ତିଳୋତ୍ତମାଙ୍କ ଯୋଗୁଁ ଟାଙ୍ଗରା ପାରଷ କରୋନାମୁକ୍ତ

The Sakala Picture
Published On

ଭୁବନେଶ୍ୱର : ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନାମୁକ୍ତ। କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି। ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ। ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦରାଗଡ଼ା ପ।ୟତ ଟାଙ୍ଗାର ପାରଷ ଅଙ୍ଗନବାଡ଼ି କେନ୍ଦ୍ରର ତିଳୋତ୍ତମା ପରିଜା। ସକାଳ ୮ରୁ ଅପରାହ୍ନ […]

ଭୁବନେଶ୍ୱର : ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନାମୁକ୍ତ। କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି। ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ। ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦରାଗଡ଼ା ପ।ୟତ ଟାଙ୍ଗାର ପାରଷ ଅଙ୍ଗନବାଡ଼ି କେନ୍ଦ୍ରର ତିଳୋତ୍ତମା ପରିଜା। ସକାଳ ୮ରୁ ଅପରାହ୍ନ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ତିଳୋତ୍ତମା। ସକାଳ ବେଳା ଆଶା ଦିଦିଙ୍କୁ ସାଙ୍ଗରେ ଧରି ନିଜ ଘର କାଠମିର ସାହିରୁ ୧୨ କିଲୋମିଟର ଦୂର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ୍‍ ସ୍କ୍ରିନିଂ ଓ ଅକ୍ସିମିଟରରେ ଲୋକଙ୍କ ଶରୀରରେ ଅମ୍ଳଜାନ ‍ମାତ୍ରା ମାପିଥା’ନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସଙ୍ଗରୋଧରେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଷେଧକ ବ୍ୟବସ୍ଥା ଆପଣେଇବେ ସେ ବାବଦରେ ବୁଝାଇଥା’ନ୍ତି। ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲୋବ୍‍ସ୍‍ ପିନ୍ଧି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବଦେନ କରୁଛନ୍ତି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି କରୋନା ବାବଦରେ ବୁଝାଉଛନ୍ତି। ଏହାଛଡ଼ା ସାହି ସାହିରେ ଯାଇ ଲୋକଙ୍କୁ ହାତ ଧୋଇବା, ମାସ୍କ ପରିଧାନ, ଗହଳି ଜାଗାକୁ ନ ଯିବା ସଂପର୍କରେ ସଚେତନ କରୁଛନ୍ତି। ତିଳୋତ୍ତମାଙ୍କ ମୁଣ୍ଡରେ ଏବେ ୫୦ ପରିବାରର ୨୮୦ ଲୋକଙ୍କ ଭାର। ନିପଟ ମଫସଲ ଗାଁ ହୋଇଥିବାରୁ ତାଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଭେସିନେସନ୍‍ ଓ ଆଣ୍ଟିଜେନ୍‍ ପରୀକ୍ଷା ପାଇଁ ବୁଝାଇବା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେ କେବେ ପଛକୁ ଫେରିନାହାନ୍ତି; ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜୀବନୀ ନେବାକୁ ପ୍ରବର୍ତ୍ତାଉଛନ୍ତି। ସକାଳ ବେଳା ଘରକୁ ଘର ଯାଇ, ଗାଁ ଦାଣ୍ଡରେ ପ୍ଲା-କାର୍ଡ ଧରି ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି। ଏବେ ସ୍କୁଲ ବନ୍ଦ ଥିବା ବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠପଢ଼ା ଭୁଲି ନ ଯିବେ, ସେଥିପାଇଁ ସେ ପ୍ରତିଦିନ ୩ ରୁ ୪ ଜଣ ପିଲାଙ୍କ ଘରକୁ ଯାଇ ସେମାନଙ୍କୁ ବିଭିନ୍ନ ନାଚ ଗୀତ ମାଧ୍ୟମରେ ପାଠ ପଢ଼ାଇଥା’ନ୍ତି। ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପାଠପଢ଼ା ସହ ସଂଶ୍ଳିଷ୍ଟ ରହିବେ ସେଥିପାଇଁ ମା’ମାନଙ୍କୁ ମଧ୍ୟ ସଚେତନ କରାଇଥା’ନ୍ତି। ଏସବୁକୁ ଛାଡ଼ିଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତକଙ୍କ ଟିକାକରଣ, ପିଲାଙ୍କୁ ଛତୁଆ ଓ ଅଣ୍ଡା ବଣ୍ଟନ ଆଦି କାମର ଦାୟିତ୍ୱ ବି ସମ୍ଭାଳିଥା’ନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର