ଆସନ୍ତାକାଲିଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ, ୨୮ ଦିନ ବ୍ୟବଧାନରେ ନେବେ ଦ୍ବିତୀୟ ଡୋଜ୍

The Sakala Picture
Published On

ଭୁବନେଶ୍ବର: ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ। ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ […]

ଭୁବନେଶ୍ବର: ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ। ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଉଭୟ ଅନଲାଇନ୍ ଓ ଅଫଲାଇନ୍ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ।  ପ୍ରଥମ ପର୍ଯ୍ଯାୟରେ ଅଫଲାଇନ୍‌ରେ ସ୍କୁଲଗୁଡ଼ିକରେ ଟିକା ଦିଆଯିବ । ସ୍କୁଲ ସମୟାନୁସାରେ ଟିକାକରଣ ପାଇଁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ସମୟରେ ଟିକାକରଣ ପାଇଁ ଡେଡିକେଟେଡ ସେଣ୍ଟର ଖୋଲାଯିବ। ୧୨ରୁ ୧୪ ବର୍ଷ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ଅଛନ୍ତି ।  ପିଲାଙ୍କୁ ଟିକାକରଣ ଲାଗି ୬ ହଜାର ଲୋକ ନିୟୋଜିତ ହେବେ । ଏ ନେଇ ରାଜ୍ଯ ସ୍ବାସ୍ଥ୍ଯ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି। ସବୁ ଜିଲ୍ଲାକୁ ଏହି ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ ବୋଲି ରାଜ୍ଯ ସ୍ବାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର