କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ହେବ ମତଗଣନା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

The Sakala Picture
Published On

ଭୁବନେଶ୍ୱର: ଆସନ୍ତାକାଲି ଆସିବ ୨୦୨୪ ନିର୍ବାଚନର ଫଳାଫଳ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ୭୦ଟି କେନ୍ଦ୍ରରେ ମତ ଗଣନା ହେବାକୁ ଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ହେବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କାଲି ଜଣାପଡିଯିବ କେଉଁ ଦଳକୁ ଏଥର ଯାଇଛି ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ […]

ଭୁବନେଶ୍ୱର: ଆସନ୍ତାକାଲି ଆସିବ ୨୦୨୪ ନିର୍ବାଚନର ଫଳାଫଳ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ୭୦ଟି କେନ୍ଦ୍ରରେ ମତ ଗଣନା ହେବାକୁ ଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ହେବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କାଲି ଜଣାପଡିଯିବ କେଉଁ ଦଳକୁ ଏଥର ଯାଇଛି ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ତା’ ପୂର୍ବରୁ ଭୋଟ୍ ଗଣତି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ରାଜ୍ୟରେ ଏଥର ନିର୍ବାଚନରେ ମତଦାନ ହାର ନେଇ ସିଇଓ ସୂଚନା ଦେଇଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି । ୨୦୧୯ରେ ୭୩.୦୯ ପ୍ରତିଶତ ମତଦାନ ହୋଇଥିଲା। ଏଥର ମତଦାନ ହାର ୭୪.୪୪ ପ୍ରତିଶତ ରହିଛି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ପ୍ରତିଶତ ଅଧିକ ବୋଲି ସେ କହିଛନ୍ତି। ଏଥର ୭୩.୩୭ ପ୍ରତିଶତ ପୁରୁଷ ଓ ୭୫.୫୫ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି । ଏଥର ନିର୍ବାଚନରେ ରାଜ୍ୟରେ ପ୍ରାୟ ୨.୫ କୋଟି ଭୋଟର ମତଦାନ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

03 Jun 2024 By The Sakala

କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ହେବ ମତଗଣନା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆସନ୍ତାକାଲି ଆସିବ ୨୦୨୪ ନିର୍ବାଚନର ଫଳାଫଳ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ୭୦ଟି କେନ୍ଦ୍ରରେ ମତ ଗଣନା ହେବାକୁ ଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ହେବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କାଲି ଜଣାପଡିଯିବ କେଉଁ ଦଳକୁ ଏଥର ଯାଇଛି ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ତା’ ପୂର୍ବରୁ ଭୋଟ୍ ଗଣତି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

ରାଜ୍ୟରେ ଏଥର ନିର୍ବାଚନରେ ମତଦାନ ହାର ନେଇ ସିଇଓ ସୂଚନା ଦେଇଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି । ୨୦୧୯ରେ ୭୩.୦୯ ପ୍ରତିଶତ ମତଦାନ ହୋଇଥିଲା। ଏଥର ମତଦାନ ହାର ୭୪.୪୪ ପ୍ରତିଶତ ରହିଛି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ପ୍ରତିଶତ ଅଧିକ ବୋଲି ସେ କହିଛନ୍ତି। ଏଥର ୭୩.୩୭ ପ୍ରତିଶତ ପୁରୁଷ ଓ ୭୫.୫୫ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି । ଏଥର ନିର୍ବାଚନରେ ରାଜ୍ୟରେ ପ୍ରାୟ ୨.୫ କୋଟି ଭୋଟର ମତଦାନ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/counting-of-votes-will-be-held-in-70-centres-ceo-pressmeet-before-counting/article-32645
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର