ଏସିଆ ମହାଦେଶକୁ ଫେରିଲା କରୋନା, ହଂକଂରୁ ୩୧ ରୋଗୀ ଚିହ୍ନ…

The Sakala Picture
Published On

ହଂକଂ: ପୁଣି କଡ଼ ଲେଉଟାଇଲାଣି କରୋନା ମହାମାରୀ। ବିଶ୍ବରେ ଲକ୍ଷ ଲକ୍ଷ ଜୀବନ ନେଇ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଏହି ଭୂତାଣୁ ମାମଲା ହଂକଂ ଏବଂ ସିଙ୍ଗାପୁରରେ ବଢ଼ିବାରେ ଲାଗିଛି। ଗତ ୩ ତାରିଖ ସୁଦ୍ଧା ହଂକଂରୁ ୩୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି। ତେବେ ଚିନ୍ତାର ବିଷୟ ଏହି କି ଯେ ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇସାରିଛି। ତେବେ ପ୍ରଥମ ମାମଲା କେବେ ସାମ୍‌ନାକୁ ଆସିଥିଲା ତାହା ହଂକଂ ପକ୍ଷରୁ କୁହାଯାଇ ନାହିଁ। କେବଳ […]

ହଂକଂ: ପୁଣି କଡ଼ ଲେଉଟାଇଲାଣି କରୋନା ମହାମାରୀ। ବିଶ୍ବରେ ଲକ୍ଷ ଲକ୍ଷ ଜୀବନ ନେଇ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଏହି ଭୂତାଣୁ ମାମଲା ହଂକଂ ଏବଂ ସିଙ୍ଗାପୁରରେ ବଢ଼ିବାରେ ଲାଗିଛି। ଗତ ୩ ତାରିଖ ସୁଦ୍ଧା ହଂକଂରୁ ୩୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି। ତେବେ ଚିନ୍ତାର ବିଷୟ ଏହି କି ଯେ ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇସାରିଛି। ତେବେ ପ୍ରଥମ ମାମଲା କେବେ ସାମ୍‌ନାକୁ ଆସିଥିଲା ତାହା ହଂକଂ ପକ୍ଷରୁ କୁହାଯାଇ ନାହିଁ। କେବଳ ସଂକ୍ରମଣର ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଲୋକଭବନକୁ 'ପ୍ଲାଟିନମ୍ ଗ୍ରୀନ୍‌ ବିଲ୍ଡିଂ' ମାନ୍ୟତା, ଦେଶର ପ୍ରଥମ ଲୋକଭବନ ଭାବେ ମିଳିଲା ଏହି ସମ୍ମାନଜନକ ପ୍ରମାଣପତ୍ର

ଏହା ପୂର୍ବରୁ ସିଙ୍ଗାପୁରରୁ ବି ଏଭଳି ରିପୋର୍ଟ ସାମ୍‌ନାକୁ ଆସିଥିଲା। ଏଠାରେ କିଛି ଦିନ ମଧ୍ୟରେ କରୋନା ମାମଲା ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଏହି ଦେଶରୁ ୧୧, ୧୧୦ ରୋଗୀ ଚିହ୍ନଟ ହୋଇଥିଲେ। ଏହା ମେ’ ପ୍ରଥମ ସପ୍ତାହବେଳକୁ ୧୪, ୨୦୦ରେ ପହଞ୍ଚି ଯାଇଛି। ସେହିପରି ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ମହାମାରୀ ପୁଣିଥରେ ଭୟଙ୍କର ରୂପ ଧାରଣ କରିପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଏହା ଏସିଆର ଅନ୍ୟ ଭାଗକୁ ମଧ୍ୟ ବ୍ୟାପିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଚୀନ୍‌ ଏବଂ ଥାଇଲାଣ୍ଡ ସରକାର ମଧ୍ୟ କରୋନାକୁ ନେଇ ସତର୍କ ରହିଛନ୍ତି। ଚୀନ୍‌ରେ କରୋନା ମାମଲା ଦ୍ବିଗୁଣିତ ହୋଇଯାଇଛି। ସ୍ଥିତିକୁ ଦେଖି ଲୋକଙ୍କୁ ବୁଷ୍ଟର ଡୋଜ୍‌ ଲଗାଇବାକୁ ପରାମର୍ଶ ଦିଆଯାଇଛି। ପୁଣିଥରେ କରୋନା ଲହର ଆସିପାରେ ବୋଲି ‘ଚାଇନିଜ ସେଣ୍ଟର ଫର ଡିଜିଜ ଆଣ୍ଡ ପ୍ରିଭେନସନ’ ପକ୍ଷରୁ କୁହାଯାଇଛି। ସେହିପରି ଥାଇଲାଣ୍ଡରେ ଦୁଇଟି ଅଲଗା ଅଞ୍ଚଳରେ କରୋନା ମାମଲା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଏସିଆ ମହାଦେଶକୁ ଫେରିଲା କୋଭିଡ। ଥାଇଲାଣ୍ଡ, ହଂକଂ ଓ ସିଙ୍ଗାପୁରରେ କେଶ ବଢୁଛି। ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ହଂକଂରୁ ରିପୋର୍ଟ ହୋଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆଲୋଚନା କରିଛି। ସେମାନେ କୌଣସି କେଶ ରିପୋର୍ଟ କରି ନାହାନ୍ତି। ତେବେ କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର। ଆଲର୍ଟ ରହିବାକୁ କୁହାଯାଇଛି। କାରଣ ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକଂରେ କେଶ ବଢିବା ସହ ମୃତ୍ୟୁ ଖବର ବି ଆସିଛି। ଏହା ନୂଆ ଭାରିଆଣ୍ଟ ନ ହୋଇଥିଲେ ବି ଶରୀରରୁ ପ୍ରତିଷେଧକ ବା ଆଣ୍ଟିବଡି କମିବାରୁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି। ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ମେଡିକାଲ କଲେଜରେ ଟେଷ୍ଟିଙ୍ଗ ଚାଲିଛି। ବହୁ ଦିନରୁ ପଜିଟିଭ କେଶ କିଛି ଆସିନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର