ଆଜି ଅପରାହ୍ଣରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ, କ୍ୟାବିନେଟ୍ ରେ ଆସିପାରେ ୨୦ ରୁ ଉର୍ଦ୍ଧ୍ବ ପ୍ରସ୍ତାବ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି। ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ ମିନିଟ୍ରେ ଏହି ମନ୍ତ୍ରୀ ପରିଷଦ ବୈଠକ ବସିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆଗତ ହେବାକୁ ଥିବା ଅତିରିକ୍ତ ବ୍ୟୟ ମଞ୍ଜୁରୀ ଚିଠା ବିଲ୍ ମନ୍ତ୍ରୀ ପରିଷଦର ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ପରିଷଦର ବୈଠକ ବସିବା ପରେ କ୍ୟାବିନେଟ୍ ବୈଠକ ବସିବ। ଏହି କ୍ୟାବିନେଟ୍ ବୈଠକରେ ମହିଳା ଓ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି। ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ ମିନିଟ୍ରେ ଏହି ମନ୍ତ୍ରୀ ପରିଷଦ ବୈଠକ ବସିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆଗତ ହେବାକୁ ଥିବା ଅତିରିକ୍ତ ବ୍ୟୟ ମଞ୍ଜୁରୀ ଚିଠା ବିଲ୍ ମନ୍ତ୍ରୀ ପରିଷଦର ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ପରିଷଦର ବୈଠକ ବସିବା ପରେ କ୍ୟାବିନେଟ୍ ବୈଠକ ବସିବ। ଏହି କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ୍ ଶକ୍ତି ବିଭାଗ ସଂକ୍ରାନ୍ତ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ ।
ଡିସେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ତେଣୁ ଏହା ପୂର୍ବରୁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ଚିଠା ବିଲ୍ ଅନୁମୋଦନ କରାଯିବାର ନିୟମ ରହିଛି। ଆସନ୍ତା ବର୍ଷ ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ଅନୁରୂପ ଭାବେ ପୌର ନିର୍ବାଚନ ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ସମାପ୍ତ କରାଯାଉଛି। ତେଣୁ ୨୦୨୨ ତୃଣମୂଳସ୍ତରୀୟ ନିର୍ବାଚନୀ ବର୍ଷ ହେବାକୁ ଯାଉଛି । ତେଣୁ ଅତିରିକ୍ତ ବଜେଟ୍ ଉଭୟ ଗ୍ରାମାଞ୍ଚଳ ଏବଂ ନଗରାଞ୍ଚଳକୁ ଗୁରୁତ୍ବ ଦିଆଯିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ମହିଳା ଶିଶୁ କଲ୍ୟାଣ ଏବଂ ମିଶନ୍ ଶକ୍ତି ବିଭାଗକୁ ଆଖିଦୃଶିଆ ଅନୁଦାନ ମିଳିବାର ସମ୍ଭାବନା ରହିଛି। ପ୍ରାୟ ୨୦ ରୁ ଊର୍ଦ୍ଧ୍ବ ପ୍ରସ୍ତାବ ସମ୍ପର୍କରେ କ୍ୟାବିନେଟରେ ଆସିବାର ସମ୍ଭାବନା ରହିଛି ।