ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ

Madhusudan Das Picture
Published On

ଦିଗପହଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଛଣାମେରି ପଂଚାୟତ ପେଣ୍ଡୁରାଖାଳି ଗ୍ରାମରେ ଘଟିଛି ଏହି ଘଟଣା । ପେଣ୍ଡୁରାଖାଳି ଗାଁରେ ଆକ୍ରମଣ କରି ୨ ଦୁବୃର୍ତ୍ତ ଫେରାର୍ ହୋଇଯାଇଥିବା ସୂଚନା । ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ଘରେ ପଶି ଖଣ୍ଡା ଓ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଟାଙ୍ଗିଆ ଚୋଟାରେ ସିମାଞ୍ଚଳ ଗୌଡ଼ ଓ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଚଳାଇଛି । ସ୍ୱାସ୍ତ୍ୟ ଅବସ୍ଥା ଗୁରୁତର ରହିଥିବାରୁ ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp