ମନୋରଞ୍ଜନ
ଓଡ଼ିଶା
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍ବିଆଇକୁ ସହାୟତା ମଗାଯାଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍ବିଆଇକୁ ସହାୟତା ମଗାଯାଇଥିଲା । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ସିଧାସଳଖ ଭାବେ ଏଫବିଆଇ ସହ ଯୋଗାଯୋଗ ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ଲୋଡାଯାଇଛି । ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମଗାଯାଇନଥିଲା ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏଭଳି ଖବର ଭିତ୍ତିହୀନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି। ଏନେଇ ଏକ ପ୍ରେସ […]
ଭୁବନେଶ୍ୱର: ଦିବଂଗତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ ଏଫ୍ବିଆଇକୁ ସହାୟତା ମଗାଯାଇଥିଲା । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । ସିଧାସଳଖ ଭାବେ ଏଫବିଆଇ ସହ ଯୋଗାଯୋଗ ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ଲୋଡାଯାଇଛି । ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମଗାଯାଇନଥିଲା ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏଭଳି ଖବର ଭିତ୍ତିହୀନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି। ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କ୍ରାଇମବ୍ରାଞ୍ଚ ଶନିବାର ସ୍ପଷ୍ଟ କରିଛି।
ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ
ଫେବ୍ରୁଆରୀ ୨୨ରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା ଗୃହ ବିଭାଗ । ୧୮୭/ସି/୨୨.୦୨.୨୦୨୩ ନମ୍ବର ଚିଠିରେ କେନ୍ଦ୍ରକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଞ୍ଚ । କିଛି ଗଣମାଧ୍ୟମରେ ପ୍ରସାରିତ ଖବରକୁ ମିଛ କହିବା ସହ ଅସମର୍ଥିତ ଖବର ପ୍ରସାରଣ ନକରିବାକୁ କ୍ରାଇମବ୍ରାଞ୍ଚ ଅନୁରୋଧ କରିଛି ।






