଁ ପଠାଯାଇଛି । ମ୍ୟାକ୍ସ ରିଲିଫ ହେଲ୍‌ଥ କେୟାର କମ୍ପାନୀର ଏହି ମେଡିସିନ । ଏହା ବାଦ ବାକି ଭିଟାମିନ – ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି 9 ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି । ଜବତ ସବୁ ମେଡିସିନ୍ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଭେଜାଲ ଫାଭିପିରାଭିର ମେଡିସିନ ରାଜ୍ୟରେ ଗୋଟିଏ ବି ବ୍ୟବହାର ହୋଇନାହିଁ ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସେପଟେ ସବୁ ଭେଜାଲ ମେଡିସିନ ହିମାଚଳ ପ୍ରଦେଶରୁ ଉତ୍ତର ପ୍ରଦେଶ ଦେଇ ଓଡ଼ିଶା ଆସିଥିଲା । ମେଡିସିନ ଉପରେ ହିମାଚଳ ପ୍ରଦେଶ ଲେଖାଯାଇଥିଲେ ବି ଏପରି କିଛି କମ୍ପାନୀ ସେଠାରେ ନାହିଁ । ରାଜ୍ୟର 13ରୁ 14ଟି ଜିଲ୍ଲାରେ ଚଢ଼ାଉ କରାଯାଇଛି । କେବଳ ବଲାଙ୍ଗୀରରେ ଭେଜାଲ ଫାଭିପିରାଭିର ମେଡିସିନର ଅଳ୍ପ ନୁମୁନା ମିଳିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ବାକି 9 ଟି ମେଡିସିନିର ନୁମୁନା ମିଳିଛି । ଅବ୍ୟଶକ ପଡ଼ିଲେ ବାହାର ରାଜ୍ୟକୁ ଯାଞ୍ଚ ପାଇଁ ଏକ ଟିମ ଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର