ପାରିବାରିକ କଳହକୁ କେନ୍ଦ୍ରକରି ଜଙ୍ଗଲରେ ବିଷ ପିଇଦେଲେ ପରିବାର; ଦମ୍ପତି ମୃତ, ଶିଶୁପୁତ୍ର ସଙ୍କଟାପନ୍ନ

Madhusudan Das Picture
Published On

ଦେବଗଡ଼: ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିଥିବା ବେଳେ ୫ ବର୍ଷର ଶିଶୁପୁତ୍ର ଏସସିବି ମେଡିକାଲରେ ଭର୍ତ୍ତି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଖଇରପାଲି ଅଂଚଳର ଜୟନ୍ତାପାଲି ଗାଁରେ ଘଟିଛି ଏପରି ଅଘଟଣ ।  ମୃତ ଦମ୍ପତି ହେଲେ, ଖଇରପାଲି ଫାଣ୍ଡି ଅନ୍ତର୍ଗତ ଜିଅନ୍ତାପାଲି ଗ୍ରାମର ଦୁଷ୍ମନ୍ତ ମାଝୀ(୩୪) ଓ ତାଙ୍କ ପତ୍ନୀ ରିଙ୍କି ମାଝୀ (୩୪)।ସୌଭାଗ୍ୟକୁ ଶିଶୁପୁତ୍ରଟି ବଞ୍ଚି ଯାଇଥିଲେ ହେଁ ତା’ର ଅବସ୍ଥା ଗୁରୁତର ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ସୂଚନାନୁଯାୟୀ, ରିଙ୍କି ଓ ୪ବର୍ଷର ଶିଶୁ ରିଷିକୁ ସାଙ୍ଗରେ ନେଇ ଦୁଷ୍ମନ୍ତ କୁଣ୍ଢେଇଗୋଳା ଥାନା ଝରାବେର୍ଣ୍ଣି ଗ୍ରାମସ୍ଥିତ ଶଶୁର ଘରକୁ ଯାଇଥିଲେ। ସେଠାରେ ଏକ ଭୋଜିରେ ଯୋଗଦେଇ ଗତକାଲି ସଂଧ୍ୟା‌‌ରେ ଘରକୁ ଫେରୁଥିଲେ। କିନ୍ତୁ, ସେମାନେ ରାତିରେ ଦଲକ ଗ୍ରାମ ନିକଟସ୍ଥ ଜଙ୍ଗଲ ନିକଟରେ ବାଇକ୍‌ ରଖି ରାସ୍ତାରୁ କିଛି ଦୂର ଜଙ୍ଗଲିଆ ସ୍ଥାନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏପରିକି, ଶିଶୁପୁତ୍ର ରିଷିକୁ ମଧ୍ୟ ବିଷ ପିଆଇ ଦେଇଥିଲେ। ରାତିସାରା ସ୍ୱାମୀ-ସ୍ତ୍ରୀ ଓ ଶିଶୁପୁତ୍ର ରାସ୍ତାକଡ଼ ଜଙ୍ଗଲ‌ରେ ସେମିତି ପଡ଼ି ରହିଥିଲେ। ସକାଳ ହେଉହେଉ ଶିଶୁଟି କାନ୍ଦିକାନ୍ଦି ରାସ୍ତାକଡ଼କୁ ଚାଲି ଆସିଥିଲା। ଏହି ସମୟରେ କିଛି ସ୍ଥାନୀୟ ଲୋକ ତାକୁ ଦେଖି ପଚରାଉଚରା କରିବାରୁ ଘଟଣା ପଦାକୁ ଆସିଥିଲା। ସୂଚନା ପାଇ କୁଣ୍ଢେଇଗୋଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର ଚିକିତ୍ସା ପାଇଁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ରିଙ୍କି ଓ ଶିଶୁପୁତ୍ରକୁ ଅଧିକ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଚିକିତ୍ସାଧୀନ ରିଙ୍କିଙ୍କ ସେଠାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଶିଶୁପୁତ୍ରର ଅବସ୍ଥା ଉଦ୍‌ବେଗଜନକ ରହିବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ପୁଲିସ ଦୁଷ୍ମନ୍ତଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ଅନୁ‌‌ଗୋଳ ଥାନା ପୁଲିସ ରିଙ୍କିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷେ, ଏହି ଘଟଣା ପ୍ରଘଟ ହେବା ପରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ପାରିବାରିକ ଅଶାନ୍ତିରୁ ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ସାଧାରଣରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର