ଦିବ୍ୟାଙ୍ଗ ନୁହନ୍ତି ମଞ୍ଜୁଳା ଦିଦି

The Sakala Picture
Published On

ଦିବ୍ୟାଙ୍ଗ ହୋଇ ମଧ୍ୟ ଆଜି ସେ ସମସ୍ତଙ୍କ ଅନ୍ତରଙ୍ଗ। | ସରକାରୀ କାର୍ଯ୍ୟ ସଠିକ୍ ଭାବେ ତୁଲାଇବା ସହ ସମସ୍ତଙ୍କୁ କରୋନାରୁ ଦୂରେଇ ରହିବାକୁ ସଚେତନ କରୁଥିବାବେଳେ ଯଥା ସମ୍ଭବ ସାହାଯ୍ୟ କରି ଆସୁଛନ୍ତି ସୋରଡା ବ୍ଲକ୍ ସରବଡ଼ି ପଞ୍ଚାୟତ ଧରମପୁର ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଳା ନାୟକ। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ୭୯୬ ଜଣଙ୍କ ଦାୟିତ୍ୱ ନିଜ ଉପରେ ନେଇଛନ୍ତି। ଘରେ ତାଙ୍କର ବୃଦ୍ଧା ମା’ ଗୋଲାପ ଓ ୨୩ ବର୍ଷୀୟ ଭାଇ ପବିତ୍ର […]

ଦିବ୍ୟାଙ୍ଗ ହୋଇ ମଧ୍ୟ ଆଜି ସେ ସମସ୍ତଙ୍କ ଅନ୍ତରଙ୍ଗ। | ସରକାରୀ କାର୍ଯ୍ୟ ସଠିକ୍ ଭାବେ ତୁଲାଇବା ସହ ସମସ୍ତଙ୍କୁ କରୋନାରୁ ଦୂରେଇ ରହିବାକୁ ସଚେତନ କରୁଥିବାବେଳେ ଯଥା ସମ୍ଭବ ସାହାଯ୍ୟ କରି ଆସୁଛନ୍ତି ସୋରଡା ବ୍ଲକ୍ ସରବଡ଼ି ପଞ୍ଚାୟତ ଧରମପୁର ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଳା ନାୟକ। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ୭୯୬ ଜଣଙ୍କ ଦାୟିତ୍ୱ ନିଜ ଉପରେ ନେଇଛନ୍ତି। ଘରେ ତାଙ୍କର ବୃଦ୍ଧା ମା’ ଗୋଲାପ ଓ ୨୩ ବର୍ଷୀୟ ଭାଇ ପବିତ୍ର | ଭାଇକୁ ଉଚ୍ଚ ଶିକ୍ଷିତ କରାଇବା ସହ ମା’ଙ୍କ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଏହାସହ ଅଙ୍ଗନବାଡିରେ ପଢୁଥିବା ୪୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଦାୟିତ୍ୱ ମଧ୍ୟ ତାଙ୍କ ହାତରେ। ସେହିଭଳି ୫୨ କିଶୋରୀ ବାଳିକାଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ଓ ‘ନିର୍ଭୟା କଢ଼ି’ ଦ୍ବାରା ସଚେତନ, ସାନିଟାରୀ ନାପକିନ ପ୍ରଦାନ, ଯୌନଶୋଷଣ ନ ହେବାପାଇଁ ଶିକ୍ଷା ଏବଂ ୭୪ ପ୍ରସୂତୀଙ୍କୁ ଠିକ୍ ସମୟରେ ଦେଖାଶୁଣା କରୁଛନ୍ତି। ଏହାସହିତ ଏଏନଏମ୍ ଦିଦିଙ୍କ ଦ୍ବାରା ଟିକାକରଣ, ଲୌହସାର ବଟିକା ପ୍ରଦାନ, ଠିକ୍ ସମୟରେ ଅଣ୍ଡା, ଛତୁଆ ପ୍ରଦାନ କରୁଥିବା ଗ୍ରାମର ମମତା ବିଷୋୟୀ ଓ ରଞ୍ଜିତା ମହାରଣା କହିଛନ୍ତି। ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସରୋଜିନୀ ବେହେରା ମଧ୍ୟ ମଞ୍ଜୁଳାଙ୍କ କାମକୁ ପ୍ରସଂଶା କରିଛନ୍ତି। ଦ୍ବିତୀୟ ଲହରରେ ଅକ୍ସିମିଟର ଯାଞ୍ଚ ଓ ଥର୍ମାଲ ସ୍କାନିଂ ସହ ଟିକାକରଣ ପାଇଁ ସମସ୍ତଙ୍କୁ ସାମିଲ କରାଯାଇଛି। ଏଣୁ ଏହି ଗାଁରେ ସଂକ୍ରମଣ କମ୍ ରହିଛି ଓ ସମସ୍ତେ ସଚେତନ ଅଛନ୍ତି। ଏଥସହ ଏହିଗାଁର ଅନ୍ୟ ଏକ କେନ୍ଦ୍ରରେ କାର୍ଯ୍ୟରତ ସହକର୍ମୀ ସୁନିତା କୁମାରୀ ପଣ୍ଡାଙ୍କ ସହ ଆଶାକର୍ମୀ ଓ ଅନ୍ୟମାନେ ମୋର ଦିବ୍ୟାଙ୍ଗତା ହେତୁ ଆଶାନୁରୂପ ସାହାଯ୍ୟ କରୁଥିବା କହିଛନ୍ତି ମଞ୍ଜୁଳା। ଏଥିପାଇଁ ସେ ସରକାରଙ୍କୁ ଅନ୍ତରରୁ ଧନ୍ୟବାଦ ଦେବାସହ ଦିବ୍ୟାଙ୍ଗ ହୋଇ ମଧ୍ୟ ମୋତେ ଭଗବାନ ଲୋକଙ୍କ ସେବା କରିବା ପାଇଁ ଦେଇଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

26 Jun 2021 By The Sakala

https://www.thesakala.in/latest-odisha-news/covid-warrior-manjula-didi/article-3238
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର